ଭାଙ୍ଗିଗଲା ସବୁ ଜିଦ୍ ! ଶେଷରେ ବରଯାତ୍ରୀରେ ନାଚିଲେ ନସିରୁଦ୍ଦିନ୍
Advertisement

ଭାଙ୍ଗିଗଲା ସବୁ ଜିଦ୍ ! ଶେଷରେ ବରଯାତ୍ରୀରେ ନାଚିଲେ ନସିରୁଦ୍ଦିନ୍

ଭାରତୀୟ ପାରମ୍ପରିକ ବିବାହ ଉତ୍ସବର ନିଖୁଣ  ଚିତ୍ରଣ  ଓ ଦିଲ୍ଲୀର ପରିବାରର ବାହାଘର ଉପରେ ହୋଇଥିବା, ଓ ବିଦେଶରେ ମୁକ୍ତିଲାଭ କରି ଆମେରିକାର  ନର୍ଥ ଆମେରିକାନ ବକ୍ସ ଅଫିସ୍ ରେ ବେଶ ସୁନାମ ଅର୍ଜନ କରିଥିବା ଏହି ଚଳଚ୍ଚିତ୍ରର  ପ୍ରିମିୟର ପାଇଁ  ନିର୍ଦ୍ଦେଶକ ମୀରା ଏକ ଅଭିନବ ଚିନ୍ତା କଲେ।

 ଭାଙ୍ଗିଗଲା ସବୁ ଜିଦ୍ ! ଶେଷରେ ବରଯାତ୍ରୀରେ ନାଚିଲେ ନସିରୁଦ୍ଦିନ୍

ସାଗର ରଥ, ନୂଆଦିଲ୍ଲୀ: ବାହାଘର ଶୋଭାଯାତ୍ରାର ଦୃଶ୍ୟ ଥାଏ କିଛି ଏମିତି, ଗାଡି ବା ଘୋଡାରେ ବସିଥିବ ବର ,ପରିବାର, ବନ୍ଧୁ ବାନ୍ଧବ ସାଙ୍ଗସାଥୀ ବର ଶୋଭାଯାତ୍ରାରେ ଯାଉଥିବେ । ଟୋକା ଟୋକାଳିଆ ବନ୍ଧୁ  ମାନେ ବରର ସାଙ୍ଗ, ଭାଇ, ପୁତୁରା, ଭଣଜା, ଇତ୍ୟାଦି ବ୍ୟାଣ୍ଡ ବାଜାର ତାଳେ ତାଳେ ନାଚିବା ଏକ ସାଧାରଣ ଦୃଶ୍ୟ । ତେବେ ଆଜି କାଲି ତ ପୁରା ନୂଆ ଫ୍ଯାଶନ। ଘରର ଝିଅ ବୋହୁ ବି ବରଯାତ୍ରୀରେ ନାଚି ମସଗୁଲ ହୁଅନ୍ତି ଓ ଉପଭୋଗ କରନ୍ତି  । 

ହେଲେ ଏମିତି ବି କିଛି ଲୋକ ଅଛନ୍ତି ଯାହାଙ୍କୁ ବରଯାତ୍ରୀ ଶୋଭାଯାତ୍ରାରେ ନାଚିବା ଆଦୌ ପସନ୍ଦ ନୁହେଁ।  ହିନ୍ଦୀ ସିନେମା ଜଗତର ପ୍ରସିଦ୍ଧ କଳାକାର ନସିରୁଦ୍ଦିନ ଶାହଙ୍କୁ ବରଯାତ୍ରୀ ଆଗରେ ନାଚିକି ଯିବା ପସନ୍ଦ ନୁହେଁ। ଜୀବନରେ ଥରୁଟିଏ ସେ ନାଚିବାକୁ ବାଧ୍ୟ ହୋଇଥିଲେ ଯେତେବେଳେ ତାଙ୍କ ସହ ଏହି ଘଟଣାଟି ଘଟିଥିଲା ।
୨୦୦୧ ରେ ମୀରା ନାୟର କରୁଥିଲେ "ମନସୁନ ୱେଡିଂ " (Monsoon Wedding) । ଭାରତୀୟ ପାରମ୍ପରିକ ବିବାହ ଉତ୍ସବର ନିଖୁଣ  ଚିତ୍ରଣ  ଓ ଦିଲ୍ଲୀର ପରିବାରର ବାହାଘର ଉପରେ ହୋଇଥିବା, ଓ ବିଦେଶରେ ମୁକ୍ତିଲାଭ କରି ଆମେରିକାର  ନର୍ଥ ଆମେରିକାନ ବକ୍ସ ଅଫିସ୍ ରେ ବେଶ ସୁନାମ ଅର୍ଜନ କରିଥିବା ଏହି ଚଳଚ୍ଚିତ୍ରର  ପ୍ରିମିୟର ପାଇଁ  ନିର୍ଦ୍ଦେଶକ ମୀରା ଏକ ଅଭିନବ ଚିନ୍ତା କଲେ।

Also Read: ଏସବୁ ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ Immune System କମ ନା ଅଧିକ

ତାଙ୍କର ଯୋଜନା ଥିଲା ପ୍ରିମିୟର (Premier)  ଦିନ ଫିଲ୍ମର ପୁରା କଳାକାର ନିର୍ଦ୍ଧାରିତ ହୋଟେଲ ରୁ  ସିନେମା ହଲ ଯାଏଁ ଏକ ବାହାଘର ବରଯାତ୍ରୀ ଶୋଭାଯାତ୍ରାରେ ଯିବେ । ସେତେବେଳେ ତ ଫିଲ୍ମର ପ୍ରମୋଶନ ପାଇଁ ଆଜି କାଲି ପରି ଭିନ୍ନ ଭିନ୍ନ ଟିଭି ଶୋ ନଥିଲା, ସେଥିଲାଗି ନିର୍ଦ୍ଦେଶକ ଏମିତି କିଛି ହରକତ କରି ପ୍ରମୋଶନ କରୁଥିଲେ। ଯେତେବେଳେ ସବୁ ପାତ୍ର କଳାକାର ମାନଙ୍କ ସାମ୍ନାରେ ଏ  ପ୍ରସ୍ତାବ ରଖାଗଲା, ସମସ୍ତେ ଖୁସିରେ ହଁ  ଭରିଲେ । କିନ୍ତୁ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଲଳିତ ବର୍ମା ଭୂମିକାରେ ଅଭିନୟ କରିଥିବା ନସିରୁଦ୍ଦିନ ବିଲୁକଲ ରାଜି ହେଲେ ନାହିଁ। ହେଲେ ନିର୍ଦ୍ଦେଶକ ନିଜ ଜିଦରେ ଅଟଳ।

Also Read: ଏବେ ଦିନ ମଜୁରିଆଙ୍କୁ ମିଳିବ Pension! ଜାଣନ୍ତୁ କଣ ରହିବ ନିୟମ

ତାଙ୍କର ଏକା ଜିଦ୍ ଚଳଚ୍ଚିତ୍ରର ବର କନ୍ୟା ( ପ୍ରବୀଣ ଡ଼ଵାସ ଓ ବସୁନ୍ଧରା ଦାସ ) କେବଳ ବିବାହ ଗେଟଅପରେ ରହିବେ, ଅନ୍ୟମାନେ ସମସ୍ତେ ବରଯାତ୍ରୀ ହୋଇ ନାଚି ନାଚି ଯିବେ । ବହୁତ ସମୟ ଆଲୋଚନା ପରେ ଶେଷରେ ମୀରା ଜିତିଲେ, ଓ ନସିରୁଦ୍ଦିନ ହାରିଲେ । ପେଟ ପାଟଣା କଥା,  କରିବାକୁ ତ ପଡିବ ! ତେବେ ମଜାର କଥା ହେଉଛି  ଯେ  ଦିଲ୍ଲୀରେ ଏହି ଶୋଭାଯାତ୍ରା ହୋଟେଲରୁ ପ୍ରିୟା ସିନେମାହଲ (Cinema Hall) ଯାଏଁ ଯାଇଥିଲା ଓ ମୁମ୍ବାଇରେ ହୋଟେଲରୁ ରିଗଲ ସିନେମା ଯାଏଁ  ଯାଇଥିଲା,  ତେବେ ତାଠାରୁ ଆହୁରି ମଜା କଥା ହେଲା, ବିଲକୁଲ ନାଚିବେ ନାହିଁ ବୋଲି ସ୍ଥିର କରିଥିବା ନାସିରୁଦ୍ଦିନ ଥରେ ନୁହେଁ  ଦୁଇ ଦୁଇ ଥର ନାଚିଥିଲେ ବରଯାତ୍ରୀ ସାମ୍ନାରେ । ୟେ ହେଉଛି ରଂଗ ମଞ୍ଚର ରଙ୍ଗୀନ କଥା , ପେଟ ପାଇଁ ସବୁ ନାଟ।