Advertisement
Article Detail0/zeeodisha/odisha870190

ରାଣୀଙ୍କ ସହ ଆମିର କରିଥିଲେ ଏମିତି କାମ, ଯାହାକୁ ଆଜି ବି ଅଭିନେତ୍ରୀ ଭୁଲି ପାରୁନାହାନ୍ତି

ରାଣୀ ୨୧ ମାର୍ଚ୍ଚ ୧୯୭୮ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ଫ୍ଲିଲ୍ମ କ୍ୟାରିୟରର ଗୋଟିଏଠୁ ଗୋଟିଏ ଶ୍ରେଷ୍ଠ ଚଳଚ୍ଚିତ୍ରରେ କାମ କରିଛନ୍ତି।

ରାଣୀଙ୍କ ସହ ଆମିର କରିଥିଲେ ଏମିତି କାମ, ଯାହାକୁ ଆଜି ବି ଅଭିନେତ୍ରୀ ଭୁଲି ପାରୁନାହାନ୍ତି
ରାଣୀଙ୍କ ସହ ଆମିର କରିଥିଲେ ଏମିତି କାମ, ଯାହାକୁ ଆଜି ବି ଅଭିନେତ୍ରୀ ଭୁଲି ପାରୁନାହାନ୍ତି

ନୂଆଦିଲ୍ଲୀ: ବଲିଉଡର ସୁନ୍ଦର ଅଭିନେତ୍ରୀ ରାଣୀ ମୁଖାର୍ଜୀ ଆଜି ତାଙ୍କର ୪୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ସାରା ବିଶ୍ୱରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ରାଣୀ ୨୧ ମାର୍ଚ୍ଚ ୧୯୭୮ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ଫ୍ଲିଲ୍ମ କ୍ୟାରିୟରର ଗୋଟିଏଠୁ ଗୋଟିଏ ଶ୍ରେଷ୍ଠ ଚଳଚ୍ଚିତ୍ରରେ କାମ କରିଛନ୍ତି। ରାଣୀ କଳାକାର ପରିବାରରୁ ଆସିଥିଲେ ମଧ୍ୟ ତାଙ୍କୁ ଆରମ୍ଭରେ  ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ତବେ ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ଅଭୁଲା ଅତୀତ ବିଷୟରେ...

ରାଣୀ ମୁଖାର୍ଜୀ (Rani Mukherjee) ନିଜର ଭାରି ସ୍ୱର ପାଇଁ ଅନେକ ଥର ଅପମାନିତ ହୋଇଛନ୍ତି। ବେଳେବେଳେ ତାଙ୍କ କମ ଉଚ୍ଚତାକୁ ନେଇ ଲୋକେ ପରିହାସ କରୁଥିଲେ। ତଥାପି ସେ କେବେ ହାର ମାନିନଥିଲେ। ରାଣୀ ନିଜର ଜବରଦସ୍ତ ଅଭିନୟ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସେ ତାଙ୍କ ସମୟର ପ୍ରାୟ ସମସ୍ତ ତାରକାଙ୍କ ସହ କାମ କରିଛନ୍ତି। ତେବେ ଆମୀର ଖାନ (Aamir Khan) ଙ୍କ ସହ ସେ ଅନେତ ଉତ୍କୃଷ୍ଟ ଚଳଚ୍ଚିତ୍ର ଦେଇଛନ୍ତି।

Also Read: ମହାପ୍ରଭୁଙ୍କ ଦର୍ଶନ ପରେ ନବଦମ୍ପତ୍ତିଙ୍କୁ ଗୋବିନ୍ଦାଙ୍କ ଶୁଭେଚ୍ଛା

Add Zee News as a Preferred Source

ରାଣୀ ମୁଖାର୍ଜୀ ଏବଂ ଆମୀର 'ତାଲାଶ', 'ଗୁଲାମ' ଏବଂ 'ମଙ୍ଗଲ ପାଣ୍ଡେ' ଭଳି ହିଟ୍ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ଯଦିଓ ଖୁବ୍ କମ୍ ଲୋକ ଜାଣନ୍ତି ଯେ ଆମୀର ଖାନ୍, ରାଣୀଙ୍କ ହୃଦୟକୁ ଥରେ ଭାଙ୍ଗି ଦେଇଛନ୍ତି। ଯାହାକୁ ରାଣୀ ନିଜେ ତାଙ୍କର ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଥିଲେ। ରାଣୀ କହିଥିଲେ ଯେ, ସେ ପିଲାଦିନେ ଆମୀରଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। 'କୟାମତ ସେ କୟାମତ' ତାଙ୍କର ଅନ୍ୟତମ ପ୍ରିୟ ଚଳଚ୍ଚିତ୍ର। ତେବେ ପ୍ରଥମ ଥର ପାଇଁ ଆମୀରଙ୍କୁ ଭେଟିବାର ତାଙ୍କର ଅଭିଜ୍ଞତା ଅତ୍ୟନ୍ତ ଖରାପ ଥିଲା।

ବାର୍ଥ ଡେ ଗାର୍ଲ କହିଥିଲେ, "ମୋର ମନେ ଅଛି ଯେତେବେଳେ ଆମୀର ଏବଂ ଜୁହି ଚାୱଲା ଫିଲ୍ମ 'ଲଭ୍ ଲଭ୍ ଲଭ୍'ର ସୁଟିଂ କରୁଥିଲେ। ତା’ପରେ ମୁଁ ମୋ ସ୍କୁଲକୁ ବଙ୍କ କରି ସେମାନଙ୍କ ଅଟୋଗ୍ରାଫ୍ ନେବା ପାଇଁ ଫିଲ୍ମର ସେଟରେ ପହଞ୍ଚିଥିଲି। ମୁଁ ସେଦିନ ବହୁତ ଉତ୍ସାହିତ ଥିଲି, କାରଣ ମୁଁ ଆମୀରଙ୍କୁ ଭେଟିବାକୁ ଯାଉଥିଲି। କିନ୍ତୁ ଯେତେବେଳେ ମୁଁ ଆମୀରଙ୍କ ପାଖରେ ପହଞ୍ଚିଲି, ସେତେବେଳେ ସେ ମୋ ହାତରୁ ବହି ଛଡ଼ାଇ ନେଇ ଅଟୋଗ୍ରାଫ (Autograph) ଦେଇ ମୋ ହାତରେ ଧରେଇ ଦେଲେ। ମୁଁ ଆଶା କରି ନଥିଲି ଯେ ସେ ଏପରି ବ୍ୟବହାର କରିବେ। ଆମୀର ମୋତେ ଠିକ୍ ଭାବରେ ଦେଖିଲେ ନାହିଁ। ସେଦିନ ସେ ମୋର ହୃଦୟ ଭାଙ୍ଗିଥିଲେ।" 

Also Read: ସୋସିଆଲ ମିଡିଆ ଛାଡିବାର କାରଣ କହିଲେ ଆମିର ଖାନ

ତେବେ ଫିଲ୍ମ 'ଗୁଲାମ'ର ସୁଟିଂ ସମୟରେ ଯେତେବେଳେ ରାଣୀ, ଆମୀରଙ୍କୁ ଏହି ଘଟଣା ବିଷୟରେ କହିଥିଲେ ସେତେବେଳେ ସେ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନଥିଲେ। ଆମିର ନିଜ ସଫେଇରେ କହିଛନ୍ତି ଯେ, ସେ କାହାକୁ ଏତେ କଠୋର ବ୍ୟବହାର କରିନାହାଁନ୍ତି। ସେ ନିଜ ପ୍ରଶଂସକମାନଙ୍କୁ ବିଶେଷ କରି ପିଲାମାନଙ୍କ ସହିତ କେବେବି କୃର ବ୍ୟବହାର କରନ୍ତି ନାହିଁ।

 

 

 

About the Author