ଓଲିଉଡ ଅଭିନେତା (Ollywood Actor) ତଥା ବିଜେଡି ନେତା ଓ କେନ୍ଦ୍ରାପଡା ସାଂସଦ (Kendrapara MP) ଅନୁଭବ ମହାନ୍ତି (Anubhav Mohanty) ଏବେ ରାଜଧାନୀ ଦିଲ୍ଲୀରେ ସମୟ ଅତିବାହିତ କରୁଛନ୍ତି। ବେଳେ ବେଳେ ସେ ନିଜର ନିର୍ବାଚନ କ୍ଷେତ୍ର କେନ୍ଦ୍ରାପଡା ଓ କଟକସ୍ଥିତ ବାସଭବନକୁ ବି ଆସନ୍ତି।
Trending Photos
ନୂଆଦିଲ୍ଲୀ: ଦୁଇ ସପ୍ତାହ ପୂର୍ବେ ଏକୁଟିଆ ପଖାଳ ଖାଉଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ଡିନର ପାର୍ଟନର ମିଳିଯାଇଛନ୍ତି। ଶୁକ୍ରବାର ଅନୁଭବ ତାଙ୍କ ଇନଷ୍ଟା ପେଜରେ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି। ଯେଉଁଠି ସେ ନିଜର ଘନିଷ୍ଠ ବାନ୍ଧବୀଙ୍କ ସହ କୌଣସି ରେସ୍ତୋରାଁରେ ଭୋଜନ କରୁଥିବା ଦେଖାଯାଉଛନ୍ତି।
ଓଲିଉଡ ଅଭିନେତା (Ollywood Actor) ତଥା ବିଜେଡି ନେତା ଓ କେନ୍ଦ୍ରାପଡା ସାଂସଦ (Kendrapara MP) ଅନୁଭବ ମହାନ୍ତି (Anubhav Mohanty) ଏବେ ରାଜଧାନୀ ଦିଲ୍ଲୀରେ ସମୟ ଅତିବାହିତ କରୁଛନ୍ତି। ବେଳେ ବେଳେ ସେ ନିଜର ନିର୍ବାଚନ କ୍ଷେତ୍ର କେନ୍ଦ୍ରାପଡା ଓ କଟକସ୍ଥିତ ବାସଭବନକୁ ବି ଆସନ୍ତି। ପତ୍ୟକ୍ଷରେ ନ ହେଲି ବି ଅନୁଭବ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଭୋଟର ଏବଂ ଫ୍ୟାନ୍ସଙ୍କ ସହ ଯୋଡ଼ି ହୋଇ ରୁହନ୍ତି ଓ ନିଜର ମନ୍ତବ୍ୟ ମଧ୍ୟ ରଖନ୍ତି। ଯହା ଅନୁଭବଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଦେଖିଲେ ଅନୁଭବ କରିହୁଏ।
Also Read: ବିଳମ୍ବିତ ରାତିରେ ଫୁଙ୍ଗୁଳା ଦେହ ଦେଖାଇଲେ ଅନୁଭବ, ଏମିତି ରିଆକସନ୍ ଦେଲେ ପ୍ରକୃତି ମିଶ୍ର
ଶୁକ୍ରାବର ସନ୍ଧ୍ୟାରେ ଅନୁଭବ ତାଙ୍କ ଇନଷ୍ଟ୍ରାଗ୍ରାମ (Instagram) ପେଜରେ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି। ଫୋଟୋରେ ସେ ତାଙ୍କ ଘନିଷ୍ଠ ବାନ୍ଧବୀ ଜାଗୃତି ଶୁକ୍ଲା (Jagrati Shukla) ଙ୍କ ସହ ଡିନର କରୁଥିବା ନଜର ଆସୁଛନ୍ତି। ସେ ଏହାର କ୍ୟାପସନରେ ଲେଖିଛନ୍ତି, 'ମୋର ବନ୍ଧୁ, ଆପଣଙ୍କ ଭଳି ଏକ ଆତ୍ମନିର୍ଭରଶୀଳ, ସଶକ୍ତ ମହିଳାଙ୍କୁ ଭେଟିବା ସର୍ବଦା ସୁନ୍ଦର ଲାଗେ। ଆଗକୁ ବଢି ଚାଲ।' ଶେଷରେ ସେ ଥମ୍ପସଅପର ଏକ ଇମୋଜି ମଧ୍ୟ ଲଗାଇଛନ୍ତି।
ଫଟୋରେ ଅନୁଭବ ଟିକେ ଧାର୍ମୀକ ଦେଖାଯାଉଛନ୍ତି। ମୋଟା ବଳା ପିନ୍ଧୁଥିବା ଅନୁଭବ ହାତରେ ଏବେ ରୁଦ୍ରାକ୍ଷ ମାଳା ଓ ଏକ ମୋଟା ସଙ୍କଳ୍ପ ଡୋରି ବାନ୍ଧିଛନ୍ତି। ଅନ୍ୟପଟେ ସାମନାରେ ବସିଥିବା ବାନ୍ଧବୀ ଜାଗୃତି ପାଶ୍ଚାତ୍ୟ ଶୈଳୀ (Western Style) ରେ କଣ୍ଟା ଚାମଚରେ ଖାଦ୍ୟ ଖାଉ ଥବାବେଳେ ଅନୁଭବ କିନ୍ତୁ ଦେଶୀ ଷ୍ଟାଇଲରେ ନିଜ ହାତରେ ଖାଉଛନ୍ତି। ସମାନ ରେସ୍ତୋରାଁରେ ଉଠାଇଥିବା ନିଜର ସିଙ୍ଗଲ ଫଟୋକୁ ଜାଗୃତି ମଧ୍ୟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି।
Also Read: ନୂଆ ମୋଡ ନେଉଛି ବର୍ଷା-ଅନୁଭବ ଘରୋଇ କଳି
ଦୁଇ ସପ୍ତାହ ପୂର୍ବେ ଅନୁଭବ ଠିକ ଏହି ଭଳି ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଠି ସେ ଏକୁଟିଆ ଖାଣ୍ଟି ଓଡିଆ ଖାଦ୍ୟ (Odia Food) - କଂସାରେ ପଖାଳ, ଶାଗ ଭଜା, ଆଳୁ-ସଜନା ଭଜା, ବାଇଗଣ ପୋଡା ଖାଉଥିଲେ। ଆଉ ଏହାର କ୍ୟାପସନ ଦେଇଥିଲେ 'ଓଡିଆ ଖାଦ୍ୟର ଆତ୍ମା ପଖାଳ।' ସବୁଥର ଭଳି ଏହି ଫଟୋରେ ମଧ୍ୟ ଅଭିନେତ୍ରୀ ତଥା ମଡେଲ ପ୍ରକୃତି ମିଶ୍ର ନିଜର କ୍ୟୁଟ୍ ରିଆକସନ୍ ଦେଇଥିଲେ।