Advertisement
Article Detail0/zeeodisha/odisha1920159
Zee OdishaWeatherWeather Report: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ରାଜ୍ୟର ଏହି ସମସ୍ତ ଜିଲ୍ଲା ବର୍ଷା ହେବା ନେଇ ଆକଳନ କଲା ପାଣିପାଗ ବିଭାଗ...

Weather Report: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ରାଜ୍ୟର ଏହି ସମସ୍ତ ଜିଲ୍ଲା ବର୍ଷା ହେବା ନେଇ ଆକଳନ କଲା ପାଣିପାଗ ବିଭାଗ...

Weather Report: ଖୁବ୍ ଶିଘ୍ର ବଦଳିବାକୁ ଯାଉଛି ଓଡ଼ିଶାର ପାଣିପାଗ ବିଭାଗ। ଏବେ ଗରମରୁ ତ୍ରାହି ପାଇବେ ରାଜ୍ୟବାସୀ। ୨୦ ତାରିଖରୁ ମିଳିବ ଆଶ୍ୱସ୍ତି। ପାଣିପାଗ ବିଜ୍ଞାନିଙ୍କ ମତ ଅନୁସାରେ ରାଜ୍ୟରେ ହାଲୁକା ବର୍ଷା(Slight Rain) ପରେ ଆରମ୍ଭ ହୋଇଯିବ ଶୀତର ଲହର।

Weather Report: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ରାଜ୍ୟର ଏହି ସମସ୍ତ ଜିଲ୍ଲା ବର୍ଷା ହେବା ନେଇ ଆକଳନ କଲା ପାଣିପାଗ ବିଭାଗ...

Weather Report: ଖୁବ୍ ଶିଘ୍ର ବଦଳିବାକୁ ଯାଉଛି ଓଡ଼ିଶାର ପାଣିପାଗ ବିଭାଗ। ଏବେ ଗରମରୁ ତ୍ରାହି ପାଇବେ ରାଜ୍ୟବାସୀ। ୨୦ ତାରିଖରୁ ମିଳିବ ଆଶ୍ୱସ୍ତି। ପାଣିପାଗ ବିଜ୍ଞାନିଙ୍କ ମତ ଅନୁସାରେ ରାଜ୍ୟରେ ହାଲୁକା ବର୍ଷା(Slight Rain) ପରେ ଆରମ୍ଭ ହୋଇଯିବ ଶୀତର ଲହର।ଆସନ୍ତା ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏହା ପରେ ରାଜ୍ୟରେ ତାପମାତ୍ରା କମିବା ସହ ଆରମ୍ଭ ହେବ ଶୀତ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ହେତୁ ବର୍ଷା ହେବା ନେଇ ନିଶ୍ଚିନ୍ତ କରିଛି ବିଭାଗ। ଏହାର ପ୍ରଭାବରେ ୧୮ରୁ ୨୦ ତାରିଖ ମଧ୍ୟରେ ରାଜ୍ୟର ଉପକୂଳ ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

ସେପଟେ ଆରବ ସାଗରରେ ବାତ୍ୟା ଆସିବା ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି। ଏହି ବାତ୍ୟା ଓମାନ ବା କରାଚି(Karachi) ଆଡ଼କୁ ମୁହାଁଇବା ନେଇ ଆକଳନ କରାଯାଇଛି। ବଙ୍ଗୋପସାଗରରେ(Bay of Bengal) ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରାୟ ସେହି କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋସାଗରରେ ରହି ୨୧ ତାରିଖ ସୁଦ୍ଧା ଲଘୁଚାପ(Low Pressure) ଓ ୨୨ ତାରିଖ ସୁଦ୍ଧା ଅବପାତର ରୂପ ନେବ।ସେପଟେ ବର୍ଷା ଯୋଗୁ ଫିକା ପଡ଼ିପାରେ ଚଳିତ ବର୍ଷ ଦଶହରା। ପୂଜା ବଜାରର ମାହୋଲ ଉପରେ ପ୍ରଭାବ ପକାଇବ ବଙ୍ଗୋପସାଗରରେ ଆସୁଥିବା ଆଉ ଏକ ଲଘୁଚାପ। ୨୦ ତାରିଖରେ ମହାଷଷ୍ଠୀ, ୨୪ରେ ଦଶହରା ଓ ୨୫ରେ ଭସାଣି ଥିବା ବେଳେ ଲଘୁଚାପ ବର୍ଷା ଯୋଗୁ ପ୍ରଭାବିତ ହେବ ପୂଜା।

Also Read: Weather Update: ଆସୁଛି ଲଘୁଚାପ, ବର୍ଷାରେ ଭିଜିବ ଦଶହରା!

Add Zee News as a Preferred Source
About the Author