ଓଡ଼ିଶୀ ସଂଗୀତକୁ ମିଳିବ ନାହିଁ ଶାସ୍ତ୍ରୀୟ ମାନ୍ୟତା, କାରଣ କହିଲେ କେନ୍ଦ୍ର ସରକାର
Advertisement

ଓଡ଼ିଶୀ ସଂଗୀତକୁ ମିଳିବ ନାହିଁ ଶାସ୍ତ୍ରୀୟ ମାନ୍ୟତା, କାରଣ କହିଲେ କେନ୍ଦ୍ର ସରକାର

ଓଡିଶୀ ସଂଗୀତକୁ ମିଳିବ କି ଶାସ୍ତ୍ରୀୟ ମାନ୍ୟତା? କେନ୍ଦ୍ର ସରକାର ଏ ଦିଗରେ ବିଚାର କରୁଛନ୍ତି କି? ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦିଗରେ ସରକାରଙ୍କ ଆଭିମୁଖ୍ୟ କଣ? ଯଦି ଶାସ୍ତ୍ରୀୟ ମାନ୍ୟତା ନ ଦେବେ, ତେବେ କାରଣ କଣ?

ଡିଜାଇନ୍ ଫଟୋ

ଭୁବନେଶ୍ୱର: ସଂସଦରେ ପାଇକ ବିଦ୍ରୋହ ରାଜନୀତି ପରେ ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରସଙ୍ଗ ମୁଣ୍ଡ ଟେକିଛି। ଏନେଇ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଅଣତାରକା ପ୍ରଶ୍ନରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଲୋକସଭାରେ ଲିଖିତ ଉତ୍ତର ରଖିଛନ୍ତି। ଏହା ଏକ ସାଂଗୀତିକ ଧାରା, ଯାହାକୁ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିନ୍ତି ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଓ ଆଲୋଚନା ସ୍ବର ଉଠିଛି।

ଓଡିଶୀ ସଂଗୀତକୁ ମିଳିବ କି ଶାସ୍ତ୍ରୀୟ ମାନ୍ୟତା? କେନ୍ଦ୍ର ସରକାର ଏ ଦିଗରେ ବିଚାର କରୁଛନ୍ତି କି? ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦିଗରେ ସରକାରଙ୍କ ଆଭିମୁଖ୍ୟ କଣ? ଯଦି ଶାସ୍ତ୍ରୀୟ ମାନ୍ୟତା ନ ଦେବେ, ତେବେ କାରଣ କଣ? ଆଉ ତାହାର ଗୋଟିଏ ମାତ୍ର ଉତ୍ତର ହେଉଛି- କୌଣସି ସାଙ୍ଗୀତିକ ଧାରାକୁ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରନ୍ତି ନାହିଁ। ଏହା ହେଉଛି ସଂସଦରେ ରାଜ୍ୟସଭା ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଣତାରାକ ପ୍ରଶ୍ନରେ ଉତ୍ତର ରଖିଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡିଙ୍କ ବିବୃତ୍ତି।

Also Read: ରାଜଧାନୀବାସୀଙ୍କୁ ନୂଆବର୍ଷ ଭେଟି, BDA ନେଲା ବଡ଼ ନିଷ୍ପତ୍ତି

ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ସମଗ୍ର ଦେଶରେ ଏହା ଜନପ୍ରିୟ ହେବା ସହ ସଂଗୀତପ୍ରେମୀଙ୍କୁ ଆନନ୍ଦ ମିଳବ ବୋଲି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ସଂସଦକୁ ଲିଖିତ ଭାବେ ଜଣାଇଛନ୍ତି। କିନ୍ତୁ କେନ୍ଦ୍ର ସରକାର ସିଧାସଳଖ ମନା କରିଦେବାପରେ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି ହୋଇଛି। ତେବେ ଏହାକୁ ସକରାତ୍ମକ ସହ ନେଇ ଅନ୍ତତଃ ପକ୍ଷେ ସଂସଦରେ ଦାବୀ ଉପସ୍ଥାପନ ହୋଇଥିବା ଓଡିଶୀ ଏକେଡମୀ ପ୍ରତିଷ୍ଠାତା, ଗୋପାଳ ପଣ୍ଡା କହିଛନ୍ତି।

ତେବେ ଏଥିଲାଗି ବର୍ତ୍ତମାନ ମାନସମନ୍ଥନ କରିବାର ସମୟ ଉପନୀତ ହୋଇଛି। ପୂର୍ବରୁ ଓଡିଶୀ ସଂଗୀତକୁ ରାଜ୍ୟ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିବା ବେଳେ ତାହା କେବଳ ରାଜ୍ୟ ଭିତରେ ସୀମିତ ରହିଛି। କିନ୍ତୁ କେନ୍ଦ୍ରୀୟ ମାନ୍ୟତା ମିଳିବା ଦିଗରେ ଏବେ ବି ଅନେକ ଆବଶ୍ୟକତାର ଅଭାବ ରହିଛି। ଯାହାକୁ ବିଭିନ୍ନ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ସହ ମତାମତ ନେଇ ସମାନ୍ତରାଳ ରାଗ ପ୍ରତି ଗୁରୁତ୍ବ ଦେବାକୁ ଶାସ୍ତ୍ରୀୟ ସଂଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ୍ ପରାମର୍ଶ ଦେଇଛନ୍ତି। ତେବେ ମାନ୍ୟତା ନ ମିଳିଳି ମଧ୍ୟ ଓଡିଶା ସଂଗୀତର ପ୍ରଚାର ପ୍ରସାର ସୁଦୂର ପ୍ରସାରୀ ବୋଲି ଗୁରୁକେଳୁଚରଣ ଓଡିଶୀ ଗବେଶଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ସଂଗିତା ଗୋଷାଇଁ କହିଛନ୍ତି।

Also Read: ଗଜ ପାଇଁ ସରକାରଙ୍କ ଦରଦ ନାହିଁ, ପ୍ରତି ୯ ଦିନରେ ଯାଉଛି ୪ ଜୀବନ

ଏବେ ଅପେକ୍ଷା ଓଡିଶୀ ସଂଗୀତକୁ ଆଗାମୀ ଦିନରେ କେନ୍ଦ୍ରୀୟ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦିଗରେ ପାରାମିଟର (ମାନକ) କେବେ ପୂରଣ କରୁଛନ୍ତି। ନା କେବଳ ସଂସଦରେ ପ୍ରଶ୍ନ ସଂସଦରେ ହିଁ ସୀମିତ ରହିଯାଉଛି। 

 

Also Read: ଓଡ଼ିଶାରେ Omicron ଭାୟା ଭୁବନେଶ୍ୱର! ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବିଦେଶ ଫେରନ୍ତା