Weather Update: ଆହୁରି ୩ ଦିନ କଲବଲ କରିବ ତାତି, ଏହି ଦିନଠାରୁ ବଦଳିବ ପାଗ
Advertisement

Weather Update: ଆହୁରି ୩ ଦିନ କଲବଲ କରିବ ତାତି, ଏହି ଦିନଠାରୁ ବଦଳିବ ପାଗ

Weather Update: ଗୋଟେ ପଟେ ମୌସୁମୀ (Monsoon 2023) ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥିବା ବେଳେ ଆଶ୍ବିନ ମାସରେ ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି । ଶୀତ ହେବା ସମୟରେ ଖରାରେ (Heat Wave) ଆଉଡୁପାଉଟୁ ହେଉଛନ୍ତି ଲୋକେ । ଉପକୂଳଠୁ ଉପାନ୍ତ ସବୁଠି ଅସହ୍ୟ ଗୁଳୁଗୁଳି ସାଙ୍ଗଙ୍କୁ ଟାଣ ଖରା ।

ସୌ(ସୋସିଆଲ ମିଡିଆ)

ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟରୁ ମୌସୁମୀ ବିଦାୟ ନେଇଥିବା ବେଳେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି । ଅଧିକାଂଶ ସ୍ଥାନର ଦିନ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବା ବେଳେ ଆଉ କେତେକ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହୁଛି । ଆଶ୍ବିନ ମାସରେ ହାଲୁକା ଶୀତ ଓ କାକର ପରିବେଶକୁ ଥଣ୍ତା କରିଥାଏ । ସାଧାରଣତଃ ଅକ୍ଟୋବର ମାସ ଶେଷ ଆଡକୁ ଶୀତର ପ୍ରକୋପ ବଢିଥାଏ । କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଆସନ୍ତା ୩ ଦିନ ଯାଏଁ ତାପମାତ୍ରା ଏଭଳି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ଟାଣ ଖରା ହେବ। ରାଜ୍ୟରେ ଏବେ ବର୍ଷା ହେବା ନେଇ ସମ୍ଭାବନା ନାହିଁ। ଉତ୍ତର-ପୂର୍ବ ପବନ ରାଜ୍ୟକୁ ପ୍ରବାହିତ ହେଉନଥିବାରୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ତେବେ ଆଗମୀ ୧୮ ତାରିଖରୁ ତାତି ହ୍ରାସ ପାଇବ । ପାରଦ ୨ରୁ ୪ ଡିଗ୍ରୀ ସେଲସିୟସ୍ ତଳକୁ ଖସିବ । ଏହି ସମୟରେ ଆଣ୍ତାମାନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ୨୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ । ପରେ ଏହା ଅଧିକ ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହେବା ନେଇ ସମ୍ଭାବନା ରହିଛି ।

ପ୍ରକାଶ ଥାଉ କି, ରବିବାର ଦିନ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ଆକାଶ ନିର୍ମଳ ରହିବା ସହ ଦିନର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ମଧ୍ୟରେ ରହିବ।

Also Read-Odisha News: ଭେଟ ଅମାବାସ୍ୟାରେ ଏକାଠି ହୁଅନ୍ତି ୭ ଶକ୍ତି, ଜାଣନ୍ତୁ ଏହାର ମାହାତ୍ମ୍ୟ