ହୋଲିପର୍ବରେ ଆପଣଙ୍କ ରାଶି ଅନୁଯାୟୀ ଭାଗ୍ୟ ରଙ୍ଗ ଉଜ୍ଜ୍ୱଳ ହେବ। ଜାଣନ୍ତୁ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ଅଟେ। ଜ୍ୟୋତିର୍ବିଦ ଦିନବନ୍ଧୁ ନାୟକଙ୍କ କହିବା ଅନୁଯାୟୀ, ମଣିଷ ଶରୀର ଉପରେ ରଙ୍ଗର ବୈଜ୍ଞାନିକ ଓ ଜ୍ୟୋତିଷ ପ୍ରଭାବ ଉଭୟ ପଡ଼ିଥାଏ। ରଙ୍ଗ ମନୁଷ୍ୟର ମନୋଭାବକୁ ପ୍ରଭାବିତ କରିଥାଏ। ଅନୁକୂଳ ରଙ୍ଗ ମନୋବଳକୁ ବଢ଼ାଇବାରେ କାର୍ଯ୍ୟକରେ।
Trending Photos
ନୂଆଦିଲ୍ଲୀ: ହୋଲି ପର୍ବ ଆପୋଷ ମତଭେଦ ଦୂର କରି ଆଲିଙ୍ଗନ କରିବାର ଏକ ସୁଯୋଗ ଆଣିଛି। କିନ୍ତୁ, ଅନେକ ସମୟରେ ଖୁସିର ମାହୋଲ ଦୁଃଖରେ ବଦଳିଯାଏ। ଭଲପାଇବା ଘୃଣାରେ ପରିଷମ ହୁଏ। ରଙ୍ଗ ମଣିଷ ଶରୀର ଉପରେ ଉଭୟ ବୈଜ୍ଞାନିକ ଓ ରାଶିଚକ୍ର ଉପରେ ପ୍ରଭାବ ପକାଇଥାଏ। ଏହା ମଣିଷର ମନୋଭାବକୁ ପ୍ରଭାବିତ କରିଥାଏ। ଅନୁକୂଳ ରଙ୍ଗ ମନୋବଳକୁ ବଢ଼ାଇପାରେ। ସେହିପରି ଭୁଲ୍ ରଙ୍ଗ ବିବାଦରେ ପକାଇପାରେ। ଏପରି ପରିସ୍ଥିତିରେ ଭୁଲ୍ ରଙ୍ଗଠାରୁ ଦୂରରେ ରହି ହୋଲିରେ ଆପଣଙ୍କ ପାଇଁ ଉପଯୁକ୍ତ ରଙ୍ଗ ବାଛିବା ଆବଶ୍ୟକ।
ଯଦି ଆପଣ ଚନ୍ଦ୍ର ରାଶି ଅନୁଯାୟୀ ରଙ୍ଗ ଲଗାଇବେ କିମ୍ୱା ପୋଷାକ ପିନ୍ଧିବେ ତେବେ ଆପଣଙ୍କ ପାଇଁ ହୋଲି ପର୍ବ ଅଧିକ ରଙ୍ଗୀନ ହେବ। ଏଥର ଆସନ୍ତା ୧୮ ତାରିଖରେ ହୋଲି ପର୍ବ ପଡୁଛି। ଏଭଳି ପରିସ୍ଥିତିରେ ଜ୍ୟୋତିଷ ଦିନବନ୍ଧୁ ନାୟକ ହୋଲିରେ କେଉଁ ରଙ୍ଗ ବ୍ୟବହାର କରିବା କିପରି ଶୁଭ ହେବ ତାହା ସୂଚନା ଦେଇଛନ୍ତି। ହୋଲିକା ଦହନରେ ରାଶି ଅନୁଯାୟୀ ଆହୁତି ଦିଅନ୍ତୁ ଓ ତାହାର ପରିକ୍ରମା କଲେ ଧନ ପ୍ରାପ୍ତି ହେବ। ରାଶି ଅନୁସାରେ ହୋଲିରେ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ଓ ଅଶୁଭ ଜାଣନ୍ତୁ-
Also Read: କପିଲଙ୍କ ସପକ୍ଷରେ ଅନୁପମ; କିଏ ରଚିଥିଲା କି ଷଡ଼ଯନ୍ତ୍ର?
ହୋଲି ପର୍ବରେ ରାସାୟନିକ ରଙ୍ଗ ପରିବର୍ତ୍ତେ ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତୁ। ପ୍ରାକୃତିକ ବସ୍ତୁ ଓ ଫୁଳକୁ ବ୍ୟବହାର କରି ସୁଖିଲା କିମ୍ୱା ଓଦା ରଙ୍ଗ ବ୍ୟବହାର କରନ୍ତୁ। ଭଗବାନ କୃଷ୍ଣ ହୋଲି ଖେଳରେ ଫୁଲ ବ୍ୟବହାର କରୁଥିଲେ।