ଦିଶା ପଟାନିଙ୍କ ଆଣ୍ଠେଇବା ଫଟୋ ଭାଇରାଲ, ବିୟୁଟି କୁଇନ୍‌ଙ୍କ ହଟ୍‌ ଅନ୍ଦାଜ ଦେଖି ଫ୍ୟାନ୍ସ କହିଲେ
Advertisement
Article Detail0/zeeodisha/odisha1093952

ଦିଶା ପଟାନିଙ୍କ ଆଣ୍ଠେଇବା ଫଟୋ ଭାଇରାଲ, ବିୟୁଟି କୁଇନ୍‌ଙ୍କ ହଟ୍‌ ଅନ୍ଦାଜ ଦେଖି ଫ୍ୟାନ୍ସ କହିଲେ

ପ୍ରଶଂସକମାନେ ତାଙ୍କ ବିକିନି ଫଟୋ ଉପରେ ଅନେକ କମେଣ୍ଟସ ଦେଇ କହିଛନ୍ତି ଯେ, ମ୍ୟାଡାମ୍ ଆପଣଙ୍କ ଯୋଗୁଁ ହିଁ ମାଳଦ୍ୱୀପ ଚାଲିଛି ।

ଦିଶା ପଟାନିଙ୍କ ଆଣ୍ଠେଇବା ଫଟୋ ଭାଇରାଲ, ବିୟୁଟି କୁଇନ୍‌ଙ୍କ ହଟ୍‌ ଅନ୍ଦାଜ ଦେଖି ଫ୍ୟାନ୍ସ କହିଲେ

ନୂଆଦିଲ୍ଲୀ: ଏବେ ଖୁବ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଦିଶା ପଟାନୀ । କେବଳ ଯେ, ଫିଲ୍ମ ନୁହେଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ଥାନ୍ତି ଦିଶା। ତେବେ ସୋସିଆଲ ମିଡିଆରେ ନିଜର କାତିଲାନା ଲୁକ୍ସ କୁ ନେଇ ପୁଣିଥରେ ନିଜର ଫ୍ୟାନ୍ସଙ୍କ ମନରେ ନିଆଁ ଲଗାଇଛନ୍ତି ଦିଶା । ନିକଟରେ, ଦିଶା ପାଟାନି ଦୀର୍ଘ ଦିନ ପରେ ଇନଷ୍ଟାଗ୍ରାମରେ ନିଜର ବିକିନି ଫଟୋ ସେୟାର କରିଛନ୍ତି, ଯାହା ଦେଖି ପ୍ରଶଂସକଙ୍କ ଆଖି ଝଲସି ଉଠିଛି । 

ଦିଶା ନିଜର ଏହି ହଟ୍ ବିକିନି ଫଟୋ (Bikini Photo) ସେୟାର କରିବା ମାତ୍ରେ ଏହି ଫଟୋ ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିଗଲାଣି। ପ୍ରଶଂସକମାନେ ତାଙ୍କର ଏହି ଫଟୋରେ ଲାଇକ୍ ଏବଂ କମେଣ୍ଟ ଦେବା ଆରମ୍ଭ କରିଛନ୍ତି । ଖୋଲା କେଶ ସହ ଧଳା ରଙ୍ଗର ବିକିନି ପିନ୍ଧି ଦିଶାଙ୍କ କିଲର ଲୁକକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଦିଶା ପଟାନିଙ୍କ ଏହି ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ତାଙ୍କ ବିକିନି ଫଟୋ ଉପରେ ଅନେକ କମେଣ୍ଟସ ଦେଇ କହିଛନ୍ତି ଯେ, ମ୍ୟାଡାମ୍ ଆପଣଙ୍କ ଯୋଗୁଁ ହିଁ ମାଳଦ୍ୱୀପ ଚାଲିଛି ।

Also Read: ଆଜି ରାଜଧାନୀର ଏସବୁ ସ୍ଥାନରେ ବନ୍ଦ ରହିବ ମଦ ଦୋକାନ ବନ୍ଦ, ଜାଣନ୍ତୁ ଏହାର କାରଣ

ଦିଶା ପଟାନି ଙ୍କ ସନ୍ କିସ୍ ଦେଉଥିବା ଏହି ଫଟୋଟି ଅତ୍ୟନ୍ତ ରୋମାଞ୍ଚମୟ। ଅଭିନେତ୍ରୀ ଦିଶା ପଟାନୀ (Disha Patani)  ନିଜ ବିଜି ସିଡ୍ୟୁଲରୁ ସମୟ ବାହାର କରି ମୁଡ ଠିକ୍ କରିବାକୁ ପ୍ରାୟତଃ ମାଳଦ୍ୱୀପକୁ ଚାଲିଯାଆନ୍ତି। ଏଭଳି ପରିସ୍ଥିତିରେ ଦିଶା ପଟାନୀଙ୍କ ବିଭିନ୍ନ ଅବତାରକୁ ନେଇ ଫ୍ୟାନ୍ସ ମାନେ ତାଙ୍କର ଭିନ୍ନ ଭିନ୍ନ ନାଁ ମଧ୍ୟ ଦେଇଥାନ୍ତି କେତେବେଳେ ଜଲପରୀ ଏବଂ କେତେବେଳେ ବଟର ବେବି ବୋଲି ଡାକିଥାନ୍ତି। ଆଉ ଏବେ ଏହି ଧଳା ବିକିନି କିଲର ଲୁକ୍ ଫଟୋ ନେଇ ଦିଶାଙ୍କୁ ବେଶ ତାରିଫ କରାଯାଉଛି। 

Also Read: ମୃତ ସୌମ୍ୟଙ୍କ ପରିବାର ବର୍ଗ ଆଣିଲେ ସାଂଘାତିକ ଅଭିଯୋଗ

ତେବେ ଦିଶାଙ୍କ କ୍ୟାରିଅର ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ଶେଷଥର ପାଇଁ ସଲମାନ ଖାନଙ୍କ ଫିଲ୍ମ ରାଧେରେ ତାଙ୍କୁ ଦେଖିବାକୁ ମିଳିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଦିଶାଙ୍କ ପାଖେ ପ୍ରୋଜେକ୍ଟର ଲାଇନ ଲାଗିଛି। ହେଲେ ତା ପୂର୍ବରୁ ଦିଶା ମାଳଦ୍ୱୀପ (Maldives) ରେ ନିଜର ଭ୍ୟାକେସେନ୍ ମନାଉଥିବାର ନଜର ଆସୁଛନ୍ତି।