Islam is growing:2070 ବେଳକୁ ଭାରତରେ ପାକିସ୍ତାନ, ଇଣ୍ଡୋନେସିଆଠାରୁ ଅଧିକ ସଂଖ୍ୟକ ମୁସଲମାନ
Advertisement
Article Detail0/zeeodisha/odisha2069542

Islam is growing:2070 ବେଳକୁ ଭାରତରେ ପାକିସ୍ତାନ, ଇଣ୍ଡୋନେସିଆଠାରୁ ଅଧିକ ସଂଖ୍ୟକ ମୁସଲମାନ

ବିଶ୍ୱରେ ଇସଲାମ ହେଉଛି ଦ୍ରୁତତମ ପ୍ରସାରିତ ଧର୍ମ। ଦୁନିଆରେ ମୁସଲମାନମାନଙ୍କର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯେଉଁ ହାରରେ ମୁସଲମାନ ଜନସଂଖ୍ୟା ବୃଦ୍ଧି ପାଉଛି, 2070 ସୁଦ୍ଧା ଇସଲାମର ଅନୁଗାମୀମାନଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ହେବ ଏବଂ ଏହା ଖ୍ରୀଷ୍ଟିଆନ ଧର୍ମକୁ ପଛରେ ଛାଡି଼ଯିବ  । ପ୍ୟୁ ରିସର୍ଚ୍ଚ ସେଣ୍ଟରର ଏକ ର

SOCIAL MEDIA

Islam is growing:

ବିଶ୍ୱରେ ଇସଲାମ ହେଉଛି ଦ୍ରୁତତମ ପ୍ରସାରିତ ଧର୍ମ। ଦୁନିଆରେ ମୁସଲମାନମାନଙ୍କର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯେଉଁ ହାରରେ ମୁସଲମାନ ଜନସଂଖ୍ୟା ବୃଦ୍ଧି ପାଉଛି, 2070 ସୁଦ୍ଧା ଇସଲାମର ଅନୁଗାମୀମାନଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ହେବ ଏବଂ ଏହା ଖ୍ରୀଷ୍ଟିଆନ ଧର୍ମକୁ ପଛରେ ଛାଡି଼ଯିବ  । ପ୍ୟୁ ରିସର୍ଚ୍ଚ ସେଣ୍ଟରର ଏକ ରିପୋର୍ଟ ଅନୁଯାୟୀ, 2060 ସୁଦ୍ଧା ସମଗ୍ର ବିଶ୍ୱରେ ମୁସଲମାନମାନଙ୍କର ମୋଟ ଜନସଂଖ୍ୟା 2015 ତୁଳନାରେ 70 ପ୍ରତିଶତ ବୃଦ୍ଧି ପାଇବ ଏବଂ ସେତେବେଳେ ବିଶ୍ୱରେ  ମୁସଲାମନଙ୍କ ସଂଖ୍ୟା ପ୍ରାୟ 3 ବିଲିୟନ ହେବ। 2015 ରେ ମୁସଲମାନ ଜନସଂଖ୍ୟା 1.8 ବିଲିୟନ ଥିଲା।

ଅଧିକାଂଶ ମୁସଲମାନ କେଉଁଠାରେ ଅଛନ୍ତି?

2010 ମସିହାରେ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରେ ଇଣ୍ଡୋନେସିଆ, ପାକିସ୍ଥାନ ଏବଂ ଭାରତ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିଲେ । ପ୍ୟୁ ରିସର୍ଚ୍ଚ ଅନୁଯାୟୀ 2030 ସୁଦ୍ଧା ଇଣ୍ଡୋନେସିଆକୁ ପଛରେ ପକାଇ ପାକିସ୍ତାନ ସର୍ବାଧିକ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଦେଶ ହେବ। ଯଦି ଏହି ଗତିରେ ମୁସଲମାନଙ୍କ ଜନସଂଖ୍ୟା ବୃଦ୍ଧି ଜାରି ରହେ ତେବେ 2050 ସୁଦ୍ଧା ପାକିସ୍ତାନକୁ ପଛରେ ପକାଇ ଭାରତ ବିଶ୍ୱର ସଖ୍ୟାଧିକ ମୁସଲିମ ଜନସଂଖ୍ୟା ବହୁଳ ଦେଶ ହେବ । ତଥାପି ସେସମୟରେ ମଧ୍ୟ ଭାରତର ସର୍ବାଧିକ ଜନସଂଖ୍ୟା ହିନ୍ଦୁ ହେବ।

ଭାରତରେ ମୁସଲମାନଙ୍କ ସଂଖ୍ୟା କେତେ ?

2011 ଜନଗଣନା ଅନୁଯାୟୀ, ଭାରତରେ 17.22 କୋଟି ମୁସଲମାନ ଥିଲେ, ଯାହା ଦେଶର ମୋଟ ଜନସଂଖ୍ୟାର 14.2 ପ୍ରତିଶତ ଥିଲା। ନିକଟରେ ସରକାର କହିଥିଲେ ଯେ 2023 ଶେଷ ସୁଦ୍ଧା ଦେଶର ମୋଟ ମୁସଲମାନ ଜନସଂଖ୍ୟା 20 କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସେହି ଦେଶମାନଙ୍କ ମଧ୍ୟରେ ଭାରତ ଅଛି ଯେଉଁଠାରେ ମୁସଲମାନ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ଆମେରିକାର ଅବସ୍ଥା

2010 ରେ 2.6 ମିଲିୟନ ତୁଳନାରେ 2030 ସୁଦ୍ଧା ଆମେରିକାର ମୁସଲମାନ ଜନସଂଖ୍ୟା 6.2 ନିୟୁତ ହେବ। ପ୍ୟୁ ରିସର୍ଚ୍ଚ ଆକଳନ କରିଛି ଯେ 2030 ସୁଦ୍ଧା ଆମେରିକାର ମୋଟ ମୁସଲମାନ ଜନସଂଖ୍ୟା ସେଠାରେ ଥିବା ମୋଟ ଜନସଂଖ୍ୟାର 1.7 ପ୍ରତିଶତ ହେବ। ଯେତେବେଳେ କି 2050 ସୁଦ୍ଧା ଆମେରିକାର ପ୍ରତି 50 ଜଣଙ୍କ ମଧ୍ୟରୁ ଜଣେ ମୁସଲମାନ ହେବେ।

କାନାଡାର ଜନସଂଖ୍ୟା 3 ଗୁଣରୁ ଅଧିକ ହେବ

ସେହିଭଳି କାନାଡାରେ 2030 ମସିହାରେ ମୁସଲମାନ ଜନସଂଖ୍ୟା 2010 ତୁଳନାରେ ତିନି ଗୁଣ ଅଧିକ ହେବ। 2010 ରେ କାନାଡାରେ ମୋଟ 9.4 ଲକ୍ଷ ମୁସଲମାନ ଥିଲେ। 2030 ରେ ସେମାନଙ୍କ ସଂଖ୍ୟା ପ୍ରାୟ 27 ଲକ୍ଷ ହେବ ବୋଲି ଆକଳନ କରାଯାଇଛି।

ମୁସଲମାନ ଜନସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ହେବାର କାରଣ କ’ଣ?

ଜନସଂଖ୍ୟା ରେଫରେନ୍ସ ବ୍ୟୁରୋ (PRB) ର ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ଦ୍ରୁତ ଗତିରେ ବଞୁଥିବା ମୁସଲମାନ ଜନସଂଖ୍ୟା ପଛରେ ଅନେକ କାରଣ ରହିଛି । ପ୍ରଥମ- ଯଦିଓ ନିକଟ ଅତୀତରେ ମୁସଲମାନ ମହିଳାମାନଙ୍କର ପ୍ରଜନନ ହାର ହ୍ରାସ ପାଇଛି, ତଥାପି ମୁସଲମାନ ସଂଖ୍ୟାଲଘୁ ଦେଶରେ ମହିଳାମାନେ ଅଣ-ମୁସଲମାନ ଦେଶମାନଙ୍କ ତୁଳନାରେ ଅଧିକ ସନ୍ତାନ ପ୍ରାପ୍ତ କରୁଛନ୍ତି। ଦ୍ୱିତୀୟତଃ- ଯେହେତୁ ପୂର୍ବରୁ ମୁସଲମାନ ମହିଳାମାନଙ୍କର ପ୍ରଜନନ ହାର ବହୁତ ଅଧିକ ଥିଲା, ସେତେବେଳେ ଜନ୍ମ ହୋଇଥିବା ଅଧିକାଂଶ ପିଲା ବର୍ତ୍ତମାନ ଯୁବକ ଏବଂ ବିବାହ ଯୋଗ୍ୟ କିମ୍ବା ପିତାମାତା ହେବାର ପଥରେ ଅଛନ୍ତି ।

ତୃତୀୟତଃ- ମୁସଲମାନ ଦେଶମାନଙ୍କରେ ଅଣ-ମୁସଲମାନ ଦେଶ ତୁଳନାରେ ଜନସଂଖ୍ୟା ନିୟନ୍ତ୍ରଣ ଭଳି ନିୟମ ବହୁତ କମ ରହିଛି ବା ବିଲକୁଲ ନାହିଁ ।  ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ମୁସଲମାନ ମହିଳାମାନେ ଶିଶୁ ଜନ୍ମ ନିୟନ୍ତ୍ରଣ ପାଇଁ ଆବଶ୍ୟକ ତୁଳନାତ୍ମକ ଭାବେ କମ୍ ଉତ୍ସ ବ୍ୟବହାର କରନ୍ତି । ଜନସଂଖ୍ୟା ରେଫରେନ୍ସ ବ୍ୟୁରୋ ଅନୁଯାୟୀ ଅଣ-ମୁସଲମାନ ଦେଶରେ 63 ପ୍ରତିଶତ ମହିଳା ଶିଶୁ ଜନ୍ମ ନିୟନ୍ତ୍ରଣ ସହ ଜଡିତ ପଦକ୍ଷେପ ଗ୍ରହଣ କରୁଥିବାବେଳେ ମୁସଲମାନ ଦେଶରେ କେବଳ 48 ପ୍ରତିଶତ ମହିଳା ଏହି ପଦକ୍ଷେପ ଉପରେ ବିଶ୍ୱାସ କରନ୍ତି।

ଚତୁର୍ଥତଃ- PRB ଅନୁଯାୟୀ, ମୁସଲମାନ ଜନସଂଖ୍ୟା ବୃଦ୍ଧି ହେବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ସେମାନଙ୍କର ସାମାଜିକ-ଅର୍ଥନୈତିକ ଅବସ୍ଥା । ନିକଟ ଅତୀତରେ ମୁସଲମାନମାନଙ୍କର ସାମାଜିକ-ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଆସିଛି। ଶିକ୍ଷା ମଧ୍ୟ ଉନ୍ନତ ହୋଇଛି । ଏଭଳି ପରିସ୍ଥିତିରେ ଶିଶୁ ମୃତ୍ୟୁହାର ଭଳି ମାମଲା  ହ୍ରାସ ପାଇଛି। ଯାହାର ଫଳ ହେଉଛି ଜନସଂଖ୍ୟା ବୃଦ୍ଧି ।