ଏହି ଫିଲ୍ମରେ ପୁଣି ଥରେ ଏକାଠି ହେବେ ଶାହାରୁଖ-ଆଲିଆ...
Advertisement

ଏହି ଫିଲ୍ମରେ ପୁଣି ଥରେ ଏକାଠି ହେବେ ଶାହାରୁଖ-ଆଲିଆ...

ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଥିବା ଫିଲ୍ମ ଡାର୍ଲିଙ୍ଗସ୍ ରେ ଶାହାରୁଖ ଖାନ ଓ ଆଲିଆ ଭଟ୍ଟ ପୁଣିଥିରେ ବଡ ପରଦାରେ  ନଜର ଆସିବେ ।

ଏହି ଫିଲ୍ମରେ ପୁଣି ଥରେ ଏକାଠି ହେବେ ଶାହାରୁଖ-ଆଲିଆ...

ନୂଆଦିଲ୍ଲୀ: ବଲିଉଡର ଆଗଧାଡିର ଅଭିନେତା ଶାହାରୁଖ ଖାନ ଓ କମ ଦିନରେ ଅନେକ ସଫଳତା ହାତେଇଥିବା ଆଗଧାଡ଼ିର ନାୟିକା ଆଲିଆ ଭଟ୍ଟ ଏବେ ଖୁବ ଚର୍ଚ୍ଚାରେ । କାରଣ ଏହି ଦୁଇ ଷ୍ଟାରଙ୍କୁ ଏବେ ଖୁବଶୀଘ୍ର ସିଲଭର ସ୍କ୍ରିନରେ ଦେଖିବାକୁ ପାଇବେ ଦର୍ଶକ । ବଲିଉଡ ଫିଲ୍ମ ଡିୟର ଜିନ୍ଦେଗୀରେ ଶାହାରୁଖ  ଖାନ ଓ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିଥିଲା । ପରେ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଥିବା ଫିଲ୍ମ ଡାର୍ଲିଙ୍ଗସ୍ ରେ ଶାହାରୁଖ ଖାନ ଓ ଆଲିଆ ଭଟ୍ଟ ପୁଣିଥିରେ ବଡ ପରଦାରେ  ନଜର ଆସିବେ ।

ଏହି ଫିଲ୍ମଟି ମା ଓ ଝିଅଙ୍କୁ ନେଇ ଏକ ମଜାଦାର କାହାଣୀ ଭାବେ ପରଦାକୁ ଆସିବ ଡାର୍ଲିଙ୍ଗସ୍ (Darlings) । ହେଲେ ଶାହାରୁଖ ଖାନ ( Shahrukh khan) ଏଥିରେ ଅଭିନୟ ନୁହେଁ ଏହି ଫିଲ୍ମରେ ନିର୍ମାତା ଭାବେ ନଜର ଆସିବେ । ଶାହାରୁଖ ଖାନ ଓ ଆଲିଆ ଭଟ୍ଟ (Alia Bhatt) ପ୍ରଥମ ଥର ନିର୍ଦ୍ଦେଶକ ଗୋରୀ ସିନ୍ଧେଙ୍କ ଫିଲ୍ମ ଡିୟର ଜିନ୍ଦେଗୀ (Dear Zindagi) ରେ ନଜର ଆସିଥିଲେ । ଆଉ ଏହି ଫିଲ୍ମକୁ ଦର୍ଶକଙ୍କ ଖୁବ ଭଲ ରେସପନ୍ସ ମଧ୍ୟ ମିଳିଥିଲା । ଏକ ସୂତ୍ରଅନୁସାରେ, ପୁରା ଫିଲ୍ମର ନିର୍ମାଣ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ (Red Chillies Entertainment)ଦ୍ୱାରା କରାଯିବ । କିଛିଦିନ ପୂର୍ବେ ହିଁ ଏହାର କାହାଣୀ ଅଭିନେତ୍ରୀ ଆଲିଆଙ୍କୁ କୁହାଯାଇଛି । ସୂତ୍ର ଅନୁସାରେ, ଆଲିଆଙ୍କୁ ଏ କାହାଣୀ ବହୁତ ପସନ୍ଦ ଆସିବା ସହ ଫିଲ୍ମ କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି ।

Also Read: ସଲମାନଙ୍କ ଭାଲେଣ୍ଟାଇନ ଉପରେ ଭିକ୍କି କୌଶଲଙ୍କ ନଜର !

ଏହି ଫିଲ୍ମରେ ଆଉ ଜଣେ ଡାଇରେକ୍ଟର ହିସାବରେ ଜସମିତ ମଧ୍ୟ ନୂଆ କରି ଏଣ୍ଟ୍ରି କରୁଛନ୍ତି । ଏହା ପୂର୍ବରୁ ସେ ଅନେକ ଫିଲ୍ମ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବରେ କାମ କରିସାରିଛନ୍ତି । ଏହି ଚଳଚ୍ଚିତ୍ରରେ ଆଲିଆଙ୍କ ସହ ଶେଫାଲି ଶାହା, ବିଜୟ ଭର୍ମା ଏବଂ ରୋଶନ ମାଥ୍ୟୁଙ୍କ ଭଳି ଆଗଧାଡିର କଳାକାର ଅଭିନୟ କରୁଥିବାର ନଜର ଆସିବେ । ସୂତ୍ର ଅନୁସାରେ, କାହାଣୀ ଏକ ପାରିବାରିକ କାହାଣୀ(Family Story) । ଏହା ମୁମ୍ବାଇ (Mumbai)ର ଏକ ମଧ୍ୟବିତ୍ତ ପରିବାରର ଜୀବନ ଉପରେ ଆଧାରିତ, ଯେଉଁଥିରେ ଦୁଇ ମହିଳାଙ୍କ ଜୀବନକୁ ସୁନ୍ଦର ଭାବେ ଚିତ୍ରିତ କରାଯିବା ସହ ସେମାନେ ଅସାଧାରଣ ପରିସ୍ଥିତିରେ କିଭଳି ଅଦ୍ୟମ ସାହାସ ସହ ପ୍ରେମର ବାର୍ତ୍ତା ବାଣ୍ଟିଛନ୍ତି ତାହା ଦେଖିବାକୁ ପାଇବେ ଦର୍ଶକ ।

Also Read: ଟୁଲକିଟ କଣ ? ଦିଶାଙ୍କ ଗିରଫଦାରୀ କାହିଁକି ?

ତେବେ ଚଳିତ ସପ୍ତାହରେ ଫିଲ୍ମର ଔପଚାରିକ ଭାବେ ଘୋଷଣା କରାଯିବା ନେଇ ସୂଚନା ରହିଛି । ଫିଲ୍ମର ସୁଟିଂ (Film Shooting) ଏହାରି ମଧ୍ୟରେ ଖୁବଶୀଘ୍ର ଆରମ୍ଭ ହୋଇଯିବା ନେଇ ଚର୍ଚ୍ଚା ଚାଲିଛି । ତେବେ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ ହାଉସ ବି-ଟାଉନର ବାଦଶାହା ଶାହାରୁଖ ଖାନ (Shahrukh Khan) ଏହି ଫିଲ୍ମରେ ପ୍ରଯୋଜନା ଭାର ସମ୍ଭାଳିବେ ।