Odisha- Andhra border conflict: ଦଶମ ଶ୍ରେଣୀ ବହିରେ ମାଛକୁଣ୍ଡ ପ୍ରକଳ୍ପ ଆନ୍ଧ୍ରର ବୋଲି ଲେଖାଯିବାକୁ ନେଇ, ବର୍ତ୍ତମାନ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯାହାକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଛି ।
Trending Photos
Odisha- Andhra border conflict: ଓଡ଼ିଶାର ସୀମା ବର୍ତ୍ତମାନ ବିପଦରେ । ଆନ୍ଧ୍ରଠୁ ଆରମ୍ଭ କରି ଅନ୍ୟ ସୀମା ଅଞ୍ଚଳରେ ପଡୋଶୀ ରାଜ୍ୟ ପଶି ଦଖଲ କରୁଥିବା ବେଳେ ଏବେ ପାଠ୍ୟପୁସ୍ତକରେ ବି ଓଡ଼ିଶାର କିଛି ସ୍ଥାନ ଅନ୍ୟ ପ୍ରଦେଶର ବୋଲି ସ୍ଥାନ ପାଇଥିବା ଦେଖିବାକୁ ମିଳିଛି । ଦଶମ ଶ୍ରେଣୀ ବହିରେ ମାଛକୁଣ୍ଡ ପ୍ରକଳ୍ପ ଆନ୍ଧ୍ରର ବୋଲି ଲେଖାଯିବାକୁ ନେଇ, ବର୍ତ୍ତମାନ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯାହାକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଛି ।
କୋଟିଆର ଅବସ୍ଥା ପ୍ରାୟ ସମସ୍ତ ଓଡ଼ିଶା ବାସି ଉଣା ଅଧିକ ଜାଣନ୍ତି । ସେଠାରେ ଆନ୍ଧ୍ରର ନିର୍ମାଣ କାର୍ଯ୍ୟ, ଲୋକଙ୍କୁ ସରକାରୀ ସହାୟତା ଏପରିକି ନିର୍ବାଚନରେ ସାମିଲ କରିବାକୁ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ଲଢେଇ ଚାଲିଛି । ଖାଲି କୋଟିଆ ନୁହେଁ ରାଜ୍ୟର ବହୁ ସୀମାନ୍ତ ଅଞ୍ଚଳରେ ଏଭଳି ସମାନ ଅବସ୍ଥା ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ଏପରି ଆଉ ଏକ ପ୍ରସଙ୍ଗ ସାମ୍ନାକୁ ଆସିଛି । ଖୋଦ ଓଡ଼ିଶାରେ ଦଶମ ଶ୍ରେଣୀ ବହିରେ ରାଜ୍ୟର ମାଛକୁଣ୍ଡ ପ୍ରକଳ୍ପକୁ ଆନ୍ଧ୍ରର ବୋଲି ଲେଖାଯିବା ନେଇ ବର୍ତ୍ତମନ ରାଜ୍ୟ ରାଜନୀତିକୁ ତୀବ୍ର କରିଛି ।
କଂଗ୍ରେସର କହିଛି ଯେ ଏହା ବହୁତ ଦୁର୍ଭାଗ୍ୟର କଥା, ହେଲେ ଓଡ଼ିଶାରେ ଯେଉଁ ପ୍ରଶାସନିକ ଅଧିକାରୀ ମାନେ ଅଛନ୍ତି ତାଙ୍କ କାଗଜପତ୍ରରେ ମାନଚିତ୍ର ଦେଓମାଳି ନାହିଁ ମାଛକୁଣ୍ଡ ନାହିଁ । ମାଛକୁଣ୍ଡ ଓଡିଶାର ଗର୍ବ ଗୌରବ । ଏପରି କର୍ମଚାରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ହେବା ଦରକାର ବୋଲି କଂଗ୍ରେସ କହିଛି ।
ସେପଟେ ବିଜେପି ମଧ୍ୟ ପ୍ରସଙ୍ଗକୁ କଡ଼ା ସମାଲୋଚନା କରିଛି । ଏଭଳି ତ୍ରୁଟି ଗ୍ରହଣୀୟ ନୁହେଁ ବୋଲି ବିଜେପି କହିଛି । ଏପରିକି ସୀମା ସୁରକ୍ଷା ଦିଗରେ ବିଜେଡିର ଆନ୍ତରିକତା ନେଇ ବିଜେପି ପ୍ରଶ୍ନ ଉଠାଇଛି । ସେପଟେ ବିଜେଡି ତ୍ରୁଟିକୁ ସ୍ୱୀକାର କରିବା ସହ ଏହାର ସମାଧାନ ହେବା ଦରକାର ବୋଲି ବିଜେଡି କହିଛି ।
ସୀମା ବିବାଦ ପ୍ରସଙ୍ଗକୁ ନେଇ ସବୁବେଳେ ରାଜନୀତି ହୋଇଆସିଛି । ଏଭଳି ସ୍ଥିତିରେ ପାଠ୍ୟପୁସ୍ତକରେ ଏଭଳି ତ୍ରୁଟିକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ।
ଏହା ବି ପଢ଼ନ୍ତୁ: ବିଲୀନ ମୁହାଁ କଂଗ୍ରେସ? ଆଠ ମାସରେ ୮ ବଡ ନେତା ଛାଡିଲେଣି ଦଳ, ୪ ରହିସାରିଛନ୍ତି କେନ୍ଦ୍ର ମନ୍ତ୍ରୀ
ଏହା ବି ପଢ଼ନ୍ତୁ: 6G କୁ ନେଇ ଆସିଲା ବଡ ଅପଡେଟ୍, ପିଏମ ମୋଦି କହିଲେ କେବେ ହେବ ଭାରତରେ ଲଞ୍ଚ?