Banking days: ବ୍ୟାଙ୍କ ସପ୍ତାହକୁ 5 ଦିନ ଖୋଲିଲେ ଆପଣଙ୍କ ଉପରେ କଣ ପ୍ରଭାବ ପଡ଼ିବ ?
Advertisement
Article Detail0/zeeodisha/odisha2003250

Banking days: ବ୍ୟାଙ୍କ ସପ୍ତାହକୁ 5 ଦିନ ଖୋଲିଲେ ଆପଣଙ୍କ ଉପରେ କଣ ପ୍ରଭାବ ପଡ଼ିବ ?

  ଏହା ସମ୍ଭବ ଯେ ଖୁବ୍ ଶୀଘ୍ର ଦେଶର ସମସ୍ତ ବ୍ୟାଙ୍କ ସପ୍ତାହରେ ମାତ୍ର 5 ଦିନ ଖୋଲିବେ। ବର୍ତ୍ତମାନ  ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡିକ ବନ୍ଦ ରହୁଛନ୍ତି।  ଏପରି ପରିସ୍ଥିତିରେ, ଯଦି ବ୍ୟାଙ୍କଗୁଡିକ ପ୍ରତି ସପ୍ତାହରେ 5 ଦିନ ଖୋଲନ୍ତି, ତେବେ ଏହା ଆପଣଙ୍କ ଉପରେ କ’ଣ ପ୍ରଭାବ ପକାଇବ? ସପ୍ତାହକୁ 5 ଦିନ ଖୋଲ

SOCIAL MEDIA

Banking days: 

ଏହା ସମ୍ଭବ ଯେ ଖୁବ୍ ଶୀଘ୍ର ଦେଶର ସମସ୍ତ ବ୍ୟାଙ୍କ ସପ୍ତାହରେ ମାତ୍ର 5 ଦିନ ଖୋଲିବେ। ବର୍ତ୍ତମାନ  ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡିକ ବନ୍ଦ ରହୁଛନ୍ତି।  ଏପରି ପରିସ୍ଥିତିରେ, ଯଦି ବ୍ୟାଙ୍କଗୁଡିକ ପ୍ରତି ସପ୍ତାହରେ 5 ଦିନ ଖୋଲନ୍ତି, ତେବେ ଏହା ଆପଣଙ୍କ ଉପରେ କ’ଣ ପ୍ରଭାବ ପକାଇବ?

ସପ୍ତାହକୁ 5 ଦିନ ଖୋଲିବ ବ୍ୟାଙ୍କ?

ବର୍ତ୍ତମାନ ଭାରତର  ବିଦ୍ୟାଳୟଠାରୁ ଆରମ୍ଭ କରି କଲେଜ, କର୍ପୋରେଟ ଓ ସରକାରୀ ଅଫିସରେ ସପ୍ତାହକୁ 5 ଦିନ କାର୍ଯ୍ୟ ହେଉଛି। ଏମିତିକି  ଷ୍ଟକ୍ ମାର୍କେଟରେ ମଧ୍ୟ ସପ୍ତାହକୁ ମାତ୍ର 5 ଦିନ  କାର୍ଯ୍ୟ ହେଉଛି। ଏମିତିରେ ବ୍ୟାଙ୍କ କାହିଁକି 6 ଦିନ ଖୋଲିବ ବୋଲି କିଛି ପ୍ରଶ୍ନ କରୁଛନ୍ତି। ବ୍ୟାଙ୍କର କାର୍ଯ୍ୟଦିବସକୁ ମଧ୍ୟ 5 ଦିନରେ ସୀମିତ ରଖିବାକୁ କୁହାଯାଉଛି।  ତେଣୁ ଏହା ସମ୍ଭବ ଯେ ଖୁବ୍ ଶୀଘ୍ର ଦେଶର ବ୍ୟାଙ୍କଗୁଡିକ ସପ୍ତାହରେ ମାତ୍ର 5 ଦିନ ଖୋଲିବେ। ଯଦି ଏଭଳି ହୁଏ ତେବେ ଏହା ଆପଣଙ୍କ ଉପରେ କ’ଣ ପ୍ରଭାବ ପକାଇବ?

 

ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ବାଣିଜ୍ୟିକ ବ୍ୟାଙ୍କଙ୍କୁ ନେଇ ଗଠିତ  ସଙ୍ଗଠନ 'ଇଣ୍ଡିଆନ୍ ବ୍ୟାଙ୍କ୍ ଆସୋସିଏସନ୍' (ଆଇବିଏ) ଅର୍ଥ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ପଠାଇଛି,ଏହି ପ୍ରସ୍ତାବରେ ବ୍ୟାଙ୍କଗୁଡିକଙ୍କ  ପାଇଁ 5 ଦିନିଆ କାର୍ଯ୍ୟ ଦିବସ' ଲାଗୁ ହେଉ ବୋଲି କୁହାଯାଇଛି।  ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟକୁ ଏହି ପ୍ରସ୍ତାବ ଉପରେ  ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡିବ। TOI ରିପୋର୍ଟ ଅନୁଯାୟୀ, କେନ୍ଦ୍ର  ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରଦ ଆଇବିଏ ପକ୍ଷରୁ ଏଭଳି ପ୍ରସ୍ତାବ ଦିଆଯାଇଛି ବୋଲି  ସଂସଦକୁ ଜଣାଇଛନ୍ତି।

 

ବର୍ତ୍ତମାନ ବ୍ୟାଙ୍କ ଏମିତି ଚାଲୁଛି

ବର୍ତ୍ତମାନ ଦେଶର ସମସ୍ତ ବ୍ୟାଙ୍କରେ ମାସର ଦୁଇଟି ସପ୍ତାହରେ 5 ଦିନ କାମ ହେଉଛି।  ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡିକ ଛୁଟି ଥାଏ।  ଏବଂ ପ୍ରତି ରବିବାର ଦିନ ବ୍ୟାଙ୍କଗୁଡିକ ଆଗରୁ ବନ୍ଦ ରହିଥାଏ। ଆଇବିଏ ଏବଂ ବ୍ୟାଙ୍କ ୟୁନିଅନ ପକ୍ଷରୁ ଏଭଳି  ପ୍ରସ୍ତାବ ମିଳିଥିବା କଥା ସରକାର କହିଛନ୍ତି କିନ୍ତୁ  ଏପର୍ଯ୍ୟନ୍ତ ନିଜ  ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି।

ସାଧାରଣ ଲୋକ ଏମିତି ହେବେ ଉପକୃତ

ଯଦି ବ୍ୟାଙ୍କଗୁଡିକରେ '5 କାର୍ଯ୍ୟ ଦିବସ' ନୀତି ଲାଗୁ ହୁଏ  ତେବେ ସପ୍ତାହର ଅବଶିଷ୍ଟ ଦିନରେ କର୍ମଚାରୀଙ୍କ କାର୍ଯ୍ୟ ସମୟ ନିଶ୍ଚିତ ଭାବରେ ବୃଦ୍ଧି ପାଇବ। ଏହା ସହିତ ସାଧାରଣ ଲୋକମାନେ ଅତିରିକ୍ତ ବ୍ୟାଙ୍କିଙ୍ଗ୍ ସମୟ ମଧ୍ୟରେ ସେମାନଙ୍କର କାର୍ଯ୍ୟ ସମାପ୍ତ କରିବାକୁ ସୁବିଧା ପାଇପାରିବେ। ଏହାର ଅର୍ଥ ହେଉଛି ସାଧାରଣ ଲୋକଙ୍କ ପାଇଁ ବ୍ୟାଙ୍କଗୁଡିକ ଅନ୍ୟ ଦିନରେ ଅଧିକ ସମୟ  ଖୋଲା ରହିପାରିବେ।

ତଥାପି, ଏହଦ୍ୱାରା ଗୋଟିଏ ଅସୁବିଧା ସୃଷ୍ଟି ହୋଇପାରେ।  ବିଶେଷକରୀ ଚାକିରିଆଙ୍କ ପାଇଁ ଏହା ଅସୁବିଧାଜନକ ହୋଇପାରେ। ଚାକିରିଆ ମାନେ ସାଧାରଣତଃ ମାସର ଯେଉଁ ଶନିବାର ବ୍ୟାଙ୍କ ଖୋଲାଥାଏ ସେହିଦିନ ନିଜ ବ୍ୟାଙ୍କିଂ କାମ କରିଥାନ୍ତି। ଏବେ ସେମାନଙ୍କୁ ୱିକ୍ ଡେଜ୍ ବା କାର୍ଯ୍ୟଦିବସରେ ହିଁ କାମ ସାରିବାକୁ ପଡ଼ିବ। ଅବଶ୍ୟ  ବର୍ତ୍ତମାନ ବ୍ୟାଙ୍କର ଅଧିକାଂଶ କାର୍ଯ୍ୟ ଅନଲାଇନ୍ ସ୍ଥାନାନ୍ତରିତ ହୋଇଛି,ତେଣୁ ଏହା ବିଶେଷ ଅସୁବିଧା ସୃଷ୍ଟି କରିବ ନାହିଁ ବୋଲି ଆଶା କରାଯାଉଛିଷ। ତେବେ 5 ଦିନିଆ ବ୍ୟାଙ୍କିଂ କାର୍ଯ୍ୟଦିବସ ଗ୍ରାଉଣ୍ଡରେ ଗ୍ରାହହକଙ୍କ ପାଇଁ କେତେ ଅସୁବିଧା କି ସୁବିଧାଜନକ ହେବା ତାହା ନୀତି ଲାଗୁ ହେଲେ ଜଣା ପଡ଼ିବ।