ବର୍ତ୍ତମାନ ବାୟୋ ବବୁଲ ପରିବେଶରେ IPL 2021 ଆୟୋଜନ କରାଯାଉଛି। କିନ୍ତୁ BCCI ପାଇଁ ବଡ ଚ୍ୟାଲେଞ୍ଜ ପାଲିଟିଛି ପ୍ରତିକୂଳ ପରିବେଶରେ T20 ବିଶ୍ୱକପ କରିବା।
Trending Photos
ନୂଆଦିଲ୍ଲୀ: ଭାରତରେ ବଢୁଥିବା କୋରୋନା ମାମଲା ମଧ୍ୟରେ BCCI ନିଶ୍ଚିତ ଯେ, ଅକ୍ଟୋବରରେ ଭାରତରେ T20 ବିଶ୍ୱକପ ଅନୁଷ୍ଠିତ ହେବ। ଏହା ନଅ ବଦଳରେ ପାଞ୍ଚଟି ସହରରେ ଆୟୋଜନ କରାଯାଇପାରିବ। ପରମ୍ପରା ଅନୁସାରେ ICC ସବୁବେଳେ ବ୍ୟାକଅପ୍ ରଖିଥାଏ। ଆଉ ଗତ ଏକ ବର୍ଷେ ହେଲା ସେହି ବିକଳ୍ପ ହେଉଛି UAE।
ବର୍ତ୍ତମାନ ବାୟୋ ବବୁଲ ପରିବେଶରେ IPL 2021 ଆୟୋଜନ କରାଯାଉଛି। କିନ୍ତୁ BCCI ପାଇଁ ବଡ ଚ୍ୟାଲେଞ୍ଜ ପାଲିଟିଛି ପ୍ରତିକୂଳ ପରିବେଶରେ T20 ବିଶ୍ୱକପ କରିବା। ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମେ ଆଶା କରୁଛୁ ବର୍ତ୍ତମାନ ପାଞ୍ଚ ମାସ ହୋଇଗଲାଣି ଏବଂ ଯଦି ଲୋକମାନେ ଟିକା ନେଉଛନ୍ତି ତେବେ ବିଶ୍ୱକପ୍ କେବଳ ଭାରତରେ ଅନୁଷ୍ଠିତ ହେବ। ଏହା ହୋଇପାରେ ଯେ ମ୍ୟାଚ୍ ନଅଟି ସହର ପରିବର୍ତ୍ତେ ଚାରି କିମ୍ବା ପାଞ୍ଚଟି ସହରରେ ଆୟଜନ ହୋଇପାରେ।
Also Read: IPL 2021: ଧାୱନ ଓ ପୃଥ୍ୱୀଙ୍କ ଧମାକା, ଏକତରଫା ମୁକାବିଲାରେ ଧୂଳି ଚାଟିଲା କୋଲକାତା
IPLର ବାୟୋ ବବୁଲର ଯାଞ୍ଚ ICCର ଏକ ଟିମ୍ ୨୬ ଏପ୍ରିଲରେ ଦିଲ୍ଲୀ ଆସିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଭାରତ ଗସ୍ତ ଉପରେ ପ୍ରତିବନ୍ଧକ ଥିବାରୁ ଏହି ଯାତ୍ରାକୁ ସ୍ଥଗିତ ରଖିବାକୁ ପଡିଥିଲା। ଅଧିକାରୀ କହିଛନ୍ତି ଯେ, ICCର ଏହି ଦଳ ଏହି ସପ୍ତାହରେ ଆସିବାର ଥିଲା କିନ୍ତୁ ଯାତ୍ରା ନିଷେଧାଦେଶ ଲାଗୁ ହେତୁ ସେମାନେ ଆସିବେ ନାହିଁ।
ICCର ମୁଖପାତ୍ର କହିଛନ୍ତି ଯେ, UAEରେ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଏପର୍ଯ୍ୟନ୍ତ କୌଣସି ବିଚାର କରାଯାଉ ନାହିଁ। ଆମେ ପରିସ୍ଥିତି ଉପରେ ନଜର ରଖିଛୁ। ଏହି ସମୟରେ ନିଷ୍ପତି ନେବା ଠିକ୍ ହେବ ନାହିଁ। ଭାରତ ଯାତ୍ରା ଉପରେ ପ୍ରତିବନ୍ଧକ ଥିବାରୁ ୟୁଏଇରୁ ଦଳ ଆସିବେନାହିଁ।
Also Read: IPL 2021: RCBର ବିଜୟଧାରା ଜାରି, ଗୋଟିଏ ରନରେ ହାରିଲା DC
BCCI ଜେନେରାଲ ମ୍ୟାନେଜର ଧୀରଜ ମଲହୋତ୍ରା ଶୁକ୍ରବାର ଦିନ ବୋର୍ଡକୁ କହିଛନ୍ତି ଯେ, T20 ବିଶ୍ୱକପ ପାଇଁ UAEକୁ ବିକଳ୍ପ ଭାବେ ରଖାଯାଇଛି। ICC ଟୁର୍ନାମେଣ୍ଟ ପାଇଁ ସର୍ବଦା ଏକ ବିକଳ୍ପ ଅଛି। ଗତବର୍ଷ ICC ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଏହି ବିକଳ୍ପ ସୁନିଶ୍ଚିତ ହୋଇଛି। ଶ୍ରୀଲଙ୍କା, ବାଂଲାଦେଶ କିମ୍ବା ଅନ୍ୟାନ୍ୟ ଦେଶରେ T20 ବିଶ୍ୱକପ ତିନି କିମ୍ବା ଚାରିଟି ସହରରେ ଅନୁଷ୍ଠିତ ହେବାର ମଧ୍ୟ ସମ୍ଭାବନା ଅଛି।