Bollywoodକୁ କଲବଲ କରୁଛି କୋରୋନା, ବିକ୍କିଙ୍କ ପରେ କ୍ୟାଟ୍ ପଜିଟିଭ୍
Advertisement
Article Detail0/zeeodisha/odisha879626

Bollywoodକୁ କଲବଲ କରୁଛି କୋରୋନା, ବିକ୍କିଙ୍କ ପରେ କ୍ୟାଟ୍ ପଜିଟିଭ୍

କୋରୋନା କବଳରେ ଆସିଛନ୍ତି ମାୟାନଗରୀରେ ରହୁଥିବା ବଲିଉଡ କଳାକାର। ଜଣକ ପରେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଆଜି ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ କୋରୋନା ରିପୋର୍ଟ ପଜିଟିଭ୍ ଆସିଛି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଆଉ ବନ୍ଧ ବାଡ ମାନୁନାହିଁ କୋରୋନା। ଦେଶରେ ଦ୍ୱିତୀୟ ଲହରୀ ଛୁଇଁ ସାରିଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେଲାଣି। ସେଥିପାଇଁ ସରକାର ମୁମ୍ୱାଇ, ପୁନେ ସହ ବିଭିନ୍ନ ସହରରେ ଆଂଶିକ ଲକଡାଉନ ଲଗାଇଛନ୍ତି। ଏହାରି ମଧ୍ୟରେ କୋରୋନା କବଳରେ ଆସିଛନ୍ତି ମାୟାନଗରୀରେ ରହୁଥିବା ବଲିଉଡ କଳାକାର। ଜଣକ ପରେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଆଜି ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ କୋରୋନା ରିପୋର୍ଟ ପଜିଟିଭ୍ ଆସିଛି।

ମହାମାରୀ କୋରୋନା (Coronavirus) ଆଗରେ ସମସ୍ତେ ସମାନ। ଯିଏ ଅବହେଳା କରିବ ସେ, ତାର ପରିଣାମ ଭୋଗିବ। ଗରିବ ଲୋକ ସଚେତନତାର ଅଭାବ, ଆଇନ ଅବମାନନା ଓ କାର୍ଯ୍ୟଶୈଳୀ ଯୋଗୁଁ କୋରୋନାରେ ସଂକ୍ରମିତ ହେବା କଥା ତ ବୁଝା ପଡୁଛି। କିନ୍ତୁ ଏବେ କଡା ସୁରକ୍ଷାବଳୟ ଓ ସାଧାରଣ ଜନତାଠାରୁ ଦୂରରେ ଥିବା VIP ଓ VVIP ମାନେ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ରାଜନେତାଙ୍କ ପରେ ଏହି ତାଲିକାରେ ଏବେ ବଲିଉଡ (Bollywood) ଜଗତର ପାଳି ପଡିଛି।

Also Read: Bijapur Encounter: ନିଖୋଜ ଯବାନଙ୍କ ଘରକୁ ଗଲା ଅଜଣା ଫୋନ କଲ୍

ଆଜି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ (Katrina Kaifଙ୍କ କୋରୋନା ରିପୋର୍ଟ ପଜିଟିଭ୍ ଆସିଛି। କ୍ୟାଟ୍ ନିଜେ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି। ତେବେ ସେ ବର୍ତ୍ତମାନ ହୋମ ଆଇସୋଲେସନ (Home Isolation)ରେ ଅଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଷରେ ଆସିଛନ୍ତି ସେମାନଙ୍କୁ କୋରୋନା ପରୀକ୍ଷଣ କରାଇନେବାକୁ କ୍ୟାଟ୍ରିନା ପରାମର୍ଶ ଦେଇଛନ୍ତି। ଏହା ସହ ସ୍ନେହ ଓ ସମର୍ଥନ ପାଇଁ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କ୍ୟାଟ୍ରିନାଙ୍କ ପୂର୍ବରୁ ଅଭିନେତା ଭିକ୍କି କୌଶଲ, ଅକ୍ଷୟ କୁମାର (Akshya Kumar) , ଭୂମି ପେଡନେକର, ଆଲିଆ ଭଟ୍ଟ (Alia Bhatt) , ଗୋବିନ୍ଦା, ରଣବୀର କପୁର, ନିର୍ଦ୍ଦେଶକ ସଞ୍ଜୟ ଭନସାଲି, ଗାୟକ ଆଦିତ୍ୟ ନାରାୟଣ, କମେଡିଆନ କୁନାଲ କାମରା, ସଶାଙ୍କ ଖୈତାନ ଆଦି କୋରୋନାରେ ସଂକ୍ରମିତ ହୋଇଛନ୍ତି। ଏପରି କି ସଚିନ ତେନ୍ଦୁଲକର (Sachin Tendulkar) ଓ ସାଂସଦ କିରଣ ଖେରଙ୍କ ମଧ୍ୟ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି। ସମସ୍ତ ତାରକା ଘରେ ରହି ଚିକିତ୍ସିତ ହେଉଥିବା ବେଳେ ସଚିନଙ୍କୁ କିନ୍ତୁ ହସ୍ପିଟାଲରେ ଭାର୍ତ୍ତି କରିବାକୁ ପଡିଥିଲା।

Also Read: ବିଶ୍ଵରେ ଧୂମ୍, ନେପାଳରେ ହଙ୍ଗାମା !

ତେବେ ଏବେ ପ୍ରଶ୍ନ ଉଠୁଛି, ଏତେ ଶିକ୍ଷିତ ଓ ସୁରକ୍ଷିତ ବ୍ୟକ୍ତି କିଭଳି ଭାବେ କୋରୋନାର ଶିକାର ହେଉଛନ୍ତି? ସେମାନେ କୋଭିଡ୍ ଗାଇଡଲାଇନ ପାଳନ କରିନାହାନ୍ତି କି? ଯଦି ହଁ, ତେବେ ତାଙ୍କ ବିରୁଦ୍ଧରେ କଣ କାର୍ଯ୍ୟନୁଷ୍ଠାନ ହେବ? ପ୍ରାୟତଃ ମୁମ୍ବାଇରେ ଗୋଷ୍ଠୀ ସଂକ୍ରମଣ ହେଲାଣି କି?