ପିଆଜ ଖାଇ ଟ୍ରୋଲ ହେଲେ କଙ୍ଗନା
Advertisement

ପିଆଜ ଖାଇ ଟ୍ରୋଲ ହେଲେ କଙ୍ଗନା

ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ନବରାତ୍ରୀ କରିଥିଲେ ପରେ ବ୍ରତ ଭାଙ୍ଗିବା ପରେ ସେ ନିଜ ଖାଦ୍ୟ ଥାଳିର ଏକ ପ୍ଲେଟ ସୋସିଆଲ ମିଡିଆରେ ଦେଇଥିଲେ । 

ପିଆଜ ଖାଇ ଟ୍ରୋଲ ହେଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡର ଆଗଧାଡ଼ିର ନାୟିକା କଙ୍ଗନା ରଣାୱତ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ଥାନ୍ତି । ପ୍ରାୟତଃ ସମୟରେ ଅନେକ କିଛି ପ୍ରସଙ୍ଗକୁ ନେଇ କଙ୍ଗନା ଟାର୍ଗେଟ ହୋଇଛନ୍ତି । ତାହା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହେଉ ବା ଅନ୍ୟ କିଛି ପ୍ରସଙ୍ଗ ବା ମହାରାଷ୍ଟ୍ର ସରକାରଙ୍କୁ ନେଇ ସିଧାସଳଖ ଟାର୍ଗେଟ। ସବୁ ବେଳେ କିଛି ନା କିଛି ବିବାଦରେ ଛନ୍ଦି ହୋଇଥାନ୍ତି କଙ୍ଗନା । ଆଉ ଏବେ ପିଆଜ ଖାଇ ପୁଣି ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି ଏହି ଅଭିନେତ୍ରୀ।

ତେବେ ଆପଣ ସମସ୍ତଙ୍କୁ ଜଣା ଥିବ ଯେ, ଏବେ ନବରାତ୍ରୀ (Navaratri) ଚାଲିଛି । ସମସ୍ତେ ନିଷ୍ଠାର ସହିତ ଏହି ବ୍ରତ ପାଳନ କରନ୍ତି। ଉପବାସ ରହିବା ପରେ ପୂଜା କରିବା ପରେ ବ୍ରତ ଭାଙ୍ଗିଥାନ୍ତି । ତେବେ ଅଭିନେତ୍ରୀ କଙ୍ଗନା ରଣାୱତ( kangana Ranaut) ମଧ୍ୟ ନବରାତ୍ରୀ କରିଥିଲେ ପରେ ବ୍ରତ ଭାଙ୍ଗିବା ପରେ ସେ ନିଜ ଖାଦ୍ୟ ଥାଳିର ଏକ ପ୍ଲେଟ ସୋସିଆଲ ମିଡିଆ (Social Media) ରେ ଦେଇଥିଲେ । ଏହି ଥାଳିରେ ପୁରୀ, ତରକାରୀ ଠାରୁ ଆରମ୍ଭ କରି ପ୍ରସାଦ ସହ ପିଆଜ ବି ଥିଲା ଯାହାକୁ ନେଇ ଖପ୍ପା ହୋଇଛନ୍ତି କଙ୍ଗନାଙ୍କ ଫ୍ୟାନ୍ସ।

fallback

Also Read: ଏହି ୪ ଜଣ ଅଭିନେତାଙ୍କ ସାମ୍ନାରେ ନିଜ ମୁଣ୍ଡ ନୁଆଁଇଥାନ୍ତି ସଲମାନ ଖାନ୍

କିଛି ସମର୍ଥକ ଏହାକୁ ଏକ ରୋମାଞ୍ଚକର କହି ରିଆକ୍ସନ ଦେଇଥିବା ବେଳେ କିଛି କିଛି ଫ୍ୟାନ୍ସ ଏହାକୁ ନେଇ ରାଗ ମଧ୍ୟ ଦେଖାଇଛନ୍ତି । କିଏ କିଏ କହିଛନ୍ତି ନବରାତ୍ରୀରେ ପିଆଜ ରସୁଣ ବାରଣ ଥାଏ । ହେଲେ କଙ୍ଗନା ଏମିତି କରି ଧର୍ମୀୟ ଭାବନାକୁ ଆଘାତ ଦେଇଛନ୍ତି। ୯ ଦିନିଆ ନବରାତ୍ରୀ ପର୍ବରେ ପିଆଜ (Onion) ଏବଂ ରସୁଣ (Garlic) ଖାଇବା ନିଷେଧ ରହିଥାଏ । ଲୋକମାନେ ସାଧାରଣତଃ ଉପବାସ କରନ୍ତି ଏବଂ ପୂଜା ରୀତିନୀତି କରନ୍ତି, ପର୍ବ ସମୟରେ ୯ ଟି ଦିନରେ ବିଭିନ୍ନ ପ୍ରକାରରେ ମା ଦୁର୍ଗା (Goddess Durga)ଙ୍କୁ ଆରାଧନା କରାଯାଏ।