Nishant Kumar:
ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ରାଜନୀତିରୁ ଦୂରେଇ ରୁହନ୍ତି। ତାଙ୍କର ପିଲାଦିନ ବହୁତ ବ୍ୟସ୍ତବହୁଳ ଥିଲା । ୧୯୮୫ରେ ନୀତୀଶ କୁମାର ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଜିତିବା ପରେ ପାଟଣାର ବିଧାୟକ କ୍ଲବରେ ରହିବାକୁ ସ୍ଥାନ ପାଇଥିଲେ। ବିଧାୟକ କ୍ଲବରେ ତାଙ୍କୁ ମିଳିଥିବା କ୍ୱାଟର ଏକ ଦୁଇ କୋଠରୀ ବିଶିଷ୍ଟ ଆବାସ ଥିଲା । ନୀତୀଶଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କ ପାଇଁ ଏହି ଘର ଛୋଟଥିଲା । ଏମିତିକି ବେଳେବେଳେ ସେ ଘର ତାଲ ପକାଇ ଦେଉଥିଲେ,ଯେମିତି ଅଧିକ ଗହଳି ହେବ ନାହିଁ । ରାଜକମଲ ପ୍ରକାଶନ ଦ୍ୱାରା ପ୍ରକାଶିତ 'ନୀତୀଶ କୁମାର: ଅନ୍ତରଙ୍ଗ ବନ୍ଧୁଙ୍କ ଆଖିରେ' ପୁସ୍ତକରେ ଉଦୟ କାନ୍ତ ଲେଖିଛନ୍ତି ଯେ ନୀତିଶ ପାଟନାକୁ ଆସିବା ପରେ ବନ୍ଧୁ ବିଜୟ ଚୌଧୁରୀଙ୍କ ସହାୟତାରେ ନୀତୀଶଙ୍କ ପତ୍ନୀ ମଞ୍ଜୁଙ୍କର ବୋରିଙ୍ଗରୋଡରେ ଅବସ୍ଥିତ ଜେଡି ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା।
ନୀତୀଶ ନିଜେ ପତ୍ନୀଙ୍କୁ ସ୍କୁଲ ଛାଡିବାକୁ ଯାଉଥିଲେ
ନୀତୀଶ କୁମାର ନିଜେ ପତ୍ନୀ ମଞ୍ଜୁଙ୍କୁ ସ୍କୁଲ ଛାଡିବାକୁ ଯାଉଥିଲେ। ତାଙ୍କର ସରଳତା ଏବଂ ଭଦ୍ର ଆଚରଣ ହେତୁ ପ୍ରାୟ ଦେଢ ମାସ ଧରି କେହି ଜାଣି ପାରିନଥିଲେ ଯେ,ସେ ଜଣେ ବିଧାୟକ କିମ୍ବା ମଞ୍ଜୁ ଜଣେ ବିଧାୟକଙ୍କ ପତ୍ନୀ । ପାଟନାକୁ ଆସିବା ପରେ ନୀତିଶ ପରିବାର ବନ୍ଧୁଙ୍କ ପରାମର୍ଶ କ୍ରମେ ପୁଅ ନିଶାନ୍ତଙ୍କ ନାମ ସେଣ୍ଟ କେରନସ୍ ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ଲେଖିଥିଲେ ।
ନୀତୀଶଙ୍କ ପୁଅକୁ କିଏ ମାଡ଼ ମାରିଲା?
ଉଦୟ କାନ୍ତ ଲେଖିଛନ୍ତି ଯେ ନିଶାନ୍ତ ଅତି ସରଳ ପ୍ରକୃତିର ପିଲା ଥିଲେ ଏବଂ ବିଦ୍ୟାଳୟର ସବୁଠାରୁ ଭଦ୍ର ପିଲାମାନଙ୍କ ମଧ୍ୟରେ ସେ ଗଣାଯାଇଥିଲା। ଦିନେ ଜଣେ ଶିକ୍ଷକ ନିଶାନ୍ତଙ୍କୁ ବାଡ଼ିରେ ପିଟିଥିଲେ। ଆଘାତ ଏତେ ଗଭୀର ଥିଲା ଯେ ତାଙ୍କ କପାଳ ଫୁଲି ଯାଇଥିଲା ଓ ସେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ।
ଯେତେବେଳେ ନୀତୀଶ କୁମାର ତାଙ୍କ ପୁଅକୁ ମାଡ଼ ମାରିବାର ଖବର ପାଇଲେ, ସେତେବେଳେ ସେ ଭୀଷଣ ରାଗି ଯାଇଥିଲେ । ବହୁତ ରାଗିଥିଲେ ମଧ୍ଯ ତାଙ୍କ ମୁହଁରୁ କୌଣସି ଖରାପ କଥା ବାହାରିନଥିଲା । ତାଙ୍କ ବନ୍ଧୁମାନେ ସ୍କୁଲ ପ୍ରିନସିପାଲଙ୍କ ପାଖରେ ଅଭିଯୋଗ କରିବା ପୂର୍ବରୁ ସେ ନିଜ ପୁଅର ନାମ ସେହି ସ୍କୁଲରୁ କାଟିନେଇ ମରୁରୀର ଏକ ଅଣ ଇଂରାଜୀ ସ୍କୁଲରେ ଲେଖାଇଥିଲେ ।
ଶିକ୍ଷକ ଖେଳନା ଛଡ଼ାଇ ନେଇଥିଲେ
ଉଦୟ କାନ୍ତଙ୍କ ଅନୁଯାୟୀ ନିଶାନ୍ତ ଙ୍କ ଅନୁସାରେ ପିତାଙ୍କ ବନ୍ଧୁ ସରୟୁ ରାୟ ଏବଂ ଅରବିନ୍ଦଙ୍କ ପରାମର୍ଶ କ୍ରମେ ମୋତେ ମୁସୁରୀର ମାନବ ଭାରତୀ ନାମକ ଏକ ନୂତନ ବିଦ୍ୟାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ମୋତେ ସେଠାରେ ହଷ୍ଟେଲ ରହିବାକୁ ପଡିଥିଲା । ହଷ୍ଟେଲ ବାଥରୁମ ମୋ ରୁମଠାରୁ ବହୁତ ଦୂରରେ ଥିଲା ଏବଂ ମୁଁ ସେଠାକୁ ଯିବାକୁ ଡରୁଥିଲି । ମୋର ପିତାମାତା ମୋତେ ବହୁତ ଖେଳନା କିଣି ଦେଇଥିଲେ । କିନ୍ତୁ ଜଣେ ସ୍କୁଲ ଶିକ୍ଷକ ମୋ ଠାରୁ ସମସ୍ତ ଖେଳନା ଛଡ଼ାଇ ନେଇ ତାଙ୍କ ପୁଅକୁ ଉପହାର ଦେଇଥିଲେ। ମୁଁ ବହୁତ ଦଃଖ ଅନୁଭବ କରିଥିଲି କିନ୍ତୁ କାହାକୁ କିଛି କହିନଥିଲି ।
ଯେତେବେଳେ ନୀତୀଶ ତାଙ୍କ ପୁଅକୁ ଟାଙ୍ଗି ଦେଇଥିଲେ
ନିଜ ପିଲାଦିନକୁ ସ୍ମରଣ କରି ନିଶାନ୍ତ କହିଛନ୍ତି ଯେ ବାପା ମୋତେ କଦାପି ଗାଳି ଦେଇ ନାହାଁନ୍ତି କିମ୍ବା ମାଡ଼ ମାରି ନାହାଁନ୍ତି। ମୁଁ ସ୍କୁଲରେ ପଢୁଥିବା ସମୟରେ ଦିନେ ସ୍କୁଲରୁ ଫେରି ଖେଳିବାରେ ଲାଗିଥିଲି । ହୋମୱାର୍କ କରିବା ପାଇଁ ବାପାଙ୍କ ତାଗିଦ ସତ୍ୱେ ଖେଳ ଜାରି ରଖିଥିଲି । ଏଥିରେ ରାଗି ବାପା ମୋତେ ଘରର ତାଜାରେ ଟାଙ୍ଗି ଦେଇଥିଲେ । ମୁଁ ପ୍ରଥମଥର ପାଇଁ ବାପାଙ୍କୁ ଏମିତି ରାଗିବା ଦେଖିଥିଲି । ବାପା ପରେ ନିଜ ଭୁଲ ବୁଝି ପାରିଥିଲେ ଓ ମୁଁ ମଧ୍ଯ ନିଜ ଭୁଲ ବୁଝି ପାରିଥିଲି । ପରେ ବାପା ମୋତେ ଖୁସି କରାଇବା ପାଇଁ କ୍ରିକେଟ୍ କିଟ୍ ଆଣି ଦେଇଥିଲେ ।