ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି, ୩୦୦ରୁ ଅଧିକ ଲୋକ କଲେଣି ନାମ ପଞ୍ଜିକରଣ, ପହଞ୍ଚିଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2316068

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି, ୩୦୦ରୁ ଅଧିକ ଲୋକ କଲେଣି ନାମ ପଞ୍ଜିକରଣ, ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୟୁନିଟ୍ ୫ରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣାଣି କରିବା ସହ ଏହାର ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେବେ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି, ୩୦୦ରୁ ଅଧିକ ଲୋକ କଲେଣି ନାମ ପଞ୍ଜିକରଣ, ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନତା ଦରବାର ଆରମ୍ଭ ହୋଇଯାଇଛି। ଆଜି ନୂତନ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଅଭିଯୋଗ ଶୁଣାଣି ଆରମ୍ଭ ହୋଇ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରତି ସୋମବାର ନିୟମିତ ଚାଲିବ ଅଭିଯୋଗ ଶୁଣାଣି। ସରକାର ସମସ୍ୟା ଶୁଣିବା ସହ ସମାଧାନ ଦିଗରେ ପଦକ୍ଷେପ ନେବେ। ତେବେ ଆଜିର ଜନ ଶୁଣାଣି ପାଇଁ ଏଯାଏଁ ୩୦୦ରୁ ଅଧିକ ଲୋକ ନାମ ପଞ୍ଜିକରଣ କରିସାରିଥିବା ସୂଚନା ରହିଛି। ଅନ୍ୟପଟେ ସକାଳୁ ବିଭିନ୍ନ ଆଡୁ ଲୋକ ଆସି ପଞ୍ଜୀକରଣ କରି ଅପେକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଆସିବାକୁ। ଏହାରି ଭିତରେ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମ ସୋମବାର ଅଭିଯୋଗର ଶୁଣାଣି ପାଇଁ ପହଞ୍ଚିଛନ୍ତି। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ସିଂ ଦେଓ ମଧ୍ୟ ଉପସ୍ଥିତ ରହିଛନ୍ତି। ଗୁହାରି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛନ୍ତି ଶତାଧିକ ଲୋକ। କେତେକ ଦିବ୍ୟାଙ୍ଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବାକୁ ଆସିଥିବା ଦେଖିବାକୁ ମିଳିଛି।

ଭୁବନେଶ୍ୱର ୟୁନିଟ୍ ୫ରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣାଣି କରିବା ସହ ଏହାର ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେବେ। ଏହି ସମୟରେ ସମସ୍ତ ମନ୍ତ୍ରୀମାନେ ଉପସ୍ଥିତ ରହିଥିବା ଜଣାପଡ଼ିଛି। ଆଜିର ଜନ ଶୁଣାଣି ପାଇଁ ଏଯାଏଁ ୩୦୦ରୁ ଅଧିକ ଲୋକ ନାମ ପଞ୍ଜିକରଣ କରିସାରିଥିବା ସୂଚନା ରହିଛି ସକାଳ ୯ଟାରୁ ଆରମ୍ଭ ପଞ୍ଜିକରଣ ଆରମ୍ଭ ହୋଇ ଦିନ ୧୨ଟା ଯାଏ ଚାଲିବ। 

ସେହିପରି ଅଭିଯୋଗ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ ହେବ। ସେମାନଙ୍କର ଅଭିଯୋଗ ଲିଖିତ ଆକାରରେ ଦାଖଲ କରିବାକୁ ପଡ଼ିବ। ଏହାପରେ ତାଙ୍କୁ ପୁନଃ ଶୁଣାଣି ପାଇଁ ଅଭିଯୋଗ କକ୍ଷକୁ ପଠାଯିବ। ଏହାସହିତ ଜିଲ୍ଲା ସ୍ତରରେ ସମସ୍ତ ଜିଲ୍ଲାପାଳ ମଧ୍ୟ ପ୍ରତ୍ୟେକ ସୋମବାର ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ଶୁଣାଣି ପରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି।