ଏହି ମାରାତ୍ମକ ରୋଗରେ ପୀଡିତ ସାଂସଦ ଅନୁଭବ
Advertisement
Article Detail0/zeeodisha/odisha1028035

ଏହି ମାରାତ୍ମକ ରୋଗରେ ପୀଡିତ ସାଂସଦ ଅନୁଭବ

ନିଜ ଫିଟନେସକୁ ନେଇ ଅନୁଭବ ମହାନ୍ତି ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆରେ କେତେବେଳେ ଜିମ୍ ତ ଆଉ କେତେବେଳେ ସାର୍ଟଲେସ୍ ଫଟୋ ସେୟାର କରନ୍ତି। ତାଙ୍କର ସୁନ୍ଦର ସ୍ୱାସ୍ଥ୍ୟକୁ ଫ୍ୟାନ୍ସମାନେ ବହୁତ ପସନ୍ଦ ବି କରନ୍ତି।

ସୌ: ସୋସିଆଲ ମି଼ଡିଆ

ନୂଆଦିଲ୍ଲୀ: ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ୍ ରୁହନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସ ଓ ଜନତାଙ୍କୁ ନିଜର ମନର କଥା କୁହନ୍ତି ଓ ଭାବନାକୁ ପ୍ରକାଶ କରନ୍ତି। କିନ୍ତୁ ରବିବାର ଅନୁଭବ ନିଜ ସ୍ୱାସ୍ଥ୍ୟକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଆଉ ସେହି ଖବର ଜାଣିଲା ପରେ ପ୍ରଶଂସକମାନେ ତାଙ୍କର ଆରୋଗ୍ୟ କାମନା କରୁଛନ୍ତି।

ନିଜ ଫିଟନେସକୁ ନେଇ ଅନୁଭବ ମହାନ୍ତି ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆରେ କେତେବେଳେ ଜିମ୍ ତ ଆଉ କେତେବେଳେ ସାର୍ଟଲେସ୍ ଫଟୋ ସେୟାର କରନ୍ତି। ତାଙ୍କର ସୁନ୍ଦର ସ୍ୱାସ୍ଥ୍ୟକୁ ଫ୍ୟାନ୍ସମାନେ ବହୁତ ପସନ୍ଦ ବି କରନ୍ତି। ଅନେକ ସମୟରେ ଫିଟନେସକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ତାଙ୍କୁ କମ୍ପ୍ଲିମେଣ୍ଟ୍ ମଧ୍ୟ ଦିଅନ୍ତି। କିନ୍ତୁ ରବିବାର ଅନୁଭବ ଯେଉଁ ଖବର ଦେଇଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି।

Also Read: ପୁରୁଷଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏହି ୫ଟି ଅଭ୍ୟାସ, ସ୍ୱାସ୍ଥ୍ୟ ହୋଇଯିବ ଖରାପ!

ନଭେମ୍ବର ୧୪ ତାରିଖକୁ ବିଶ୍ୱ ମଧୁମେହ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ସାଂସଦ ଅନୁଭବ ମହାନ୍ତି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତିନୋଟି ଫଟୋ ସହ ଏକ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରିଥିଲେ। ସେଥିରେ ସେ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସଙ୍କୁ ଭଗବାନ ସହ ତୁଳନା କରିଛନ୍ତି। ତାଙ୍କ ମାର୍ଗଦର୍ଶନ, ପରାମର୍ଶ ଏବଂ ପିତାଙ୍କ ଭଳି ପ୍ରେମକୁ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି।

 

ଏହା ବ୍ୟତୀତ ଅନୁଭବ କହିଛନ୍ତି ଯେ, ଗତ ୨୧ ବର୍ଷ ହେଲା ସେ ଇନସୁଲିନ ନେଉଛନ୍ତି। ତାଙ୍କ ସୁସ୍ଥତାର ଶ୍ରେୟ ଡାକ୍ତର ସିଦ୍ଧାର୍ଥ ଦାସଙ୍କୁ ଦେବା ସହ ବିଶ୍ୱ ମଧୁମେହ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏବା ବ୍ୟତୀତ ମଧମେହରେ ପୀଡିତ ହୋଇ ମଧ୍ୟ ଖୁସିରେ ଥିବା ସାଂସଦ ଅନୁଭବ ମହାନ୍ତି ପ୍ରକାଶ କରିଛନ୍ତି।