ଅଟକିଲା IPL 2021, ଖେଳାଳି କୋରୋନା ପଜିଟିଭ୍ ପରେ ଟୁର୍ଣ୍ଟାମେଣ୍ଟ ସ୍ଥଗିତ
Advertisement

ଅଟକିଲା IPL 2021, ଖେଳାଳି କୋରୋନା ପଜିଟିଭ୍ ପରେ ଟୁର୍ଣ୍ଟାମେଣ୍ଟ ସ୍ଥଗିତ

ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା IPL 2021। ଚେନ୍ନାଇ ସୁପରକିଙ୍ଗର ଦୁଇଜଣ ସଦସ୍ୟ କରୋନା (Coronavirus) ରେ ସଂକ୍ରମିତ ହେବା ଯୋଗୁଁ ବୁଧବାର ହେବାକୁ ଥିବା ମ୍ୟାଚ ସ୍ଥଗିତ ରଖାଯାଇଥିଲା। 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଅଟକି ଗଲା ଫଟାଫଟ୍ କ୍ରିକେଟ୍। ଏକାଧିକ ଟିମର ଖେଳାଳି କୋରୋନା ଆକ୍ରାନ୍ତ ହେବା ପରେ IPLର ଚଳିତ ସିଜିନଜକୁ ସ୍ଥଗିତ ରଖାଯାଇଛି। IPL 2021 ବାତିଲ ନେଇ ଆଜି BCCI  ଉପସଭାପତି ରାଜୀବ ସୁକ୍ଳା ସୂଚନା ଦେଇଛନ୍ତି।

ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା IPL 2021। ଚେନ୍ନାଇ ସୁପରକିଙ୍ଗର ଦୁଇଜଣ ସଦସ୍ୟ କରୋନା (Coronavirus) ରେ ସଂକ୍ରମିତ ହେବା ଯୋଗୁଁ ବୁଧବାର ହେବାକୁ ଥିବା ମ୍ୟାଚ ସ୍ଥଗିତ ରଖାଯାଇଥିଲା। CSKର ବୋଲିଂ କୋଚ ଲକ୍ଷ୍ମୀପତି ବାଲାଜୀ ଓ ଅନ୍ୟଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପରେ ଟିମର ସମସ୍ତ ସଦସ୍ୟଙ୍କୁ ଆଇସୋଲେସନରେ ରଖାଯାଇଛି।

Also Read: ରାଜ୍ୟରେ ଲଗାତାର କମୁଛି କୋରୋନା ଟେଷ୍ଟିଂ; ବଢୁଛି ସଂକ୍ରମଣ, ପ୍ରଭାବିତ ଟିକାକରଣ

କୋଲକାତାର ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିଅର ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ବାଙ୍ଗାଲୋର (RCB) ବିପକ୍ଷ ମ୍ୟାଚକୁ ବାତିଲ କରାଗଲା। ହାଇଦ୍ରାବାଦର ଜଣେ ଖେଳାଳି ମଧ୍ୟ କୋରୋନା ପଜିଟିଭ୍ ବାହାରିଛନ୍ତି। ଯେଉଁଥିପାଇଁ ପୁରା ଟିମକୁ ଆଇସୋଲେସନରେ ରଖାଯାଇଛି। ଅନେକ ଖେଳାଳି ମଧ୍ୟ IPL ଛାଡି ଘରୁକୁ ଫେରିଛନ୍ତି। ଏଭଳିସ୍ଥିତିରେ ଟୁର୍ଣ୍ଣାମେଣ୍ଟ ବାଲିତ କରିବାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।