Odisha Police: ରାଜ୍ୟର କୋକେନ୍ ସ୍ମଗଲିଂ ରାକେଟର ମାଷ୍ଟରମାଇଣ୍ଡକୁ ଧରିଲା ଓଡ଼ିଶା STF
Advertisement

Odisha Police: ରାଜ୍ୟର କୋକେନ୍ ସ୍ମଗଲିଂ ରାକେଟର ମାଷ୍ଟରମାଇଣ୍ଡକୁ ଧରିଲା ଓଡ଼ିଶା STF

Odisha Special Task Force: ଦେଶର ଅନ୍ୟତମ ପ୍ରମୁଖ କୁଖ୍ୟାତ ଡ୍ରଗ୍ସ ମାଫିଆ ଗୁଲବେଶ୍ ଖାନ୍ ଓରଫ ହଜରତ୍ ଓଡିଶା STF ହାତରେ ଧରପଡ଼ିଛି । ଗତ ଏପ୍ରିଲ ମାସରେ ଭାବନେଶ୍ଵରରେ ଧରାପଡିଥିବା କୋକେନ ମାମଲାର ଗୁଲବେଶ୍ ଖାନଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିଲା । 

ସୌ: ସୋସିଆଲ ମିଡିଆ

ଭୁବନେଶ୍ୱର: ଦେଶର ଅନ୍ୟତମ ପ୍ରମୁଖ କୁଖ୍ୟାତ ଡ୍ରଗ୍ସ ମାଫିଆ ଗୁଲବେଶ୍ ଖାନ୍ (Gulbesh Khan) ଓରଫ ହଜରତ୍ ଓଡିଶା STF ହାତରେ ଧରପଡ଼ିଛି । ଗତ ଏପ୍ରିଲ ମାସରେ ଭାବନେଶ୍ଵରରେ ଧରାପଡିଥିବା କୋକେନ ମାମଲାର ଗୁଲବେଶ୍ ଖାନଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହା ଯାଉଥିଲା । ଗୁଲବେଶ୍ ଖାନଙ୍କୁ ଓଡିଶା STF ଉତ୍ତର ପ୍ରଦେଶ STF ସହାୟତାରେଉତ୍ତର ପ୍ରଦେଶ ବରେଲି ଜିଲ୍ଲାରୁ ଗିରଫ କରିଛି । ଗୁଲବେଶର ଘର ବରେଲି ଜିଲ୍ଲା ସିସଗଡ଼ ଥାନା ଅଧୀନ ଧରମପୁରା ଗ୍ରାମର ଅଟେ । 

STF ଗତ ବର୍ଷ ଭୁବନେଶ୍ବରରୁ ୨୦୨ ଗ୍ରାମ କୋକେନ୍ ଜବତ କରିଥିଲା । ଏହି ମାମଲାରେ ସନ୍ନି କୁମାର ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଏହାପରେ ବିଙ୍ଗ୍ ଲୋର ସିଂହ ନାମକ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଥିଲା । ଉଭୟଙ୍କ ଘର ରାଜସ୍ଥାନରେ ବୋଲି ଜଣା ପଡ଼ିଛି । ୨୦୨୩ ମସିହାରେ ଓଡ଼ିଶାରେ ହେବାକୁ ଥିବା Hocky World Cupରେ ସନ୍ନି କୋକେନ୍ ବ୍ୟବସାୟ ପାଇଁ ଆସିଥିଲା । ସେବେଠାରୁ ଏହି ଅଞ୍ଚଳରେ ନିଜ କୋକେନ ବ୍ୟବସାୟକୁ ବିସ୍ତାର କରିଥିଲା । ଗୁଲବେଶକୁ ଓଡିଶା ଆଣିବା ପାଇଁ ପ୍ରୟାସ କରାଯାଉଛି ଓ ତାଙ୍କୁ ଖୋର୍ଦ୍ଧା କୋର୍ଟରେ ହାଜର କରାଯିବ ।

ଅନ୍ୟପଟେ ନିଶା କାରବାରକୁ କେନ୍ଦ୍ର କରି ଯାଜପୁର ଜିଲ୍ଲାରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଏହାସହ ଏଠାରେ ବାଇକ ପୋଡିବା ଓ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା । ଯାଜପୁର ସଦର ଥାନା ନାଥସାହି ପଂଚାୟତ ଅଦାମପୁର ବୁଢା ନଦୀ କୁଳରେ ଦୁଇ ଗୋଷ୍ଠୀ ମଧ୍ୟରେ ନିଶା କାରବାରକୁ ନେଇ ଗଣ୍ଡଗୋଳ ଘଟିଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ନିଶାଡୀ ରାକେଶ ବେହେରା ଓ ରାମବାଗ ଅଂଚଳର ବିଶ୍ୱ ରଞ୍ଜନ ମିଶ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ବିଶ୍ୱ ରଞ୍ଜନଙ୍କ ବାଇକକୁ ରାକେଶ ନିଆଁ ଲଗାଇ ଫେରାର ହୋଇଯାଇଥିଲା ।

ଏହା ଦେଖି ସ୍ଥାନୀୟ ଲୋକେ ବିଶ୍ୱ ରଞ୍ଜନଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ବିଶ୍ୱ ରଞ୍ଜନଙ୍କୁ ନିଜ ହେପାଜତ କୁ ନେଇଥିଲେ । ସୂଚନା ଯୋଗ୍ୟ ଏହି ଅଞ୍ଚଳର କେତେକ ଯୁବକ ନିଶା କାରବାର କରିବା ପାଇଁ ବୁଢା ନଦୀ ପଠା ଅଞ୍ଚଳକୁ ବାଛି ନେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଏହି ଘଟଣାର ଉଚିତ ତଦନ୍ତ କରି ଦୋଷୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଦେଶରେ ପଞ୍ଜାବ, ଉତ୍ତରପ୍ରଦେଶ ପରି ଅନେକ ରାଜ୍ୟରେ ନିଶା କାରବାରକୁ ନେଇ ହତ୍ୟା, ମାଡପିଟ ଖବର ପୂର୍ବରୁ ସାମ୍ନାକୁ ଆସିଥିଲା । କିନ୍ତୁ ବର୍ତ୍ତମାନ ଓଡିଶା ପରି ଶାନ୍ତି ପ୍ରିୟ ରାଜ୍ୟରେ ନିଶାକାରବାର କରି ଅରାଜକତା ସୃଷ୍ଟି କରାଯାଉଥିବା ପରିଲିକ୍ଷିତ ହେଉଛି । ଯଦି ସରକାର ଓ ପ୍ରଶାସନ ବର୍ତ୍ତମାନ ଠାରୁ ସଜାଗ ନ ହୁଅନ୍ତି ଆଗକୁ ପରିସ୍ଥିତି ଭୟାବହ ହୋଇପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଏହା ବି ପଢ଼ନ୍ତୁ: NIA: କେଉଁଠାରେ ଲୁଚି ରହିଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ? ଭାଇ କାସକର କଲା ଖୁଲାସା