ଅନଲାଇନରେ ମିଳୁଛି ମହାପ୍ରସାଦ, ଥାନାରେ ଏତଲା ଦେଲା ଶ୍ରୀମନ୍ଦିର ସୁଆରମହାସୁଆର ନିଯୋଗ
Advertisement

ଅନଲାଇନରେ ମିଳୁଛି ମହାପ୍ରସାଦ, ଥାନାରେ ଏତଲା ଦେଲା ଶ୍ରୀମନ୍ଦିର ସୁଆରମହାସୁଆର ନିଯୋଗ

ଅନ ଲାଇନ ମହାପ୍ରସାଦ ବିକ୍ରିକୁ ବିରୋଧ କରିବା ସହ ସମ୍ପୃକ୍ତ ସଂସ୍ଥାଙ୍କ ବିରୁଦ୍ଧରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ଦାବିରେ ସିଂହଦ୍ଵାର ଥାନାରେ ଏତଲା ଦେଇଛି ଶ୍ରୀମନ୍ଦିର ସୁଆରମହାସୁଆର ନିଯୋଗ।

ଅନଲାଇନରେ ମିଳୁଛି ମହାପ୍ରସାଦ, ଥାନାରେ ଏତଲା ଦେଲା ଶ୍ରୀମନ୍ଦିର ସୁଆରମହାସୁଆର ନିଯୋଗ

ସଞ୍ଜୟ ମହାପାତ୍ର,ପୁରୀ: ଅନ ଲାଇନ (Online) ମାଧ୍ୟମରେ ବିକ୍ରି ହେଉଛି ମହାପ୍ରଭୁଙ୍କ ମହାପ୍ରସାଦ (Mahaprasad)। କିଛି ଦିନ ତଳେ ସୋ କୁଇକ୍ ନାମକ ଏକ ସଂସ୍ଥା ମହାପ୍ରସାଦ ବିକ୍ରି କରୁଥିବା ନେଇ ଆସିଥିଲା ଅଭିଯୋଗ। ସୋ କୁଇକ୍ (So Quick) ନାମକ ସଂସ୍ଥା ପକ୍ଷରୁ ନିଜ ବିଜ୍ଞାପନରେ ମହାପ୍ରଭୁଙ୍କ ମହାପ୍ରସାଦର ସମସ୍ତ ପ୍ରକାରର ବ୍ଯଞ୍ଜନର ଫଟୋଚିତ୍ର ପ୍ରଦର୍ଶିତ କରିଥିଲା। ଏହା ସହିତ ଶୁଖିଲା ପ୍ରସାଦ ସହ  ମହାପ୍ରସାଦର ଦର ଉଲ୍ଲେଖ ରହିଥିଲା। 

Also Read: ସେବାୟତଙ୍କ ଦବଙ୍ଗଗିରି! ଘରକୁ ନେଇଗଲେ ଦୁର୍ଲଭ ନାଗାର୍ଜୁନ ବେଶର ସୂର୍ଯ୍ୟ ଚନ୍ଦ୍ର

ଖଜା କିଲୋଗ୍ରାମ ପ୍ରତି ୧୯୯ ଟଙ୍କା, ୨ ଜଣଙ୍କ ପାଇଁ ମହାପ୍ରସାଦର ଦର ୪୯୯ ଟଙ୍କା ବୋଲି ପ୍ରକାଶିତ ଏହି ବିଜ୍ଞାପନରେ ଦର୍ଶାଯାଇଥିଲା। ଆଉ ଏବେ ମହାପ୍ରଭୁଙ୍କ ନିର୍ମାଲ୍ୟ (Nirmalya) ଅନଲାଇନରେ ବିକ୍ରି ହେଉଥିବା ନଜରକୁ ଆସିଛି। ଏକ ଜଣାଶୁଣା ଅନଲାଇନ ବିକ୍ରୟ ସଂସ୍ଥା ଅନଲାଇନରେ ନିର୍ମାଲ୍ଯ ବିକ୍ରି କରୁଥିବା ଅଭିଯୋଗ ଆସିଛି। ଗୋଟିଏ ପ୍ଯାକେଟ ନିର୍ମାଲ୍ଯର ଦର ୩୨୯ ଟଙ୍କା ଧାର୍ଯ୍ଯ କରିବା ସହ ୭୦ ପ୍ରତିଶତ ରିହାତିରେ ୧୨୯ ଟଙ୍କାରେ ଯୋଗାଇବା ପାଇଁ ବିଜ୍ଞାପନ ଦେଇଛି। ଯାହା ଦ୍ୱାରା ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ମର୍ଯ୍ୟଦା ହାନି ହେଉଛି। 

fallback

ଅନ ଲାଇନ ମହାପ୍ରସାଦ ବିକ୍ରିକୁ ବିରୋଧ କରିବା ସହ ସମ୍ପୃକ୍ତ ସଂସ୍ଥାଙ୍କ ବିରୁଦ୍ଧରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ଦାବିରେ ସିଂହଦ୍ଵାର ଥାନାରେ ଏତଲା ଦେଇଛି ଶ୍ରୀମନ୍ଦିର ସୁଆରମହାସୁଆର ନିଯୋଗ (Srimandir Suar Mahasuar Nijog)। ପୁରୀ ଅଧିବକ୍ତା ସଂଘ ପକ୍ଷରୁ ମଧ୍ୟ ଏହାର ବିରୋଧ କରାଯାଇଛି। ସମ୍ପୃକ୍ତ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅମିତ ଅଗ୍ରୱାଲଙ୍କୁ କୋର୍ଟ ନୋଟିସ ଜାରି କରାଯାଇଛି। ୨୦ ଦିନରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ କିଏ କିଭଳି ବିକ୍ରି କରୁଛି ତାହା ତଦନ୍ତ ସାପେକ୍ଷ। ଆଇନ ସମସ୍ତଙ୍କ ପାଇଁ ସମାନ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ।