୨୦୨୧ରେ ତିନି ମାସ ନାହିଁ ବିବାହ ଯୋଗ, ଜଣନ୍ତୁ କେବେ ହେବ ୨ ହୃଦୟର ମିଳନ
Advertisement

୨୦୨୧ରେ ତିନି ମାସ ନାହିଁ ବିବାହ ଯୋଗ, ଜଣନ୍ତୁ କେବେ ହେବ ୨ ହୃଦୟର ମିଳନ

କୋରୋନା କଟକଣା ଯୋଗୁଁ ବିବାହ ଉତ୍ସବ ଠପ ପଡିଛି। ହାତଗଣ୍ଠି ପଡିବା ଆଗରୁ ମାଙ୍ଗଳିକ କାର୍ଯ୍ୟରେ କୋରୋନାର କଳାବାଦଳ ଛାଇ ଯାଇଛି। ତେବେ ଆସନ୍ତୁ ଜାଣିବା ୨୦୨୧ ମସିହାରେ କେଉଁ ମାସରେ ବିବାହ ଯୋଗ ରହିଛି? ଆଉ ତାପାଇଁ ଆପଣ କେମିତି ପ୍ରସ୍ତୁତି କରିବେ?

ପ୍ରତିକାତ୍ମକ ଫଟୋ

 

ନୂଆଦିଲ୍ଲୀ: ବିଦାୟ ନେଇଛି ୨୦୨୦। ନୂଆବର୍ଷ ଓ ନୂଆ ଆଶା ନେଇ ସମସ୍ତେ ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି। କୋରୋନା ପ୍ରକୋପ ଯୋଗୁଁ ୨୦୨୦ରେ ଅନେକ ଲୋକଙ୍କ ଆଶା, ଆକାଂକ୍ଷା ଅଧୁରା ରହିଯାଇଛି। ସେମାନେ ୨୦୨୧ରେ ତାହାକୁ ପୂରଣ କରିବାକୁ ଯୋଜନା ରଖିଛନ୍ତି। କୋରୋନା କଟକଣା ଯୋଗୁଁ ବିବାହ ଉତ୍ସବ ଠପ ପଡିଛି। ହାତଗଣ୍ଠି ପଡିବା ଆଗରୁ ମାଙ୍ଗଳିକ କାର୍ଯ୍ୟରେ କୋରୋନାର କଳାବାଦଳ ଛାଇ ଯାଇଛି। ତେବେ ଆସନ୍ତୁ ଜାଣିବା ୨୦୨୧ ମସିହାରେ କେଉଁ ମାସରେ ବିବାହ ଯୋଗ ରହିଛି? ଆଉ ତାପାଇଁ ଆପଣ କେମିତି ପ୍ରସ୍ତୁତି କରିବେ?

ମହାମାରୀ କୋରୋନା ଯୋଗୁଁ ସବୁଠାରୁ ବଡ ଅସୁବିଧା ମାଙ୍ଗଳିକ କାର୍ଯ୍ୟକ୍ରମ (Mangalik karya) ରେ ଆସିଥିଲା। ଅନଲକ୍ ପ୍ରକ୍ରିୟା ସହିତ ନଭେମ୍ବରରେ କିଛି ବିବାହ ହୋଇଥିଲା। ପରି ପରିସ୍ଥିତିରେ, କିଛି ଲୋକଙ୍କ ବିବାହ ତାରିଖ ୨୦୨୧କୁ ଘୁଞ୍ଚିଯାଇଛି। ତେବେ ୨୦୨୧ରେ ମଧ୍ୟ ସେମାନଙ୍କ ପିଛା ଛାଡିନାହିଁ ସଙ୍କଟ। କାରଣ ଏହି ବର୍ଷ ପ୍ରାୟ ୩ ମାସ ପର୍ଯ୍ୟନ୍ତ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ନାହିଁ। ଏପରି ସ୍ଥିତିରେ ସୀମିତ ଲଗ୍ନ ଦେଖି କାର୍ଯ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକ ରହିଛି।

Also Read: ଭାଗ୍ୟ ୨୦୨୧: ଜାଣନ୍ତୁ ଦୁନିଆ, ଭାରତ, ଓଡ଼ିଶା ଓ ଆପଣଙ୍କ ପାଇଁ କେମିତି ରହିବ ନୂଆ ବର୍ଷ

ସୂଚନା ଅନୁଯାୟୀ, ୨୦୨୧ ମସିହାରେ ସୀମିତ ବିବାହ ମୁହୂରତ (Marriage Yog) ଅଛି। ଯାହା ଏପ୍ରିଲର ଶେଷ ସପ୍ତାହରେ ଆରମ୍ଭ ହେବ। ଜାନୁଆରୀ, ଫେବୃଆରୀ କିମ୍ବା ମାର୍ଚ୍ଚ ବିବାହ ପାଇଁ ଆଦ୍ୱ ଶୁଭମୁହୁରତ (Subh Muhurat) ନୁହେଁ। ପୌରାଣିକ ମାନ୍ୟତା ଏବଂ ହିନ୍ଦୁ (Hindu) ଧର୍ମ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରଙ୍କ ଅବସ୍ଥିତିକୁ ଦେଖି ଯେକୌଣସି କାର୍ଯ୍ୟପାଇଁ ଯୋଗ ବା ମୁହୂରତ ସ୍ଥିର କରାଯାଏ। ନକ୍ଷତ୍ରର ଉପସ୍ଥିତି, ଶୁଭ ଦିନ, ସୂର୍ଯ୍ୟଙ୍କ ରାଶି ଆଡକୁ ଗତିରୁ ବିବାହ ପାଇଁ ଶୁଭ ଦିନ ସୃଷ୍ଟି ହୁଏ। ବିବାହ (Groom) ପାଇଁ ବରର ସୂର୍ଯ୍ୟ ଏବଂ ଚନ୍ଦ୍ର ବଳ ଏବଂ କନ୍ୟା (Bride) ର ଗୁରୁ ଏବଂ ଚନ୍ଦ୍ର ବଳର ମିଶ୍ରଣ କରି ତାରିଖ ବାହାର କରାଯାଇଥାଏ।

ନୂଆବର୍ଷ (New Year 2021) ଆରମ୍ଭରୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଖରମାସ ଅଛି। ଏହି ସମୟରେ ସୂର୍ଯ୍ୟ ଦକ୍ଷିଣାୟନରେ ରୁହନ୍ତି। ଜାନୁଆରୀ ୧୪ରେ ସୂର୍ଯ୍ୟଦେବ ଉତ୍ତରାଣାୟନ ହେବା ସହ ମକର ରାଶିରେ ପ୍ରବେଶ କରିବେ। ତେଣୁ ବର୍ଷ ଆରମ୍ଭରେ ୧୪ ଦିନ ବିବାହ ହୋଇପାରିବ ନାହିଁ। ଏହା ପରେ ଶୁକ୍ର ଅସ୍ତ ରହିବେ। ଶୁକ୍ରଙ୍କ ଅନୁପସ୍ଥିତି ହେତୁ ବିବାହ ମଧ୍ୟ ସମ୍ଭବ ନୁହେଁ। କେତେକ ବ୍ରାହ୍ମଣ କହୁଛନ୍ତି ଯେ ଜାନୁଆରୀ ୧୮ରେ ବିବାହ ଶୁଭ ଅଟେ। କିନ୍ତୁ ଜ୍ୟୋତିଷମାନେ ଏହି ତାରିଖ ବିଷୟରେ ସର୍ବସମ୍ମତ ନୁହଁନ୍ତି। ତେଣୁ ଜାନୁଆରୀ ୧୭ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ବିବାହ ଅନୁଷ୍ଠିତ ହେବ ନାହିଁ। 

ବାସନ୍ତ ପଞ୍ଚମୀ (Vasant Panchami) ଙ୍କୁ ବିବାହ ପାଇଁ ଆବୁଝ ମୁହୁରତ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ମାର୍ଚ୍ଚ ୬ ତାରିଖରେ ବସନ୍ତ ପଞ୍ଚମୀ ପଡୁଛି। ଏହି ସମୟର ଯେକୌଣସି ତାରିଖରେ ବିବାହ କରାଯାଇପାରିବ। କିନ୍ତୁ ଶୁକ୍ର ଅସ୍ତ ହୋଇଥିବା କାରାଣରୁ ଏହି ତିଥିରେ ବିବାହ ଅନୁପଯୁକ୍ତ। ତେଣୁ ଶିବରାତ୍ରି (Shivratri) ଅର୍ଥାତ ମାର୍ଚ୍ଚ ୧୧ ତାରିଖ ଦିନ ବି ବିବାହ ହୋଇପାରିବ ନାହିଁ।

Also Read: ସେଲିବ୍ରିଟିଙ୍କ ଖ୍ରୀଷ୍ଟମାସ୍ ସେଲିବ୍ରେସନ୍ ଓ ହଟ୍ ଅବତାର, ଦେଖନ୍ତୁ ଫଟୋ

ନୂଆବର୍ଷର ପ୍ରଥମ ତିନି ମାସ ବିତିଯିବା ପରେ ଏପ୍ରିଲରୁ ବିବାହ ଆରମ୍ଭ ହେବ। କିନ୍ତୁ ଏପ୍ରିଲରେ ମଧ୍ୟ କେବଳ ସପ୍ତାହରୁ ହିଁ ଶହେନାଇ ବାଜିବ, କନ୍ୟା ହାତରେ ମେହେନ୍ଦି ଲାଗିବ। ଏପ୍ରିଲ ୨୨ ତାରିଖରୁ ବିବାହ ଯୋଗ ଆରମ୍ଭ ହେଉଥିବା ବେଳେ ୨୩ ତାରିଖରେ ଶୁଭମୁହୂରତ ନାହିଁ ବୋଲି ଜ୍ୟୋତିର୍ବିଦମାନେ କହିଛନ୍ତି।

୨୪ ଏପ୍ରିଲରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ନିରନ୍ତର ବିବାହ ହେବ। ମେ ୧, ୭, ୮, ୯, ୨୨, ୨୩, ୨୬, ୨୭ ଏବଂ ୩୦ରେ ସର୍ବ ଯୋଗ ଶୁଭମୁହୁରତ ଅଛି। ଏହା ବ୍ୟତୀତ ମଧ୍ୟଭାଗରେ ଜ୍ୟୋତିଷଙ୍କ ସହ ବିଚାରବିମର୍ଶ କରି ବିବାହ କରାଯାଇପାରିବ। ଜୁନ୍ ମାସରେ ୯ଟି ଶୁଭମୁହୂରତ ୫, ୧୮, ୧୯, ୨୦, ୨୧, ୨୨, ୨୩, ୨୪ ଏବଂ ୩୦ ତାରିଖରେ ଥିବାବେଳେ ଜୁଲାଇରେ କେବଳ ୧, ୨, ୩ରେ ବିବାହ ଯୋଗ ଅଛି।

ସେହିପରି ନଭେମ୍ବରରେ ୧୫, ୧୬, ୨୦, ୨୧, ୨୮, ୨୯ ଏବଂ ୩୦ ସହିତ ୭ ମୁହୂରତ ଅଛି। ଡିସେମ୍ବରରେ ୧, ୨, ୬, ୭, ୧୧ ଏବଂ ୧୩ ତାରିଖରେ ବିବାହ କରାଯାଇପାରିବ।