ରୋଗୀ ସମେତ ୩ ମୁଣ୍ଡ ଗଡ଼ାଇଲା ବେପରୁଆ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର
Advertisement
Article Detail0/zeeodisha/odisha1170317

ରୋଗୀ ସମେତ ୩ ମୁଣ୍ଡ ଗଡ଼ାଇଲା ବେପରୁଆ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର

ଶନିବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଘଟିଛି। ବଡ଼ଚଣା ନିକଟରେ ଟ୍ରକ ପଛପଟୁ ଆମ୍ବୁଲାନ୍ସ ଧକ୍କା ଦେବାଫଳରେ ଆମ୍ବୁଲାନ୍ସ ଟି ଦୁର୍ଘଟଣା ଗ୍ରସ୍ତ ହୋଇ ଟ୍ରକ ରେ ଚାପି ହୋଇ ରହିଥିଲା।  

ରୋଗୀ ସମେତ ୩ ମୁଣ୍ଡ ଗଡ଼ାଇଲା ବେପରୁଆ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର

ଯାଜପୁର: ଶନିବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଘଟିଛି। ବଡ଼ଚଣା ନିକଟରେ ଟ୍ରକ ପଛପଟୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସଟି ଟ୍ରକରେ ଚାପି ହୋଇ ରହିଥିଲା। ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନାନୁସାରେ, ଶନିବାର ବିଳମ୍ବିତ ରାତିରେ ବଡ଼ଚଣା ନିକଟରେ ଟ୍ରକ ପଛପଟୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଦୁର୍ଘଟଣାର ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି କଟର ମେସିନ ସହ ଆମ୍ବୁଲାନ୍ସଙ୍କୁ ଟ୍ରକ ପଛପଟୁ ବାହାର କରିଥିଲେ। ଆମ୍ବୁଲାନ୍ସରେ ଥିବା ୫ ଜଣକ ମଧ୍ୟରୁ ତିନି ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Also Read: ଚାକିରିର ପ୍ରଥମ ଦିନରେ ନର୍ସଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

ଜଣେ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସଟି କଟକ ଅଭିମୁଖେ ଯାଉଥିଲା। ତେବେ ଆଗରେ ଯାଉଥିବା ଟ୍ରକର ଟାୟାର ଫାଟି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ଅନିୟନ୍ତ୍ରୀତ ହୋଇଥିଲା। ଏହି ସମୟରେ ଆମ୍ବୁଲାନ୍ସଟି ଟ୍ରକ ପଛପଟୁ ଧକା ଦେଇଥଲା। ଆମ୍ବୁଲାନ୍ସ ଦ୍ରୁତ ଗତିରେ ଚାଲୁଥିଲା, ତେଣୁ ନିୟନ୍ତ୍ରଣ ନ କରିପାରି ଟ୍ରକକୁ ପିଟିଥିବା କୁହାଯାଉଛି। ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର, ଜଣେ ମହିଳା ରୋଗୀ ଓ ଅନ୍ୟଜଣଙ୍କର ମୃତ୍ୟୁ ହୋଇଛି।

ଆମ୍ବୁଲାନ୍ସରେ ଜଣେ ମହିଳା ରୋଗୀଙ୍କ ସହ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର, ସହକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ମୃତକଙ୍କ ପରିଚୟ ମିଳି ନାହିଁ। ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଁଚି ଘଟଣାର ଅଧିକ ତଦନ୍ତ ଚଳାଇଛି।