ସୋମବାର, ଚନ୍ଦ୍ର : ବୃଷ ରାଶିରେ, ତିଥି: ଅମାବାସ୍ୟା, ସନ୍ଧ୍ୟା ୫ଟା୩ପରେ ପ୍ରତିପଦ, ନକ୍ଷତ୍ର: କୁର୍ତ୍ତିକା, ପ୍ରାତଃ ୭ଟା୧୩ପରେ ରୋହିଣୀ, ଶୁଭ ସମୟ: ଦିବା ୮ଟା୩୦ରୁ ୧୦ଟା୧୨, ରାହୁକାଳ: ଦିବା ୬ଟା୪୨ରୁ ୮ଟା୧୮, ଘାତଚନ୍ଦ୍ର : ବିଛା ରାଶିର, ଘାତବାର: ମିଥୁନ ରାଶିର
Trending Photos
Horoscope for 30th May 2022, ମେଷ: ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଦୂରଯାତ୍ରା ଫଳପ୍ରଦ ହେବ ।
ବୃଷ: ମନ ପ୍ରସନ୍ନ ରହିବ । କର୍ତ୍ତବ୍ୟ ନିଷ୍ଠା ହେବେ । ପ୍ରତ୍ୟେକଟି କାର୍ଯ୍ୟ ସୁଚାରୁ ରୁପେ ହବ । ବନ୍ଧୁ ସହଯୋଗ ପାଇବେ । ବ୍ୟବସାୟରେ ଲାଭପ୍ରଦ ହବ । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ରହିବ
ମିଥୁନ: ସାମାନ୍ୟ ଶରୀର ପୀଡା ଦେଖାଦେବ । ଆଜି ଆପଣ ନାନା ସମସ୍ୟାରେ ଜଡିତ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖାଦେବ । ଦୂରଯାତ୍ରା ନକରିବା ଭଲ
କର୍କଟ: ସୁଖପୂର୍ଣ୍ଣ ଜୀବନ ଯାପନ କରିବେ । କର୍ମକ୍ଷେତ୍ର ସହଜ ସରଳ ବୋଧଗମ୍ୟ ହେବ । ବନ୍ଧୁ ସାହାଯ୍ୟ ପାଇ ଖୁସି ହେବେ । ସନ୍ତାନଙ୍କ କୃତିତ୍ୱ ଆତ୍ମଶାନ୍ତି ପ୍ରଦାନ କରିବ । କ୍ରିଡାବିତ୍ ସଫଳତା ପାଇବେ ।
Also Read: ସୁରକ୍ଷା ନା ସଫେଇ? ଆଧାରକୁ ନେଇ ଅନ୍ଧାରରେ ସରକାର, ଦୁଇ ଦିନ ପରେ ଆଡଭାଇଜରୀ ପ୍ରତ୍ୟାହୃତ
ସିଂହ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ । ପାରିବାରିକ ସୁଖ ମିଳିବ । କୌଣସି ନୂତନ ସୌଖିନ୍ ଦ୍ରବ୍ୟ କିଣାକିଣି କରିପାରନ୍ତି ।
କନ୍ୟା: ନୂତନ କର୍ମରେ ଯୋଗ ଦେଇ ଖୁସି ହେବେ । ମନ ପ୍ରସନ୍ନ ରହିବ । ଅର୍ଥ ପ୍ରାପ୍ତି ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦୂରଯାତ୍ରା କରିପାରନ୍ତି ।
ତୁଳା: ସୌଭାଗ୍ୟ ବନ୍ତ ହେବେ । ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ । ଦୂରଯାତ୍ରା ଲାଭଜନକ ହେବ ।
ବିଛା: ଶରୀର ସାମାନ୍ୟ ଅସୁସ୍ଥ ରହିବ । କର୍ମକ୍ଷେତ୍ରରେ ଅଶାନ୍ତିର ବାତାବରଣ ମିଳିବ । ଆର୍ଥିକ ଅନାଟନ ଦେଇ ଗତିକରିବେ । ପାରିବାରିକ ସୁଖଶାନ୍ତି ବ୍ୟାହତ ହେବ । ଦୂରଯାତ୍ରା କରନ୍ତୁ ନାହିଁ ।
Also Read: ଦିନରେ ପତ୍ନୀ ସହ ଶାରୀରିକ ସମ୍ପର୍କ ରଖି ସ୍ମୃତିଶକ୍ତି ହରାଇଲେ ବ୍ୟକ୍ତି
ଧନୁ: କର୍ମ ପ୍ରବଣତା ପ୍ରକାଶ ପାଇବ । ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ । ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟିହେବ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ମକର: ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ନିର୍ଭୀକ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ବନ୍ଧୁଙ୍କ ସହଯୋଗ ମିଳିବ । ଆୟ ବୃଦ୍ଧି ପାଇବ । ବିବାହ ଆଦି ଭୋଜିଭାତରେ ଯୋଗ ଦେବେ ।
କୁମ୍ଭ: ଦେହ ଓ ମନ ଭଲ ରହିବ । ଖର୍ଚ୍ଚାନ୍ତ ହେବେ । ଦୂରଯାତ୍ରା କରିପାରନ୍ତି । ସହକର୍ମୀଙ୍କ ସହଯ଼ୋଗ ମିଳିବ । ନବ ବିବାହିତାଙ୍କ ପାଇଁ ଭଲଦିନଟିଏ ।
ମୀନ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ଆତ୍ମଶାନ୍ତି ଲଭିବେ । ଦିଅଁ ଦର୍ଶନ ମଙ୍ଗଳକର ହେବ । ଭୂମି କିମ୍ବା ଗୃହ କ୍ରୟ ପାଇଁ ଯୋଗାଯୋଗ ସ୍ଥାପନ କରିବେ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ । ଆଧ୍ୟାତ୍ମିକ କାର୍ଯ୍ୟରେ ମନଦେବେ ।