କଳିଙ୍ଗ ସାହିତ୍ୟ ମହୋତ୍ସବ; ଡିସେମ୍ବର ୧୦ରେ ବସିବ ୧୦୦ତମ ଅଧିବେସନ
Advertisement
Article Detail0/zeeodisha/odisha803201

କଳିଙ୍ଗ ସାହିତ୍ୟ ମହୋତ୍ସବ; ଡିସେମ୍ବର ୧୦ରେ ବସିବ ୧୦୦ତମ ଅଧିବେସନ

କଳିଙ୍ଗ ସାହିତ୍ୟ ମହୋତ୍ସବ ଭବସମ୍ବାଦ କିମ୍ବଦନ୍ତୀ ଅର୍ଥନୀତିଜ୍ଞ, ଲେଖକ ଲର୍ଡ଼ ମେଘନାଦ ଦେଶାଇ, ଡ଼. ବିବେକ ଦେବରାୟ, ଚିନ୍ତକ ରାମ ମାଧବଙ୍କୁ ନେଇ ଡ଼ିସେମ୍ବରର ଆଗାମୀ ଦିନରେ ଉନ୍ମୋଚନ ହେବାକୁ ଯାଉଛି।

କଳିଙ୍ଗ ସାହିତ୍ୟ ମହୋତ୍ସବ

ଭୁବନେଶ୍ୱର: ଡ଼ିସେମ୍ବରରେ ଆୟୋଜନ ହେବାକୁ ଯାଉଛି କଳିଙ୍ଗ ସାହିତ୍ୟ ମହୋତ୍ସବର କିଛି ଉଲ୍ଲେଖନୀୟ ଅଧିବେସନ। ଭବସମ୍ବାଦରେ କିମ୍ବଦନ୍ତୀ ଲେଖକ, ଅର୍ଥନୀତିଜ୍ଞ, ନୀତିନିର୍ମାତା  ତଥା ଚିନ୍ତାନାୟକ ଯୋଗ ଦେବେ। ଚିନ୍ତକ ରାମ ମାଧବ, କିମ୍ବଦନ୍ତୀ ଅର୍ଥନୀତିଜ୍ଞ ଲର୍ଡ଼ ମେଘନାଦ ଦେଶାଇ, ଡ. ବିବେକ ଦେବରାୟ, ତାମଲ ବନ୍ଦୋପାଧ୍ୟାୟ, ପ୍ରଫେସର  ଟି.ଟି. ରାମମୋହନ,  ଶୁଭା ଶର୍ମା  (ଆଇଏଏସ) ପ୍ରମୂଖ ଏହି ଅଧିବେସନରେ ସାମିଲ ହେବାର ସମ୍ଭାବନା ରହିଛି। 

କଳିଙ୍ଗ ସାହିତ୍ୟ ମହୋତ୍ସବ (Kalinga Literary Festival ) ଭବ ସମ୍ବାଦ (KLF Bhava Samvad) ରେ ଜଣାଶୁଣା ରାଜନୈତିକ ଚିନ୍ତକ, ଲେଖକ ତଥା ସାମ୍ବାଦିକ ରାମ ମାଧବ (Ram Madhab)ଡ଼ିସେମ୍ବର ୧୦ ତାରିଖ ସନ୍ଧ୍ୟା ୭ଟାରେ ନିସ୍ତୁଲା ହେବ୍ୱରଙ୍କ ପୁସ୍ତକ “Because India Comes First” ଉପରେ ଆଲୋଚନା କରିବେ। ଲର୍ଡ଼ ମେଘନାଦ ଦେଶାଇ ଇଣ୍ଡିଆ ସ୍କୁଲ ଅଫ ବିଜିନେସର ଆସୋସିଏଟ୍ ନିର୍ଦ୍ଦେଶକ, ଡ. ଅଜୟ ସିଂଙ୍କ ସର୍ବଶେଷ ପୁସ୍ତକ “Rebellious Lord - An Autobiography” ଉପରେ ୧୩ ତାରିଖ ସନ୍ଧ୍ୟା ୭ଟାରେ ଆଲୋଚନା କରିବେ। ସେହିପରି  ଡ଼ିସେମ୍ବର ୧୭ ସନ୍ଧ୍ୟା ୮ଟାରେ ତାମଲ  ବନ୍ଦୋପାଧ୍ୟାୟ,  ସ୍ତମ୍ଭକାର  ଅତୁଲ କେ ଠାକୁରଙ୍କ  ସହିତ ତାଙ୍କ  ପୁସ୍ତକ “Pandemonium: The Great Indian Banking Tragedy” ଉପରେ ଆଲୋଚନା କରିବେ। 

Also Read: 'ଯିଏ ମହାମାରୀକୁ ମହୋତ୍ସବରେ ପରିଣତ କରେ...ସିଏ ହେଉଛନ୍ତି ନରେନ୍ଦ୍ର ଦାମୋଦର ଦାସ'

ଅର୍ଥନୀତିଜ୍ଞ ଏବଂ ଲେଖକ ଡ.ବିବେକ ଦେବରାୟ ତାଙ୍କ ସର୍ବଶେଷ ପୁସ୍ତକ ସଂସ୍ପର୍ଶରେ ସାଇ ସ୍ୱରୂପା ଆୟାରଙ୍କ ସହିତ ଡ଼ିସେମ୍ବର ୨୩, ସନ୍ଧ୍ୟା  ୫ଟାରେ ବାର୍ତାଳାପରେ  ଆଲୋଚନା  କରିବେ।  ପ୍ରଫେସର  ଟି.ଟି.  ରାମମୋହନ, IAS ଶୁଭା ଶର୍ମା ,  ତ୍ରିଶା ଦେନିୟୋଗ (ନିର୍ଦ୍ଦେଶକ ନିୟୋଜ ପୁସ୍ତକ) ଯଥାକ୍ରମେ ଡ଼ିସେମ୍ବର ୧୨ ତଥା ୧୩ ତାରିଖ ଦୁଇଦିନ ଏହି ପ୍ଲାଟଫର୍ମର ଉପସ୍ଥିତ ରହି ଏହାର ଶୋଭା ବଢ଼ାଇବେ।

ରାଜନୀତିରେ ଜଡ଼ିତ ଥିବା ବର୍ଷରୁ ରାମ ମାଧବଙ୍କ ପ୍ରବନ୍ଧରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଯାହା ମଧ୍ୟରେ ରହିଛି, ଗଣତନ୍ତ୍ର  ଯାହାକି ରାଜ୍ୟ  ମୁଖ୍ୟଙ୍କ  ଦାୟିତ୍ୱ  ଅଟେ,  ଆଇନ  ଶୃଙ୍ଖଳା, ଶାନ୍ତି  ଏବଂ ଜନଶୃଙ୍ଖଳା, ମହାତ୍ମା ଗାନ୍ଧୀ ଏବଂ ଗାନ୍ଧୀବାଦ, ଆମ୍ବେଦକରଙ୍କ ଆଦର୍ଶ, ମହିଳା ସଶକ୍ତିକରଣ, ଭାରତୀୟ  ନ୍ୟାୟପାଳିକା, ରାମଜନ୍ମ ଭୂମି ମାମଲା, ଧାରା ୩୭୦ ରଦ୍ଦ, ଅଟଳ ବିହାରୀ ବାଜପେୟୀ ଏବଂ ଅରୁଣ ଜେଟଲୀଙ୍କ ଉତରାଧିକାରୀ ଏବଂ ଶାସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷା ଅନ୍ୟତମ। “ବିକଜ ଇଣ୍ଡିଆ କମସ ଫାଷ୍ଟ” ପୁସ୍ତକରେ ଗତ କିଛି ବର୍ଷ ମଧ୍ୟରେ ବିଜେପି ନେତୃତ୍ୱାଧିନ ସରକାର ନେଇଥିବା ନିଷ୍ପତି, ଭାରତର ପଡ଼ୋଶୀ ଦେଶ ସହ କୁଟନୈତିକ ସମ୍ପର୍କ ଏବଂ ଚୀନ୍ ସହ ମୁହାଁମୁହିଁ ପ୍ରସଙ୍ଗରେ ଅନୁଧ୍ୟାନ କରାଯାଇଛି। 

Also Read: ପ୍ରଦୋଷ ପଟ୍ଟନାୟକ ଓ ଦେବଦାସ ଛୋଟରାୟଙ୍କୁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର

କଳିଙ୍ଗ ସାହିତ୍ୟ ମହୋତ୍ସବରେ ଏଥର ଗୋଟିଏ ପ୍ଲାଟଫର୍ମରେ ସାମଜିକ, ରାଜନୈତିକ, ଆର୍ଥିକ, ସାଂସ୍କୃତିକ, କୂଟନୈତିକ ବିଷୟ ବସ୍ତୁ ଉପରେ ଜାଣିବାକୁ ମିଳିବ। କଳିଙ୍ଗ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ା କହିଛନ୍ତି, “ମହାମାରୀ ଯୋଗୁଁ ତାଲା ପଡ଼ିଥିବା ସମୟରେ ସାହିତ୍ୟିକ ଆତ୍ମାକୁ ଅକ୍ଷୁଣ୍ଣ ରଖିବା ପାଇଁ ଭବସମ୍ବାଦର ଆରମ୍ଭ କରାଯାଇଥିଲା। କିନ୍ତୁ ପ୍ଲାଟଫର୍ମର ଦ୍ରୁତ ଅଭିବୃଦ୍ଧି ଏବଂ ଦର୍ଶକଙ୍କ ଅପାର ପ୍ରେମ ପାଇବା ପରେ ଏହା ପୃଥିବୀର ଅନେକ କଳାକାରଙ୍କ ସହିତ ଏହାର ୧୦୦ତମ ଅଧିବେସନରେ ପହଂଚିଛି ଏବଂ ଏକ ସ୍ଥାୟୀ ପ୍ଲାଟଫର୍ମ ଭାବେ ଜୀବନ ଅତିବାହିତ କରିବ।”

ଓଡ଼ିଶା ଡ଼ାଏରୀ ଫାଉଣ୍ଡେସନ (ଓଡ଼ିଏଫ), ରିଦମ୍ ଫେଷ୍ଟିଭାଲ ପ୍ରା.ଲିଃ ପ୍ରତିବର୍ଷ ଏହି କଳିଙ୍ଗ ସାହିତ୍ୟ ମହୋତ୍ସବ, ମିଷ୍ଟିକ୍ କଳିଙ୍ଗ ଫେଷ୍ଟିଭାଲ (କେଏଲଏଫ), କନ୍ଧମାଳ ସାହିତ୍ୟ ମହୋତ୍ସବ, କେଏଲଏଫ ପ୍ରତିବର୍ଷ କୋରାପୁଟରେ ଆୟୋଜନ କରୁଛି। ବାର୍ଷିକ କଳିଙ୍ଗ ସାହିତ୍ୟ ମହୋତ୍ସବ, ମିଷ୍ଟିକ୍  କଳିଙ୍ଗ ଫେଷ୍ଟିଭାଲ  (ଏମକେଏଫ)  ଭାରତର  ସୃଜନଶୀଳ  ଆତ୍ମାକୁ  ପାଳନ କରିଥାଏ। ଶୈଖିକ, ଲେଖକ, ରାଜନୈତିକ ତଥା ସାମାଜିକ କର୍ମକର୍ତା, ଆଇନ ନିର୍ମାତା, ସରକାରୀ କର୍ମଚାରୀ, କର୍ପୋରେଟ ନେତା, ଛାତ୍ର ତଥା ବିଭିନ୍ନ ବର୍ଗର ଲୋକମାନେ ଉତ୍ସବର ଉତ୍ସାହିତ ବାତାବରଣରେ ବୁଡ଼ ପକାନ୍ତି ଏବଂ ସେମାନଙ୍କର ପ୍ରିୟ ଲେଖକ ଏବଂ କାର୍ଯ୍ୟ ଉପରେ ମତ ବିନିମୟ କରନ୍ତି।