ବିଶ୍ଵରେ ଧୂମ୍, ନେପାଳରେ ହଙ୍ଗାମା !
Advertisement
Article Detail0/zeeodisha/odisha878966

ବିଶ୍ଵରେ ଧୂମ୍, ନେପାଳରେ ହଙ୍ଗାମା !

କିଛି ଚଳଚ୍ଚିତ୍ର ବିଦେଶ ପ୍ରେକ୍ଷାଳୟ ବା ଥିଏଟରରେ ମାସ ମାସ ଧରି ଚାଲିଥିବାର ଦୃଷ୍ଟାନ୍ତ ରହିଛି। ଏଭଳି କିଛି ଫିଲ୍ମ ଅଛି ଯାହାକୁ ଦେଖିବାପାଇଁ ଥିଏଟରରେ ଜବରଦସ୍ତ ହଙ୍ଗାମା ହେଇଛି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭାରତୀୟ ସିନେମା, ବିଶେଷ କରି ବଲିଉଡ୍ ସାରା ବିଶ୍ଵରେ ବେଶ ଲୋକପ୍ରିୟ ହୋଇଥାଏ। କିଛି ଚଳଚ୍ଚିତ୍ର ବିଦେଶ ପ୍ରେକ୍ଷାଳୟ ବା ଥିଏଟରରେ ମାସ ମାସ ଧରି ଚାଲିଥିବାର ଦୃଷ୍ଟାନ୍ତ ରହିଛି। ଏଭଳି କିଛି ସିନେମା ଫିଲ୍ମ ଅଛି ଯାହାକୁ ଦେଖିବାପାଇଁ ଥିଏଟରରେ ଜବରଦସ୍ତ ହଙ୍ଗାମା ହେଇଛି। 

୧୯୯୫ ମସିହାରେ ଏମିତି ଏକ ରୋମାଞ୍ଚକ କମେଡି ଫିଲ୍ମ ତିଆରି ହେଇଥିଲା, ଯାହା ଭାରତୀୟ ପରଦା ରେ ଚହଳ ପକେଇ ଦେଇଥିଲା। ବକ୍ସ ଅଫିସରେ ଅଭୂତପୂର୍ବ ସଫଳତା ପାଇଁ ନିଜ ନାଁରେ ସୁନାମ, ସମୀକ୍ଷକ ଓ ବିଶେଷଜ୍ଞଙ୍କ ପ୍ରଶଂସାର ପାତ୍ର ହୋଇଥିଲା। ଏହି ଫିଲ୍ମ ସେତେବେଳେ ଦେଶର ସମସ୍ତ ପ୍ରେକ୍ଷାଳୟରେ ସପ୍ତାହ ସପ୍ତାହ ଧରି ଚାଲିଥିଲା।

Also Read: ନାନାଙ୍କ ଜାଗା ନେଇଗଲେ ଅଜୟ; କେଉଁଠି, କେମିତି?

ସବୁ ଭାରତୀୟ ସିନେମା ତଥା ବଲିଉଡର (Bollywood) ଏକ ସୁଦୃଢ ଦର୍ଶକଗୋଷ୍ଠୀ ନେପାଳରେ ବି ରୁହନ୍ତି। ନେପାଳରେ ପ୍ରତ୍ୟେକ ଭାରତୀୟ ସିନେମା ବହୁତ ଦିନ ପର୍ଯ୍ୟନ୍ତ ଚାଲେ। ତେଣୁ ଏହି ସିନେମା କେମିତି ବା ବାଦ  ପଡିଥାନ୍ତା? ଶୁଣିବାକୁ ମିଳେ ଯେ, ଏହି ଚଳଚ୍ଚିତ୍ର  ନେପାଳ (Nepal) ର ଏକ ସିନେମା ହଲରେ କ୍ରମାଗତ ୬ ସପ୍ତାହ ଚାଲିସାରିଥିଲା। ତଥାପି ଦର୍ଶକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଥିଲା। 

fallback

ତଥାପି ସିନେମା ହଲ ମାଲିକ ସପ୍ତମ ସପ୍ତାହରେ ସେହି ଫିଲ୍ମକୁ ବଦଳାଇ ଏକ ନୂଆ ଫିଲ୍ମର ପୋଷ୍ଟର (Film Poster) ମାରିଥିଲେ। କିନ୍ତୁ ଲୋକେ ସେହି ହୀନ୍ଦି ଫିଲ୍ମ ଲଗାଇବାକୁ ଦାବି କଲେ। ଘଣ୍ଟାଏ ହଙ୍ଗାମା ପରେ ସ୍ଥିତି ଅସମ୍ଭାଳ ହେଲା ଆଉ ଶେଷରେ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡିଲା। ଏଣେ ଉତ୍କ୍ଷିପ୍ତ ଜନତା ପୋଷ୍ଟର ଫାଡ଼ି ଟେକା ପଥର ଫୋପାଡିବା ଆରମ୍ଭ କଲେ, ତେଣେ ହଲ ମାଲିକ ନିଜ ଜିଦିରେ ଅଟଳ ଥିଲେ। 

Also Read: ପ୍ରୀତି ଜିଣ୍ଟାଙ୍କ ଏହି ସ୍ୱପ୍ନକୁ ପୁରା କରିଥିଲେ ୟଶ ଚୋପ୍ରା

ଶେଷରେ ସ୍ଥିତି ନିୟନ୍ତ୍ରଣ କରିବାକୁ ସିନେମା ହଲ (Nepal Theaters) ରେ ବରିଷ୍ଠ ପୋଲିସ ଅଧିକାରୀ ଆସି ପହଞ୍ଚି ସମସ୍ତକୁ ବୁଝାଇବାକୁ ଚେଷ୍ଟା କଲେ କିନ୍ତୁ ଜନତା ବୁଝିଲେନାହିଁ। ଆଉ ପରେ ବାଧ୍ୟ ହୋଇ ହଲ ମାଲିକଙ୍କୁ ନିଜ ଜିଦିରୁ ଓହରିବାକୁ ପଡିଲା। କିଛି ସମୟ ଭିତରେ ଦର୍ଶକ ଡିମାଣ୍ଡ କରିଥିବା ଫିଲ୍ମ ଆରମ୍ଭ ହେଲା। ଏହା ହିଁ ଥିଲା ନେପାଳରେ ଭାରତୀୟ ଫିଲ୍ମର ଯାଦୁ। ଆଉ ବର୍ତ୍ତମାନ ସୁଦ୍ଧା ସେହି ଫିଲ୍ମର ରେକର୍ଡକୁ ବଲିଉଡର ଅନ୍ୟ କୌଣସି ଫିଲ୍ମ ଭାଙ୍ଗି ନାହାନ୍ତି।

ନେପାଳୀଙ୍କୁ ମନରେ ଘର କରିଥିବା ଓ ଥିଏଟର ମାଲିକଙ୍କୁ ପାଣି ପିଆଇ ଥିବା ଫିଲ୍ମଟି  ହେଉଛି ରାମ ଗୋପାଳ ବର୍ମାଙ୍କର ନିର୍ଦ୍ଦେଶିତ "ରଂଗୀଲା"। ଏହି ଚଳଚ୍ଚିତ୍ରକୁ ୭ଟି ଫିଲ୍ମଫେୟାର ଆୱାର୍ଡ (Filmfare Award) ମିଳିଥିଲା। ଫିଲ୍ମ (Rangeela) ରେ ଆମିର ଖାନ (Aamir Khan) , ଜ୍ୟାକି ଶ୍ରଫ, ଉର୍ମିଳା ମାତୋଣ୍ଡକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। "ରଂଗୀଲା" ମାଧ୍ୟମରେ ଓସ୍କାର ବିଜେତା ଏଆର ରେହମାନ୍ (AR Rehman) ବଲିଉଡ ଡେବ୍ୟୁ କରିଥିଲେ। ଆଉ ଫିଲ୍ମର ପ୍ରତିଟି ଗୀତ ପ୍ରତ୍ୟେକ ଜନ ମାନସଙ୍କ ହୃଦୟରେ ଘର କରିଥିଲା। ରାମ ଗୋପାଳଙ୍କ ଏହା ଗୋଟିଏ ମାତ୍ର ଫିଲ୍ମ ଯାହାର ସଙ୍ଗୀତ ସଫଳତାର ଶୀର୍ଷରେ ପହଞ୍ଚିଛି।

Also Read:  ICU ରେ ଗାୟକ Bappi Lahiri

ଆଉ ସବୁଠୁ ମଜା କଥା ଥିଲା ଏହି ସିନେମା ପରେ ଉର୍ମିଳା (Urmila Matondkar) "ରଂଗୀଲା ଗାର୍ଲ" ଭାବେ ପରିଚିତ ହୋଇଥିଲେ। ଆଜି ସେ ଅଭିନେତ୍ରୀରୁ ରାଜନେତା ସାଜିଛନ୍ତି। ତଥାପି ତାଙ୍କ ନାମ ପତ୍ରିକାରେ "ରଂଗୀଲା ଗାର୍ଲ" ଭାବେ ସ୍ଥାନ ପାଉଛି। ୧୯୯୫ ସେପ୍ଟେମ୍ବର ୮ ତାରିଖରେ ଫିଲ୍ମ "ରଂଗୀଲା" ରିଲିଜ ହୋଇଥିଲା। ସାଢେ ୪ କୋଟି ବଜେଟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ପ୍ରାୟ ସାଢେ ୩୩ କୋଟି ଆୟ କରିଥିଲା। "ରଂଗୀଲା"ର ଜଲୱା କେବଳ ନେପାଲ ନୁହଁ ଚୀନ ଓ ଜାପାନ ଭଳି ବିକଶିତ ଦେଶରେ ବି ଦେଖିବାକୁ ମଳିଛି।