ଭାଙ୍ଗିଯିବ କି ଶିବରାଜ ସରକାର?
Advertisement
Article Detail0/zeeodisha/odisha829794

ଭାଙ୍ଗିଯିବ କି ଶିବରାଜ ସରକାର?

ସୂଚନାଯୋଗ୍ୟ, ନିକଟ ଅତୀତରେ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ କଂଗ୍ରେସ ନେତା ଜୟା ଠାକୁରଙ୍କ ଆବେଦନ ପରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଏହି ଯାଚିକାରେ କୌଣସି ସରକାରଙ୍କୁ ଭାଙ୍ଗିବା ଉଦ୍ଦେଶ୍ୟରେ ଇସ୍ତଫା ଦେଉଥିବା ବିଧାୟକମାନଙ୍କୁ ଅର୍ଥାତ୍ ଦଳ ବଦଳ କରୁଥିବା ବିଧାୟକଙ୍କ ବିରୋଧରେ ୬ ବର୍ଷ ଧରି ନିର୍ବାଚନ ଲଢ଼ିବା ଓ କୌଣସି ସାର୍ବଜନୀନ ପଦ ଗ୍ରହଣ କରିବା ଉପରେ ପ୍ରତିବନ୍ଧକ ଲଗାଇବାର ଦାବି କରାଯାଇଛି ।

ଭାଙ୍ଗିଯିବ କି ଶିବରାଜ ସରକାର?

ଭୋପାଳ: ବିଗତ କିଛି ଦିନ ହେବ ମଧ୍ୟପ୍ରଦେଶର ଶିବରାଜ ସରକାର (Shivraj government) ଙ୍କ ଭବିଷ୍ୟତକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଶିବରାଜ ସରକାର ନିଜ ଚତୁର୍ଥ କାର୍ଯ୍ୟକାଳ ଶେଷ କରିପାରିବେ କି? ଏହି ପ୍ରଶ୍ନ ହଠାତ୍ ରାଜ୍ୟ ରାଜନୀତିରେ ଉଠିବାରେ ଲାଗିଛି । ଶନିବାର ମଧ୍ୟପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଜିତୁ ପଟୱାରୀ (Jitu Patwari) ଏବଂ ପିସି ଶର୍ମା (PC Sharma) ଏକ ବୟାନ ଦେଇଛନ୍ତି ଯେ ଶିବରାଜ ସିଂ ସରକାର କାର୍ଯ୍ୟକାଳ ପୂରଣ କରିବା ପୂର୍ବରୁ ଭାଙ୍ଗିଯିବ । ସେମାନେ ଏହା ପଛର ତର୍କ ଦେଇଛନ୍ତି ଯେ ସୁପ୍ରିମକୋର୍ଟ (Supreme Court) ଦେଶସାରା ହେଉଥିବା ଦଳ ବଦଳ ଯାଚିକାକୁ ଗ୍ରହଣ କରିନେଇଛନ୍ତି । ଜିତୁ ପଟୱାରୀ କହିଛନ୍ତି ଯେ ଦଳ ବଦଳ ଯାଚିକା ଉପରେ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟରୁ ଲାଗୁଛି ଯେ ଖୁବ୍ ଶୀଘ୍ର ମଧ୍ୟପ୍ରଦେଶରେ କ୍ଷମତା ପରିବର୍ତ୍ତନ ହେବ ଏବଂ କମଲ ନାଥ (Kamal Nath) ଙ୍କ ସରକାର ପୁଣି ଗଠନ ହେବ ।

ଅଧିକ ପଢ଼ନ୍ତୁ:-ଆଉ ଏକ ଖୁସି ଖବର ଦେଲା ରେଲୱେ!

ସୂଚନାଯୋଗ୍ୟ, ନିକଟ ଅତୀତରେ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ କଂଗ୍ରେସ ନେତା ଜୟା ଠାକୁରଙ୍କ ଆବେଦନ ପରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଏହି ଯାଚିକାରେ କୌଣସି ସରକାରଙ୍କୁ ଭାଙ୍ଗିବା ଉଦ୍ଦେଶ୍ୟରେ ଇସ୍ତଫା ଦେଉଥିବା ବିଧାୟକମାନଙ୍କୁ ଅର୍ଥାତ୍ ଦଳ ବଦଳ କରୁଥିବା ବିଧାୟକଙ୍କ ବିରୋଧରେ ୬ ବର୍ଷ ଧରି ନିର୍ବାଚନ ଲଢ଼ିବା ଓ କୌଣସି ସାର୍ବଜନୀନ ପଦ ଗ୍ରହଣ କରିବା ଉପରେ ପ୍ରତିବନ୍ଧକ ଲଗାଇବାର ଦାବି କରାଯାଇଛି । ଏହି ଆବେଦନ ସମ୍ପର୍କରେ କୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ଚାରି ସପ୍ତାହ ମଧ୍ୟରେ ଏହାର ଜବାବ ମାଗିଛନ୍ତି ।

ଅଧିକ ପଢ଼ନ୍ତୁ:-ଆରଏଲଏସପିକୁ ଡବଲ୍ ଝଟକା, ଆରଜେଡିରେ ଯୋଗ ଦେଲେ ଦଳର ୨ ବରିଷ୍ଠ ନେତା

କଂଗ୍ରେସ ନେତା ଜୟା ଠାକୁରଙ୍କ ଦ୍ୱାରା ଦାଖଲ ହୋଇଥିବା ଯାଚିକାରେ କୁହାଯାଇଛି ଯେ ଦଳ ବଦଳ କରୁଥିବା ବିଧାୟକମାନଙ୍କୁ ବର୍ତ୍ତମାନର କାର୍ଯ୍ୟକାଳ ପର୍ଯ୍ୟନ୍ତ କୌଣସି ପାରିଶ୍ରମିକ ପଦ ପ୍ରଦାନ କରିବାକୁ ବାରଣ କରାଯିବା ଉଚିତ । ଯାହା ଦ୍ୱାରା ବର୍ତ୍ତମାନର ସରକାରକୁ ହଟାଇବା ପାଇଁ ଇସ୍ତଫା ଦେଉଥିବାର ଏହି ରାଜନୀତି ବନ୍ଦ ହୋଇପାରିବ । ଏହି ଯାଚିକାରେ ସାମ୍ପ୍ରତିକ ଘଟଣାଗୁଡ଼ିକ ଉଲ୍ଲେଖ କରାଯାଇଛି । ଏହି ଆବେଦନ ପରେ ପୂର୍ବତନ ମନ୍ତ୍ରୀ ଜିତୁ ପଟୱାରୀ ଓ ପିସି ଶର୍ମା ଦାବି କରିଛନ୍ତି ଯେ ମଧ୍ୟପ୍ରଦେଶରେ ଖୁବ୍ ଶୀଘ୍ର ଶିବରାଜ ସରକାର ଭାଙ୍ଗିଯିବ । କଂଗ୍ରେସ ମଧ୍ୟ ଏମପି ହାଇକୋର୍ଟରେ ସିନ୍ଧିଆ ସମର୍ଥକଙ୍କ ଦଳ ବଦଳ କରି ପୁନର୍ବାର ନର୍ବାଚନ ଲଢ଼ିବା ଉପରେ ଏକ ଯାଚିକା ଦାଖଲ କରିଛି ।

ଅଧିକ ପଢ଼ନ୍ତୁ:-ମୋଦି ଓ ତାଙ୍କ ମନ୍ତ୍ରୀ କେବେ ଲଗାଇବେ କୋରୋନା ଟିକା, ଜବାବ ରଖିଲେ ରାଜନାଥ ସିଂ

କଂଗ୍ରେସ ନେତାମାନେ କହିଛନ୍ତି ଯେ, ବିନ୍ଧ୍ୟ ଓ ମହାକୌଶଲକୁ ଶିବରାଜ ସରକାର ଗୁରୁତ୍ୱ ଦେଉ ନଥିବାରୁ ବିଜେପି ବିଧାୟକମାନେ ଅସନ୍ତୋଷ ଅଛନ୍ତି । ବିଜେପିରେ ଅନ୍ତଃକଳହ ଲାଗି ରହିଛି ଏବଂ ଯେକୌଣସି ସମୟରେ ଭୂକମ୍ପ ଆସିପାରେ । ଏଥିରୁ ଜଣାପଡୁଛି ଯେ ଶିବରାଜ ସରକାର କାର୍ଯ୍ୟକାଳ ପୂରଣ କରିବା ପୂର୍ବରୁ ଭାଙ୍ଗିଯିବ । 

ଅଧିକ ପଢ଼ନ୍ତୁ:-ଶାହ ଦିଲ୍ଲୀରେ ୩ ଘଣ୍ଟା କଲେ ମନ୍ଥନ, ମମତାଙ୍କୁ ମାତ୍ ଦେବା ପାଇଁ ହେଲା ଚିନ୍ତନ

କଂଗ୍ରେସର ଦାବିର ଓଲଟା ମଧ୍ୟପ୍ରଦେଶରେ ଶିବରାଜ ସରକାରଙ୍କ ପାଖରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ରହିଛି । ରାଜ୍ୟର ୨୮ଟି ଆସନରେ ଉପ-ନିର୍ବାଚନରେ ​​ବିଜେପି ୧୯ ଟି ଆସନ ଜିତିଛି ଏବଂ ବିଧାନସଭାରେ ନିଜର ସ୍ଥିତିକୁ ମଜବୁତ କରିଛି । ବର୍ତ୍ତମାନ ୨୩୦ଟି ବିଧାନସଭା ଆସନ ମଧ୍ୟରୁ ୧୨୬ଟି ଆସନ ବିଜେପି ପାଖରେ ଥିବାବେଳେ କଂଗ୍ରେସ ଖାତାରେ ୯୬ଟି ସିଟ୍ ରହିଛି । ସେହିପରି ୨ ଜଣ ବିଏସପି, ଜଣେ ଏସପି ଏବଂ ଚାରିଜଣ ସ୍ୱାଧୀନ ବିଧାୟକ ଅଛନ୍ତି । ଏହା ବ୍ୟତୀତ କଂଗ୍ରେସ ବିଧାୟକ ରାହୁଲ ସିଂ ଲୋଧିଙ୍କ ଇସ୍ତଫା ପରେ ଗୋଟିଏ ଦାମୋହ ଆସନ ଖାଲି ଅଛି । ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଦାମୋହ ଆସନରୁ ବିଧାୟକ ରାହୁଲ ସିଂ ନିଜ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ।