ନୂଆ ମୋଡ ନେଉଛି ବର୍ଷା-ଅନୁଭବ ଘରୋଇ କଳି
Advertisement

ନୂଆ ମୋଡ ନେଉଛି ବର୍ଷା-ଅନୁଭବ ଘରୋଇ କଳି

କିଏ ଚାହୁଁଛନ୍ତି ବିବାହ ବିଚ୍ଛେଦ? ବର୍ଷା ନା ଅନୁଭବ? ଆଜି ପାରିବାରିକ ପରାମର୍ଶ କେନ୍ଦ୍ରରୁ ଉଭୟେ ବାହାରିଲା ପରେ ସବୁ ହୋଇଯାଇଛି ସ୍ପଷ୍ଟ। ଦ୍ୱିତୀୟ ଥର ପାଇଁ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ଫ୍ୟାମିଲି କୋର୍ଟର ପାରିବାରିକ ପରାମର୍ଶ କେନ୍ଦ୍ରରେ ଉପସ୍ଥିତ ହୋଇଥିଲେ।

ଡିଜାଇନ ଫଟୋ

କଟକ: ତୁଟିବାର ନାଁ ନେଉନି ଅଭିନାତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଘରୋଇ କଳି। ଦୀର୍ଘ ଦିନ ଧରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦ ଲାଗି ରହିଛି। ଦୁଇ ଦୁଇ ଥର ଫ୍ୟାମିଲି କୋର୍ଟରେ ହାଜର ହେଲା ପରେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ। ଆଜି ମଧ୍ୟ ପାରିବାରିକ ପରାମର୍ଶ କେନ୍ଦ୍ରରେ ସେଲିବ୍ରିଟି ଦମ୍ପତିଙ୍କ ମାମଲାରେ କୌଣସି ନିଷ୍କର୍ଷ ବାହାରି ନାହିଁ। ସେପଟେ ସାଂସଦ ଅନୁଭବ ନିଜ ପତ୍ନୀ ବର୍ଷାଙ୍କ ନାଁରେ ଅଦାଲତ ଅବମାନନା ଅଭିଯୋଗ ଆଣିଛନ୍ତି।

କିଏ ଚାହୁଁଛନ୍ତି ବିବାହ ବିଚ୍ଛେଦ? ବର୍ଷା ନା ଅନୁଭବ? ଆଜି ପାରିବାରିକ ପରାମର୍ଶ କେନ୍ଦ୍ରରୁ ଉଭୟେ ବାହାରିଲା ପରେ ସବୁ ହୋଇଯାଇଛି ସ୍ପଷ୍ଟ। ଦ୍ୱିତୀୟ ଥର ପାଇଁ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ଫ୍ୟାମିଲି କୋର୍ଟର ପାରିବାରିକ ପରାମର୍ଶ କେନ୍ଦ୍ରରେ ଉପସ୍ଥିତ ହୋଇଥିଲେ। ତେବେ ଗତ ଥର ପରି ଏବେ ମଧ୍ୟ ସେମାନଙ୍କ ବିବାଦର ସମାଧାନ ବାଟା ବାହାରି ପାରିନାହିଁ। ଫଳରେ ଆସନ୍ତାକାଲି ପୁଣି ଥରେ କୋର୍ଟରେ ସାମାନଙ୍କ ଶୁଣାଣୀ ହେବ ବୋଲି ସୂଚନା ମିଳିଛି।

Also Read: ବିବାଦ ପରେ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ହେଲେ Anubhav ଓ Varsha

ସେପଟେ ଅନୁଭବ (Anubhav Mohanty) ଙ୍କ ପକ୍ଷରୁ ବର୍ଷା (Varsha Priyadarshini) ଅଦାଲତ ଅବମାନନା କରିଥିବା ନେଇ ଅଭିଯୋଗ ହୋଇଛି। ବର୍ଷା ସହଯୋଗ କରୁ ନ ଥିବା ଅଭିଯୋଗ ଆଣି ସାଂସଦଙ୍କ ଓକିଲ ପିଟିସନ ମଧ୍ୟ ଦାଖଲ କରିଛନ୍ତି। ଏହା ସହ ଅନୁଭବଙ୍କ ଓକିଲ ମଧସ୍ଥତା ବନ୍ଦ ପାଇଁ ଆବେଦନ କରିଛନ୍ତି। 

ଅନ୍ୟପଟେ ବର୍ଷାଙ୍କ ଓକିଲ ଅନୁଭବ ଆଣିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବର୍ଷା ସମସ୍ତ ସହଯୋଗ କରୁଛନ୍ତି। ଦୁଇ ତିନୋଟି ସେସନରେ ମଧ୍ୟସ୍ଥତା ସରେ ନାହିଁ। ଏବେ ମଧ୍ୟ ଆପୋଷ ସମାଧାନ ପାଇଁ ଆଶାବାଦୀ ଅଛୁ ବୋଲି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ କହିଛନ୍ତି।

Also Read: ଅନୁଭବ କହିଲେ 'Privacy ରହୁନି'

ସୂଚନାଯୋଗ୍ୟ, ପ୍ରାୟ ବର୍ଷେ ହେବ ଅନୁଭବ ଏବଂ ବର୍ଷାଙ୍କ ମଧ୍ୟରେ ପିରାବାରିକ କଳହ ଚାଲିଛି। ଦିଲ୍ଲୀ କୋର୍ଟରେ ଅନୁଭବ ଛାଡପତ୍ର ପାଇଁ ଆବେଦନ କରିଥିବା ବେଳେ ବର୍ଷା ମେଣ୍ଟେନାନ୍ସ ପାଇଁ କଟକ ଫ୍ୟାମିଲି କୋର୍ଟ଼ର ଦ୍ୱାରସ୍ତ ହୋଇଛନ୍ତି। ପୂର୍ବରୁ ଗତ ୯ ତାରିଖରେ ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। କିନ୍ତୁ ସେହି ଦିନ ମଧ୍ୟ କୌଣସି ସୁଫଳ ମିଳିନଥିଲା।