ନିଜ ପିଲାଙ୍କ ସହ Porn ଦେଖନ୍ତି ଏହି ସେଲିବ୍ରିଟି, ଜାଣନ୍ତୁ କାରଣ
Advertisement

ନିଜ ପିଲାଙ୍କ ସହ Porn ଦେଖନ୍ତି ଏହି ସେଲିବ୍ରିଟି, ଜାଣନ୍ତୁ କାରଣ

୪୯ ବର୍ଷିୟା ଭାୟୁ ସେତାୟାନିଂ ଦେଶରେ ୟୁନି ଶାରା ଭାବରେ ଲୋକପ୍ରିୟ। ପିଲାମାନଙ୍କୁ ଯୌନ ଶିକ୍ଷା ଦେବା ତାଙ୍କର ଏହି ତରିକା ଏବେ ସୋସିଆଲ ମିଡିଆ ମାଧ୍ୟମରେ ସାରା ବିଶ୍ୱକୁ ଜଣା ପଡିଛି।

 ସୌ- ସୋସିଆଲ ମିଡିିଆ

ବାଲି: ଇଣ୍ଡୋନେସିଆରେ ଜଣେ ପ୍ରସିଦ୍ଧ ଗାୟିକା ଯୌନ ଶିକ୍ଷା ବିଷୟରେ ଅବଗତ କରାଇବା ପାଇଁ ନିଜ ପୁଅମାନଙ୍କ ସହ ଅଶ୍ଳୀଳ ଭିଡିଓ ଦେଖନ୍ତି ବୋଲି କହିବା ପରେ ସେ ଲାଇମଲାଇଟକୁ ଆସିଥିଲେ। ୪୯ ବର୍ଷିୟା ଭାୟୁ ସେତାୟାନିଂ ଦେଶରେ ୟୁନି ଶାରା ଭାବରେ ଲୋକପ୍ରିୟ। ପିଲାମାନଙ୍କୁ ଯୌନ ଶିକ୍ଷା ଦେବା ତାଙ୍କର ଏହି ତରିକା ଏବେ ସୋସିଆଲ ମିଡିଆ ମାଧ୍ୟମରେ ସାରା ବିଶ୍ୱକୁ ଜଣା ପଡିଛି।

ଦେଶର ପ୍ରସିଦ୍ଧ ୟୁଟ୍ୟୁବର୍ ଭିନା ମେଲିଣ୍ଡାଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ୟୁନି ଶାରା (Yuni Shara) ଏହି ବିବାଦସ୍ପଦ ଅଭିଭାବକତ୍ୱ ପ୍ରକାଶ କରିଛନ୍ତି। ପ୍ରସିଦ୍ଧ ଗାୟିକା କହିଛନ୍ତି ଯେ, ସେ ପୁରାତନ ପରମ୍ପରାକୁ ମାନନ୍ତି ନାହିଁ। ସେଥିପାଇଁ ସେ ରିଅଲ୍ ଲାଇଫ୍ ଯୌନ ଶିକ୍ଷା ଦେବା ପାଇଁ ତାଙ୍କର ଦୁଇ ପୁଅ କେଭିନ ଏବଂ ସେଲୋ ସିଆହାନଙ୍କ ସହ ଫର୍ଣ୍ଣ ଭିଡିଓ ଦେଖନ୍ତି। ଶାରା ମଧ୍ୟ ଚାହାଁନ୍ତି ଯେ ତାଙ୍କ ପିଲାମାନେ ରକ୍ଷଣଶୀଳ ହେବା ପରିବର୍ତ୍ତେ ଖୋଲା ମନୋଭାବର ମଣିଷ ହୁଅନ୍ତୁ।

Also Read: ଗୋଟିଏ ଗଛରେ ଫଳିଲା ୧୨୧ କିସମର ଆମ୍ବ, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼

ଦି ସନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, 'କେବଳ ଏକାଠି ବସି ପର୍ଣ୍ଣ ଦେଖିବା ସହିତ ଶାରା ମଧ୍ୟ ତାଙ୍କ ପିଲାମାନଙ୍କଠାରୁ ନିରନ୍ତର ମତାମତ ନେଇଥାନ୍ତି। ଏହି ସମୟରେ, ସେ ଆହୁରି ମଧ୍ୟ ପଚାରିଛନ୍ତି ଯେ ସେମାନେ ଏକାଠି ପର୍ଣ୍ଣ ଦେଖିବା ଉପଭୋଗ କରନ୍ତି କି? ଆପଣ ଏହିପରି ଅଶ୍ଳୀଳ ଭିଡିଓ ଦେଖିବା କିପରି ପସନ୍ଦ କରନ୍ତି? ଆପଣ ଏହି ଭିଡିଓ ପସନ୍ଦ କରନ୍ତି କି? ' ଏହା ପରେ ପୁଅମାନେ ଉତ୍ତର ଦିଅନ୍ତି ଯେ, ମାଆ ଏପରି କରନ୍ତୁ ନାହିଁ। ଏହା ଉପରେ ଶାରା କହିଛନ୍ତି ଯେ, ଆଜିର ସମୟରେ ଏସବୁ ସମ୍ପୂର୍ଣ୍ଣ ସ୍ୱାଭାବିକ। ସୋସିଆଲ ମିଡିଆରେ ଏହି ପ୍ରକାଶ ପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

 

ମନୋବିଜ୍ଞାନ ବିଶେଷଜ୍ଞ ଅଗଷ୍ଟ୍ରିଡ ପିଟର କହିଛନ୍ତି ଯେ, ଶାରାଙ୍କ ଅନନ୍ୟ ମାତୃତ୍ୱର କୌଶଳରେ କୌଣସି ଅସୁବିଧା ନାହିଁ। ୟୁନି ଶାରା ଠିକ୍ କାର୍ଯ୍ୟ କରୁଛନ୍ତି। ଯେତେବେଳେ ଆମେ ପିଲାମାନେ ଅଶ୍ଳୀଳ ଚଳଚ୍ଚିତ୍ର ଦେଖୁଥିବାର ଦେଖୁ, ପରିସ୍ଥିତି ଯେତେ ଅସହଜ ହେଉନା କାହିଁକି, ଆମେ କ୍ରୋଧିତ ହେବା ଉଚିତ୍ ନୁହେଁ। କାରଣ ସେମାନେ ପୁନର୍ବାର ଗୁପ୍ତରେ ତାହା କରିବେ।