ମାଁ ସମଲେଶ୍ୱରୀଙ୍କ ଛତର ପାଇଁ ଭକ୍ତଙ୍କୁ ରୁପା ଦାନ ନିବେଦନ
Advertisement

ମାଁ ସମଲେଶ୍ୱରୀଙ୍କ ଛତର ପାଇଁ ଭକ୍ତଙ୍କୁ ରୁପା ଦାନ ନିବେଦନ

ମାଁ ସମଲେଶ୍ବରୀ (Maa Samleswari) ଙ୍କର ଏକ ରୂପା ନିର୍ମିତ ପରଭା ଓ ଛତର ନିର୍ମାଣ ପାଇଁ ମଙ୍ଗଳବାର ସଂକଳ୍ପ ନିଆଯାଇଛି। ଏହି କାର୍ଯ୍ୟ ପାଇଁ ଅତି କମ ରେ ୮୦ରୁ ୧୦୦ କିଲୋ ରୂପାର ଆବଶ୍ୟକତା ରହିଛି। ଏବେ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ପାଖରେ ୧୧ କିଲୋ ୯୮୦ ଗ୍ରାମ ରୂପା (Silver) ଗଚ୍ଛିତ ରହିଛି।

ମାଁ ସମଲେଶ୍ୱରୀଙ୍କ ଛତର ପାଇଁ ଭକ୍ତଙ୍କୁ ରୁପା ଦାନ ନିବେଦନ

ସମ୍ବଲପୁର: ମାଁ ସମଲେଶ୍ୱରୀଙ୍କ ଛତର ବା ପରଭା ପାଇଁ ଭକ୍ତଙ୍କୁ ରୁପା ଦାନ ନିମନ୍ତେ ନିବେଦନ କରାଯାଇଛି। ସମ୍ବଲପୁରର ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ତରଫରୁ ମାଙ୍କର ପରଭା ପାଇଁ ରୁପା ଦାନ କରିବାକୁ ସାଧାରଣ ଭକ୍ତଙ୍କୁ ନିବେଦନ କରାଯାଇଛି। ମଙ୍ଗଳବାର ଏକ ପ୍ରେସ ବିବୃତ୍ତିରେ ଏ ବାବଦରେ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି। 

ମାଁ ସମଲେଶ୍ବରୀ (Maa Samleswari) ଙ୍କର ଏକ ରୂପା ନିର୍ମିତ ପରଭା ଓ ଛତର ନିର୍ମାଣ ପାଇଁ ମଙ୍ଗଳବାର ସଂକଳ୍ପ ନିଆଯାଇଛି। ଏହି କାର୍ଯ୍ୟ ପାଇଁ ଅତି କମ ରେ ୮୦ରୁ ୧୦୦ କିଲୋ ରୂପାର ଆବଶ୍ୟକତା ରହିଛି। ଏବେ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ପାଖରେ ୧୧ କିଲୋ ୯୮୦ ଗ୍ରାମ ରୂପା (Silver) ଗଚ୍ଛିତ ରହିଛି। ସେଥିପାଇଁ ଭକ୍ତମାନଙ୍କୁ ଟ୍ରଷ୍ଟ ବୋର୍ଡ଼ ତରଫରୁ ଏହି କାର୍ଯ୍ୟ ପାଇଁ ରୁପା ଦାନ କରିବାକୁ ଆହ୍ୱାନ କରାଯାଇଛି।

Also Read: ଐତିହାସିକ କୀର୍ତ୍ତିରାଜି ସହ ଷଡ଼ଯନ୍ତ୍ର! ରାଣୀ ବଖରୀ ହେବ ନିମନ୍ତ୍ରଣ ରେସ୍ତୋରାଁ, ଅସନ୍ତୁଷ୍ଟ ଜନତା

ଯଦି ଭକ୍ତମାନେ ଆବଶ୍ୟକ ହେଉଥିବା ରୁପା ଠିକ ସମୟରେ ଦାନ କରନ୍ତି ତା ହେଲେ ନୂଆବର୍ଷରେ ମାଁ ନୂଆ ପରଭାରେ ସଜ୍ଜିତ ହୋଇଥିବେ ବୋଲି ଟ୍ରଷ୍ଟ ବୋର୍ଡ ତରଫରୁ କୁହାଯାଇଛି। ସେଥିପାଇଁ ଭକ୍ତମାନଙ୍କୁ ମା ସମଲେଶ୍ୱରୀଙ୍କ ମନ୍ଦିରରେ କିମ୍ବା ଟ୍ରଷ୍ଟ ବୋର୍ଡ ସହିତ ଯୋଗାଯୋଗ କରି ରୁପା ଦାନ କରିବାକୁ ନିବେଦନ କରାଯାଇଛି।

fallback

ସେପଟେ ଶକ୍ତିପୀଠରେ ମାଁଙ୍କ ବିଶେଷ ପୁଜାଚ୍ଚନା କରାଯାଉଛି। ମଙ୍ଗଳବାର ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ଶକ୍ତିପୀଠ ମାଁ ପାଟଣେଶ୍ୱରୀଙ୍କ ମନ୍ଦିର ମହାଷ୍ଟମୀ ତିଥିରେ ମାଁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ମହାଷ୍ଟମୀରେ ମାଁ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେବାର ପରମ୍ପରା ବହୁ ବର୍ଷ ହେଲା ଚାଲିଆସିଛି। ମାଁ ପାଟଣେଶ୍ୱରୀଙ୍କୁ ସୁନାବେଶରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଲିଥାଏ ବୋଲି ବିଶ୍ୱାସ ରହିଛି।