Trending Photos
Healthy diet for diabetic patients:ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟରେ ଅବହେଳା ଯୋଗୁଁ ଲୋକମାନେ ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରଲ ସମେତ ଅନେକ ରୋଗର ଶିକାର ହେଉଛନ୍ତି। ସେଥିମଧ୍ୟରୁ ମଧୁମେହ ବା ଡାଇବେଟିସ୍ ଅନ୍ୟତମ। କେବଳ ବୟସ୍କ ନୁହଁନ୍ତି, ଯୁବକମାନେ ମଧ୍ୟ ଡାଇବେଟିସ ସହ ସଂଘର୍ଷ କରୁଛନ୍ତି। ମଧୁମେହ ଏମିତି ଏକ ରୋଗ ଯେଉଁଥିରେ ରକ୍ତରେ ଶର୍କରା ବୃଦ୍ଧି ପାଇଥାଏ । ସଠିକ୍ ରୁଟିନ୍ ଅନୁସରଣ କରି ହିଁ ଏହାକୁ ନିୟନ୍ତ୍ରଣ କରାଯାଇପାରିବ।
ମଧୁମେହ କାରଣରୁ ବାରମ୍ବାର ପରିସ୍ରା, ଶୋଷ ଓ ଭୋକ ବଢ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ମଧୁମେହ କୁ ନିୟନ୍ତ୍ରଣ କରା ନ ଗଲେ ଅନେକ ପ୍ରକାର ରୋଗ ହେବାର ସମ୍ଭାବନା ରହିଥାଏ । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ବରିଷ୍ଠ ରେସିଡେଣ୍ଟାଲ ଡାକ୍ତର ଦୀପକ କୁମାର ସୁମନଙ୍କ ଅନୁସାରେ , ମଧୁମେହ ରୋଗୀଙ୍କୁ ମଧ୍ୟ ସେମାନଙ୍କ ଖାଦ୍ୟର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ମଧୁମେହ ରୋଗୀମାନେ କ'ଣ ଖାଇବା ଉଚିତ।
କଖାରୁ
ଶୀତ ଋତୁରେ ମଧୁମେହ ରୋଗୀମାନେ କଖାରୁକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ। କଖାରୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ। ଡାକ୍ତର ଦୀପକଙ୍କ କହିବା ଅନୁଯାୟୀ, ଶୀତଦିନେ ତାପମାତ୍ରା କମିଯାଏ। ଏଭଳି ପରିସ୍ଥିତିରେ ମଧୁମେହ ରୋଗୀ କୌଣସି ପ୍ରକାର ଥଣ୍ଡା ଜିନିଷ ଖାଇବାରୁ ଦୂରେଇ ରହିବା ଉଚିତ।
ପାଳଙ୍ଗ
ସବୁଜ ପନିପରିବା ପାଳଙ୍ଗରେ ଆଇରନ୍ ମିଳିଥାଏ। ଶୀତଦିନେ ଯଦି ଆପଣ ତାଜା ପାଳଙ୍ଗକୁ ନିଜ ଖାଦ୍ୟରେ ସାମିଲ କରନ୍ତି ତେବେ ଏହା ରକ୍ତଶର୍କରା ସ୍ତରକୁ ଠିକ୍ ରଖିଥାଏ । ସୂଚନାଯୋଗ୍ୟ, ଏଥିରେ ଫୋଲିକ୍ ଏସିଡ୍ ରହିଥାଏ, ଯାହା ରକ୍ତଶର୍କରାକୁ ସନ୍ତୁଳିତ ରଖିଥାଏ।
ଅଶ୍ୱଗନ୍ଧା
ଅଶ୍ୱଗନ୍ଧା ଏକ ଆୟୁର୍ବେଦିକ ଔଷଧ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଏହା ମାନସିକ ଚାପ କୁ ହ୍ରାସ କରିବାରେ ସହାୟକ ହୋଇଥାଏ ।
ମେଥି
ମେଥି ପତ୍ର ଗରମ ହୋଇଥାଏ। ଶୀତ ଋତୁରେ ମେଥିକୁ ବିଶେଷ ପସନ୍ଦ କରାଯାଏ । ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ଏହା ଭୋକକୁ ନିୟନ୍ତ୍ରଣରେ ରଖିବା ସହ ରକ୍ତଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ। ଏହା ବ୍ୟତୀତ ଆପଣ ମିଠା ଆଳୁକୁ ମଧ୍ୟ ଖାଦ୍ୟରେ ସାମିଲ କରିପାରିବେ ।