ରିଲିଜ୍ ହେଲା ସଲମାନଙ୍କ Radheର ଟ୍ରେଲର, ଦେଖନ୍ତୁ ଭିଡିଓ
Advertisement

ରିଲିଜ୍ ହେଲା ସଲମାନଙ୍କ Radheର ଟ୍ରେଲର, ଦେଖନ୍ତୁ ଭିଡିଓ

ଫିଲ୍ମ ରାଧେକୁ ନେଇ ସଲମାନ (Salman Khan) ଫ୍ୟାନ୍ସ ବହୁତ ଉତ୍ସୁକ ଅଛନ୍ତି। ଏହାରି ମଧ୍ୟରେ ଆସିଥିବା ଟ୍ରେଲର ସେମାନଙ୍କ ଖୁସିକୁ ଦ୍ୱିଗୁଣିତ କରିଛି। ଟ୍ରେଲର ଦେଖିଲା ପରେ ଫ୍ୟାନ୍ସ ସଲମାନଙ୍କ ୨୦୧୮ର ରେସ୍-୩କୁ ମନେ ପକାଇଛନ୍ତି।

ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାଧେର ଟ୍ରେଲର ରିଲିଜ ହୋଇଯାଇଛି। ଗତକାଲି ରିଲିଜ ହୋଇଥିବା ଟ୍ରେଲରକୁ ବର୍ତ୍ତମାନ ସୁଦ୍ଧା ୬୨ ଲକ୍ଷ ଲୋକ ଦେଖି ସାରିଲେଣି। ଟ୍ରେଲର ରିଲିଜ ହେବାର କ୍ଷଣିକ ମଧ୍ୟରେ ଟ୍ୱିଟରରେ #RadheTrailer ଟ୍ରେଣ୍ଟ କରୁଥିଲା। ଲୋକେ ସେମାନଙ୍କ ରିଭ୍ୟୁ ଫନି ମିମ୍ସ ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି। 

ଫିଲ୍ମ ରାଧେକୁ ନେଇ ସଲମାନ (Salman Khan) ଫ୍ୟାନ୍ସ ବହୁତ ଉତ୍ସୁକ ଅଛନ୍ତି। ଏହାରି ମଧ୍ୟରେ ଆସିଥିବା ଟ୍ରେଲର ସେମାନଙ୍କ ଖୁସିକୁ ଦ୍ୱିଗୁଣିତ କରିଛି। ଟ୍ରେଲର ଦେଖିଲା ପରେ ଫ୍ୟାନ୍ସ ସଲମାନଙ୍କ ୨୦୧୮ର ରେସ୍-୩କୁ ମନେ ପକାଇଛନ୍ତି। ଟ୍ରେଲରରେ ସଲମାନ ଓ ଦିଶା ପଟାନୀ (Disha Patani) ଙ୍କ କଥାବାର୍ତ୍ତାକୁ ସୋମାନେ ମିମ୍ସରେ ନିଜର ରିଭ୍ୟୁ ଦେଇଛନ୍ତି। ଟ୍ରେଲରରେ ଭରପୁର ଆକ୍ସନ ଅଛି। ଫିଲ୍ମରେ ରେସର ଅନେକ ଡାଇଲଗ ମଧ୍ୟ ଶୁଣିବାକୁ ମିଳିବ।

Also Read: ଏହି ଅଭିନେତାଙ୍କ ସହ ବ୍ୟାଡମିଣ୍ଟନ ଷ୍ଟାର ଜ୍ୱାଲା ଗୁଟ୍ଟା କଲେ ଦ୍ୱିତୀୟ ବିବାହ

ରାଧେ (Radhe) ରେ ସଲମାନ, ଦିଶାଙ୍କ ବ୍ୟତୀତ ରଣଦୀପ ହୁଡ୍ଡା (Randeep Hooda) ଓ ଜ୍ୟାକୀ ଶ୍ରଫଙ୍କୁ ମଧ୍ୟ ଦେଖିବାକୁ ମିଳବ। ଫିଲ୍ମରେ ସଲମାନ ଜଣେ ଏନକାଉଁଣ୍ଟର ସ୍ପେଶିଆଲିଷ୍ଟର ଭୂମିଆରେ ନଜର ଆସୁଥିବା ବେଳେ ରଣଦୀପ ଭିଲିୟାନ ସାଜିଛନ୍ତି। ଫିଲ୍ମଟି ଉଭୟ ଆକ୍ସନ, ଡ୍ରାମା, କମେଡି ଓ ରୋମାନ୍ସର କମ୍ୱିନେସନ୍, ତେଣୁ ଦର୍ଶକଙ୍କୁ ଏହା ବହୁତ ପସନ୍ଦ ଆସିବ ବୋଲି ସେନେ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

Radhe: Your Most Wanted Bhai ଗତବର୍ଷ ଇଦରେ ରିଲିଜ ହେବାର ଥିଲା। କିନ୍ତୁ ମହାମାରୀ କୋରୋନା ପାଇଁ ଫିଲ୍ମ ମେକର୍ସ ତାହାକୁ ସ୍ଥଗିତ ରଖିଥିଲେ। ଏବେ ଆସନ୍ତା ଇଦ ଅର୍ଥାତ ମେ ୧୩ରେ ଫିଲ୍ମ ରିଲିଜ ହେବ। ଉଭୟ ଥିଏଟର ଓ OTT ପ୍ଲାଟଫର୍ମ Zee5ରେ ସଲମାନଙ୍କ ଜଲୱା ଦେଖିବାକୁ ମିଳିବ। ତେବେ ଏଥର ମଧ୍ୟ କୋରୋନା ଉତ୍କଟ ରୂପରେ ଥିବାରୁ ଫିଲ୍ମ ଆଶାନୁରୂପକ ଆୟ କରିପାରିବ ନାହିଁ ବୋଲି ଅନୁମାନ କରାଯାଉଛି।