Panchang 26th August 2024: ଶୁଭ ସମୟରେ କରନ୍ତୁ ଶ୍ରୀକୃଷ୍ଣଙ୍କ ପୂଜା, ମିଳିବ ବିଶେଷ ଆଶୀର୍ବାଦ
Advertisement
Article Detail0/zeeodisha/odisha2400003

Panchang 26th August 2024: ଶୁଭ ସମୟରେ କରନ୍ତୁ ଶ୍ରୀକୃଷ୍ଣଙ୍କ ପୂଜା, ମିଳିବ ବିଶେଷ ଆଶୀର୍ବାଦ

Panchang 26th August 2024: କେଉଁ ରାଶିର ଘାତଚନ୍ଦ୍ର ଏବଂ କଣ ରହିଛି ତିଥି ଏବଂ ନକ୍ଷତ୍ର । ଜାଣନ୍ତୁ ପଞ୍ଚାଙ୍ଗରେ

Panchang 26th August 2024: ଶୁଭ ସମୟରେ କରନ୍ତୁ ଶ୍ରୀକୃଷ୍ଣଙ୍କ ପୂଜା, ମିଳିବ ବିଶେଷ ଆଶୀର୍ବାଦ

Panchang 26th August 2024: ଅଦ୍ୟ ଅଗଷ୍ଟ ମାସ ୨୬ ତାରିଖ ୨୦୨୪ ମସିହା (ସୋମବାର)

ଶକାବ୍ଦ - ୧୯୪୬ 
ସମ୍ବତ - ୨୦୮୧
ଦିଲ୍ଲୀସ୍ୱରାଦ୍ଧ- ୧୪୩୧
ସମ୍ବତ୍ସର- କାଳ
ଭାଦ୍ରବ ମାସ- କୃଷ୍ଣପକ୍ଷ
ତିଥି- ଅଷ୍ଟମୀ ରାତ୍ରି ଘ ୦୨/୨୮ ଗତେ ନବମୀ
ନକ୍ଷତ୍ର- କୃତ୍ତିକା ଦିବା  ଘ୦୪/୪୬ ଗତେ ରୋହିଣୀ
ଚନ୍ଦ୍ର- ବୃଷ 
ଯୋଗ- ବ୍ୟାଘାତ
କରଣ - ବାଳବ
ସୌରମାସ- ସିଂହ ୧୧ ଦିନ
ଅଦ୍ୟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୦୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/୧୨

ଯୋଗିନୀ ଐଶାନ୍ୟେ ରାତ୍ରି ଘ ୦୨/୨୮ ଗତେ ପୂର୍ବେ 
ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ରାଶିର ଘାତବାର
ବିଛା ରାଶିର ଘାତଚନ୍ଦ୍ର

କାଳବେଳା -ଦିବା ଘ୦୭/୦୭ ଗତେ ଘ୦୮/୪୦ମଧ୍ୟେ
ବାରବେଳା - ଦିବା ଘ୦୨/୫୪ ଗତେ ଘ୦୪/୨୮ ମଧ୍ୟେ
ଅଦ୍ୟ ମୃତେ ଦିବା ଘ ୦୪/୪୬ ମଧ୍ୟେ ଏକପାଦ ପୁଷ୍କର ଦୋଷ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୬ ମଧ୍ୟେ ଓ ଘ୧୦/୨୦ ଗତେ ଘ୧୨/୪୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୯ ଗତେ ଘ୦୪/୪୭ ମଧ୍ୟେ

ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ

ଆଜିର ରାଶିଫଳ

ମେଷ
ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସିକ ଯନ୍ତ୍ରଣା ପାଇପାରନ୍ତି ।

ବୃଷ
ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।

ମିଥୁନ
ଏହି ରାଶିର ଲୋକମାନେ ପାଇଁ ଆଜି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।

କର୍କଟ
ଆଜିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।

ସିଂହ
ଆଜିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।

କନ୍ୟା
ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।

ତୁଳା
ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି  ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।

ବିଛା
ଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।

ଧନୁ
ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ  । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।

ମକର
ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ଯୟ ଯୋଗ ରହିଛି।

କୁମ୍ଭ
ଆଜି କର୍ମକ୍ଷେତ୍ରରେ  ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।

ମୀନ
ଆଜି ଦେହ ମନ ଭଲ ରହିବ,  ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।

ତଥ୍ୟ- ଜ୍ୟୋତିଷ ଡ. ବାୟୁନନ୍ଦନ ମିଶ୍ର  

Also Read- Lucky Zodiac Sign: ୨୬ ଅଗଷ୍ଟରେ ଜନ୍ମାଷ୍ଟମୀର ଶୁଭ ସମକକ୍ଷ, ୫ରାଶିର ଭାଗ୍ୟ ଉଜ୍ୱଳ

Also Read- Crime News: ଖୋର୍ଦ୍ଧା ମକୁନ୍ଦପ୍ରସାଦରେ ଲାଗିଲା BNSS ୧୬୩, ୫ରୁ ଅଧିକ ଏକାଠି ହେବା ମନା