ଏହି ଅଭିନେତାଙ୍କ ସହ ବ୍ୟାଡମିଣ୍ଟନ ଷ୍ଟାର ଜ୍ୱାଲା ଗୁଟ୍ଟା କଲେ ଦ୍ୱିତୀୟ ବିବାହ
Advertisement

ଏହି ଅଭିନେତାଙ୍କ ସହ ବ୍ୟାଡମିଣ୍ଟନ ଷ୍ଟାର ଜ୍ୱାଲା ଗୁଟ୍ଟା କଲେ ଦ୍ୱିତୀୟ ବିବାହ

ବିଷ୍ଣୁ (Vishnu Vishal) ଓ ଜ୍ୱାଲା (Jwala Gutta)ଦୀର୍ଘ ସମୟ ଧରି ଡେଟିଂ କରୁଥିଲେ ଏବଂ ଶେଷରେ ସବୁଦିନ ପାଇଁ ପରସ୍ପରର ଜୀବନ ସାଥି ପାଲଟିଛନ୍ତି।

ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି। ଦୀର୍ଘ ଦିନର ସମ୍ପର୍କ ପରେ ୩୭ ବର୍ଷୀୟା ଜ୍ୱାଲା ଗୁରୁବାର ନିଜ ପ୍ରେମିକ ବିଷ୍ଣୁ ବିଶାଲଙ୍କ ସହ ଦକ୍ଷୀଣ ଭାରତୀୟ ଶୈଳୀରେ ବିବାହ କରିଥିଲେ। ବିଷ୍ଣୁ ସାଉଥ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତା।

ବିଷ୍ଣୁ (Vishnu Vishal) ଓ ଜ୍ୱାଲା (Jwala Gutta)ଦୀର୍ଘ ସମୟ ଧରି ଡେଟିଂ କରୁଥିଲେ ଏବଂ ଶେଷରେ ସବୁଦିନ ପାଇଁ ପରସ୍ପରର ଜୀବନ ସାଥି ପାଲଟିଛନ୍ତି। ଏହାପୂର୍ବରୁ ଜ୍ୱାଲା ୫ ବର୍ଷର ସମ୍ପର୍କ ପରେ ୨୦୧୦ରେ ସାଥୀ ସଟଲର ଚେତନ ଆନନ୍ଦ (Chetan Anand) ଙ୍କୁ ବିବାହ କରିଥିଲେ। କିନ୍ତୁ ସେହି ବିବାହ କେବଳ ଗୋଟିଏ ବର୍ଷ ପାଇଁ ତିଷ୍ଟି ଥିଲା ଏବଂ ପରେ ୨୦୧୧ରେ ଉଭୟଙ୍କ ଛାଡପତ୍ର ହୋଇଥିଲା।

Also Read: ଏହି ୪ ଜଣ ଅଭିନେତାଙ୍କ ସାମ୍ନାରେ ନିଜ ମୁଣ୍ଡ ନୁଆଁଇଥାନ୍ତି ସଲମାନ ଖାନ୍

ଜ୍ୱାଲା ଗୁଟ୍ଟା ଏବଂ ବିଷ୍ଣୁ ବିଶାଲ ହାଇଦ୍ରାବାଦରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ। ଜ୍ୱାଲା ତାଙ୍କ Social media ହ୍ୟାଣ୍ଟେଲରେ ବିବାହର ଅନେକ ଫଟୋ ସେୟାର କରିଛନ୍ତି। ଏହା ବିଷ୍ଣୁ ବିଶାଲଙ୍କର ମଧ୍ୟ ଦ୍ୱିତୀୟ ବିବାହ। ଏହାପୂର୍ବରୁ ସେ ୨୦୧୦ରେ ଚଳଚ୍ଚିତ୍ର ନିର୍ମାତା ରାଗିଣୀ ନଟରାଜ (Ragini Natrajan) ଙ୍କୁ ବିବାହ କରିଥିଲେ। ବିବାହ ପ୍ରାୟ ୮ ବର୍ଷ ସେମାନଙ୍କ ଛାଡପତ୍ର ହୋଇଥିଲା। ବିଷ୍ଣୁ ଏବଂ ରାଗିଣୀଙ୍କର ଏକ ପୁଅ ମଧ୍ୟ ଅଛି।