ନୂଆବର୍ଷ ଆରମ୍ଭରୁ ଅଶୁଭ ସଙ୍କେତ: ଜାଣନ୍ତୁ କ'ଣ କହୁଛି ଶକୁନ ଶାସ୍ତ୍ର?
Advertisement

ନୂଆବର୍ଷ ଆରମ୍ଭରୁ ଅଶୁଭ ସଙ୍କେତ: ଜାଣନ୍ତୁ କ'ଣ କହୁଛି ଶକୁନ ଶାସ୍ତ୍ର?

ବିଗତ ବର୍ଷରେ ବି ଠିକ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦେଶରେ ଶହ ଶହ ସଖ୍ୟାରେ ଗାଈ, ପକ୍ଷୀ ଓ ବାଡୁଡିଙ୍କ ମୃତ୍ୟୁ ହୋଇଥିଲା। ଯାହାର ପରବର୍ତ୍ତୀ ସମୟରେ ମଣିଷ ସମାଜକୁ କୋରୋନା ଭଳି ମହାମାରୀ ସହ ସଙ୍ଘର୍ଷ କରିବାକୁ ପଡିଥିଲା।

ନୂଆବର୍ଷ ଆରମ୍ଭରୁ ଅଶୁଭ ସଙ୍କେତ: ଜାଣନ୍ତୁ କ'ଣ କହୁଛି ଶକୁନ ଶାସ୍ତ୍ର?

ନୂଆଦିଲ୍ଲୀ: ୨୦୨୦ ମସିହା ମଣିଷ ଜାତି ପାଇଁ ବହୁତ ସଂଘର୍ଷପୂର୍ଣ୍ଣ ଥିଲା। ତେବେ ୨୦୨୧ରେ ଜୀବନ ଆଶ୍ୱସ୍ତିକର ହେବେ ବୋଲି ସମସ୍ତେ ଆଶା ରଖିଛନ୍ତି। କିନ୍ତୁ ନୂଆବର୍ଷ ଆରମ୍ଭରୁ ସେହି ଆଶା ମଳିନ ପଡି ଯାଇଛି। ରାଜସ୍ଥାନରୁ ଏକ ଦୁଃଖଦ ଖବର ଆସିଛି। ଯାହା ଚଳିତବର୍ଷ ପାଇଁ ଅଶୁଭ ସଙ୍କେତେ ଦେଉଛି।

ନୂଆବର୍ଷ (New Year 2021) ର ପ୍ରଥମ ଦିନରେ ହିଁ ରାଜସ୍ଥାନ (Rajasthan) ର ନାଗୌର ଅଞ୍ଚଳରେ ଶତାଧିକ ରାଷ୍ଟ୍ରୀୟ ପକ୍ଷୀ ମୟୂରର ମୃତ୍ୟୁ (Peacock Death) ହୋଇଛି। ଏହା ଦିନକୁ ପୂର୍ବରୁ ଝାଲାବାଡରେ ପ୍ରାୟ ୫୦ଟି କାଉଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ପକ୍ଷୀଙ୍କ ମୃତ୍ୟୁର କାରଣ ଜଣା ପଡିନାହିଁ। କିନ୍ତୁ ବାର୍ଡ ଫ୍ଲୁ ପାଇଁ ଏମାନଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସେପଟେ ଏତେ ସଂଖ୍ୟକ ପକ୍ଷୀଙ୍କ ମୃତ୍ୟୁ ଚଳିତବର୍ଷ ପାଇଁ ଅଶୁଭ (bad omen) ସଙ୍କେତ ଦେଉଥିବା ଚର୍ଚ୍ଚା ହେଉଛି। 

Also Read: ୨୦୨୧ରେ ତିନି ମାସ ନାହିଁ ବିବାହ ଯୋଗ, ଜଣନ୍ତୁ କେବେ ହେବ ୨ ହୃଦୟର ମିଳନ

ବିଗତ ବର୍ଷରେ ବି ଠିକ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦେଶରେ ଶହ ଶହ ସଖ୍ୟାରେ ଗାଈ, ପକ୍ଷୀ ଓ ବାଡୁଡିଙ୍କ ମୃତ୍ୟୁ ହୋଇଥିଲା। ଯାହାର ପରବର୍ତ୍ତୀ ସମୟରେ ମଣିଷ ସମାଜକୁ କୋରୋନା ଭଳି ମହାମାରୀ ସହ ସଙ୍ଘର୍ଷ କରିବାକୁ ପଡିଥିଲା। ଆଉ ଏବେ ସମାନ ଘଟଣା ଘଟିଛି। ଯେଉଁଥି ପାଇଁ ଲୋକେ ପୂର୍ବ ଘଟଣାବଳୀକୁ ମନେପକାଇବାକୁ ବାଧ୍ୟ ହେଉଛନ୍ତି। 

ଏଭିଳି ଅଶୁଭ ସଙ୍କେତ ବିଷୟରେ ସନାତନ ଧର୍ମ (Sanatan Dharma) ର ଶକୁନ ଶାସ୍ତ୍ର (Sakun Shastra) ରେ ବର୍ଣ୍ଣନା କରାଯାଇଛି। ଏହି ଶାସ୍ତ୍ରରେ ପ୍ରକୃତିର ସଙ୍କେତ ଅନୁସାରେ ଶୁଭ-ଅଶୁଭ ଘଟଣା ବିଷୟରେ ଅନୁମାନ କରିବାର ସୁତ୍ର ଦିଆଯାଇଛି। ଶାସ୍ତ୍ର ଅନୁସାରେ ପକ୍ଷୀ ଗୁଡିକ ରାହୁ ସହ ସମ୍ପୃକ୍ତ। ଯଦି ହଠାତ ଏମାନଙ୍କ ମୃତ୍ୟୁ ହୁଏ ତେବେ ତାହାକୁ ଅଶୁଭ ସଙ୍କେତ ବୋଲି କୁହାଯାଏ। 

Also Read: Amazon ବିକୁଛି ହିନ୍ଦୁ ମହିଳାଙ୍କ ଉପରେ ଅଶ୍ଳୀଳ ସାହିତ୍ୟ

ସେହିଭଳି ଗାଈ, କୁକୁର, ପାରା କିମ୍ୱା ଘରେ ଆକ୍ୱାରିୟମରେ ରଖାଯାଇଥିବା ମାଛ ବି ମରିଯାଏ ତେବେ ତାହା ମଧ୍ୟ ଅଶୁଭ ସଙ୍କେତ। ଏଥିପାଇଁ ରାହୁ, ଶୁକ୍ର, ଚନ୍ଦ୍ର, ଶନି ଭଳି ଗ୍ରହଙ୍କ ପ୍ରଭାବକୁ ଦୋଷାରୋପ କରାଯାଏ। ତେବେ ଏହାର କୌଣସି ବୈଜ୍ଞାନିକ କାରଣ ନାହିଁ। କେବଳ ଲୋକ ମାନ୍ୟତାକୁ ବିଶ୍ୱାସ କରି ଜନସାଧାରଣ ଆତଙ୍କୀତ ହୁଅନ୍ତି।