Balangir News: ଥାନା ଭିତରୁ କାହିଁକି ବନ୍ଧା ହେଲେ ଖାକି ବାବୁ, ଜାଣନ୍ତୁ କ'ଣ ରହିଛି ପୁରା ଘଟଣାକ୍ରମ ?
Advertisement
Article Detail0/zeeodisha/odisha1471178

Balangir News: ଥାନା ଭିତରୁ କାହିଁକି ବନ୍ଧା ହେଲେ ଖାକି ବାବୁ, ଜାଣନ୍ତୁ କ'ଣ ରହିଛି ପୁରା ଘଟଣାକ୍ରମ ?

Balangir News: ପୁଣି ଖାକିରେ ଲାଗିଲା ଦାଗ । ଥାନା ବାବୁଙ୍କ ନାଁର ଆସିଲା ଲାଞ୍ଚ ନେବାର ଅଭିଯୋଗ । ଲାଞ୍ଚ ମାଗି ହରଡ ଘଣାରେ ପଡିଛନ୍ତି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲାର ଥାନା ଅଧିକାରୀ (IIC) ଆଲୋକ ବେହେରା । ସେ ଏକ ମାମଲାର ରଫାଦଫା କରିବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Balangir News: ପୁଣି ଖାକିରେ ଲାଗିଲା ଦାଗ । ଥାନା ବାବୁଙ୍କ ନାଁର ଆସିଲା ଲାଞ୍ଚ ନେବାର ଅଭିଯୋଗ ।  ଲାଞ୍ଚ ମାଗି ହରଡ ଘଣାରେ ପଡିଛନ୍ତି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲାର ଥାନା ଅଧିକାରୀ (IIC) ଆଲୋକ ବେହେରା । ସେ ଏକ ମାମଲାର ରଫାଦଫା କରିବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି । ସେପଟେ, ଘଟଣାର ଅଧିକ ଛାନଭିନ୍ ଆରମ୍ଭ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ୨୦୨୦ ମସିହାରେ ଚାନ୍ଦୋତରା ଏସ୍‌ବିଆଇ ଶାଖାରେ କାର୍ଯ୍ୟରତ ଥିଲେ ଅଜିତ ଘଡ଼େଇ ।

ସେହି ସମୟରେ ବ୍ୟାଙ୍କ୍ ଆକାଉଣ୍ଟରୁ ଅଜିତଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ୬ ଲକ୍ଷ ୪ଶହ ୩ଟଙ୍କା ଟ୍ରାନ୍ସଫର୍‌ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଅଜିତଙ୍କ ପତ୍ନୀଙ୍କ ନାଁରେ ସିନ୍ଧେକେଲା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଚାର୍ଜସିଟିରୁ ପତ୍ନୀଙ୍କ ନାଁ କାଟିବା ପାଇଁ ଥାନା ବାବୁ ଅଜିତଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ଏଥିରେ ଅକ୍ଷମତା ପ୍ରକାଶ କରିଥିଲେ ଅଜିତ। ଏନେଇ ସେ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ । ପରେ ଭିଜିଲାନ୍ସ ଆଗରେ ପୁରା ଘଟଣା ବିଷୟରେ କହିଥିଲେ। ଥାନା ଅଧିକାରୀ ଆଲୋକ ବେହେରାଙ୍କୁ ଭିଜିଲାନ୍ସ ଟ୍ରାପରେ ଫସାଇବା ପାଇଁ ଜାଲ ବିଛାଇଥିଲେ। 

 

ପୂର୍ବ ଯୋଜନା ମୁତାବକ ସେ ଥାନା ମଧ୍ୟରେ ଆଲୋକଙ୍କୁ ଭେଟି ଟଙ୍କା ଦେବା ସମୟରେ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ଲାଞ୍ଚ ଟଙ୍କା ଜବତ କରିବା ସହ ଥାନା ଅଧିକାରୀଙ୍କୁ ଗିରଫ କରାଯାଇଥିଲା।  ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ପୌଲସ୍ତି ଛତ୍ରିଆଙ୍କ ନେତୃତ୍ବରେ ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଟିମ୍‌ ଏହି ଚଢ଼ଉରେ ସାମିଲ୍‌ ହୋଇଥିଲେ। ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରାଙ୍କ ଅଫିସ ଓ ସରକାରୀ ବାସଭବନ ଉପରେ ଚଢାଉ ଜାରି ରଖିଛି।

ଏହାବି ପଢନ୍ତୁ : Gi Tag: ଓଡ଼ିଶା ପାଇଁ ଗର୍ବର ବିଷୟ, ରସଗୋଲା ପରେ ଏହି ମିଠାକୁ ମିଳିବ GI TAG !

ଏହାବି ପଢନ୍ତୁ : KIIT Nanhipari Little Miss India: ଆସନ୍ତାକାଲି ଠୁ ଭୁବନେଶ୍ବରରେ ନହ୍ନିପରୀ ଅଡିସନ୍, ଜାଣନ୍ତୁ ବିଜେତାଙ୍କୁ ମିଳିବ କେତେ ଲକ୍ଷ ?

ଏହାବି ପଢନ୍ତୁ : Archana Nag Case: ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଏହାବି ପଢନ୍ତୁ : Archana Nag: ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଠାରରେ ନାଚୁଥିଲେ ନେତା, ମନ୍ତ୍ରୀଙ୍କ ସହ ବଡ଼ବଡ଼ିଆ

ଏହାବି ପଢନ୍ତୁ : BJP on AAP: ସତୈନ୍ଦ୍ର ଜୈନ ଭିଡ଼ିଓ ଭାଇରାଲ ମାମଲା: ଆପ ଉପରେ ବର୍ଷିଲା ବିଜେପି

ଏହାବି ପଢନ୍ତୁ : Winter Session 2022: ବିଧାନସଭା ଶୀତ ଅଧିବେଶନ, ଅର୍ଚ୍ଚନାଙ୍କୁ ନେଇ ଟଣାଟଣି ହେବେ ଶାସକ ବିରୋଧୀ

ଏହାବି ପଢନ୍ତୁ : Hansika Motwani Wedding: ସୁଫି ନାଇଟରେ ଏମିତି କ'ଣ କଲେ ହଂସିକା ଓ ସୋହେଲ ? ଯାହାକୁ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ