ବରଗଡ ଜିଲ୍ଲାରେ ମୋବାଇଲ ଚୋରିର ବା ହଜି ଯାଇଥିବା ଅନେକ ମାମଲା ରୁଜୁ ହେବା ପରେ ଜିଲ୍ଲା ପୋଲିସ ଆକ୍ସନ ମୋଡକୁ ଆସିଥିଲା । ସାଇବର ସେଲ ଓ ବରଗଡ ଜିଲ୍ଲା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ ଜିଲ୍ଲାର ବିଭିନ୍ନ ସ୍ଥାନ ଓ ଜିଲ୍ଲା ବାହାରେ ଚଢାଉ କରି ଏହି ମୋବାଇଲ ଜବତ କରିବାରେ ସଫଳ ହୋଇଗଲା ।
Trending Photos
ବରଗଡ/ଭଦ୍ରକ: ସମାଜରେ ପୋଲିସ ପ୍ରଶଂସନୀୟ କାର୍ଯ୍ୟକୁ କେବେ ଅଣ ଦେଖା କରାଯାଇନପାରେ । କେବଳ ଚୋରକୁ ଧରି ବା ଅନ୍ୟକୁ ସରକ୍ଷା ଦେଇ ପୋଲିସ ପ୍ରଶଂସା ଗୋଟାଇ ଥାଏ ତା ନୁହେଁ, ବେଳେ ବେଳେ ହଜି ଯାଇଥିବା ବା ଚୋରି ହୋଇ ଜିନିଷ ଖୋଜି ଆଣି ପୋଲିସ ବେଶ ପ୍ରଶଂସାର ପାତ୍ର ହୋଇଯାଏ । ସେହିଭଳି କିଛି କାର୍ଯ୍ୟ କରି ବରଗଡ ଜିଲ୍ଲା ପୋଲିସ ପ୍ରଶଂସନୀୟ ହୋଇ ପାରିଛି ।
ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ବା ହଜି ଯାଇଥିବା ମୋବାଇଲକୁ ପୋଲିସ ଜବତ କରିଛି । ଏହାସହ ତାର ପ୍ରକୃତ ମାଲିକଙ୍କୁ ବରଗଡ଼ ଏସପି ରାହୁଲ ଜୈନ ଓ ବରଗଡ଼ ପୋଲିସ ହସ୍ତାନ୍ତର କରିଛନ୍ତି । ସାଇବର ସେଲ ମାଧ୍ୟମରେ ପୋଲିସ ଜିଲ୍ଲାରେ ୧୦୧ଟି ମୋବାଇଲ ଫୋନ ଜବତ କରିଛି । ଯାହାର ମୂଲ୍ୟ ଏଗାର ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଏସପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Also Read: ଆଜି ଓଡ଼ିଆ ନବବର୍ଷ: ଜାଣନ୍ତୁ, ପଣା ସଂକ୍ରାନ୍ତି ପଛରେ ଥିବା ବୈଜ୍ଞାନିକ କାରଣ
ବିଶେଷ ଭାବରେ ବରଗଡ ଜିଲ୍ଲାରେ ମୋବାଇଲ ଚୋରିର ବା ହଜି ଯାଇଥିବା ଅନେକ ମାମଲା ରୁଜୁ ହେବା ପରେ ଜିଲ୍ଲା ପୋଲିସ ଆକ୍ସନ ମୋଡକୁ ଆସିଥିଲା । ସାଇବର ସେଲ ଓ ବରଗଡ ଜିଲ୍ଲା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ ଜିଲ୍ଲାର ବିଭିନ୍ନ ସ୍ଥାନ ଓ ଜିଲ୍ଲା ବାହାରେ ଚଢାଉ କରି ଏହି ମୋବାଇଲ ଜବତ କରିବାରେ ସଫଳ ହୋଇଗଲା । ତେବେ ବରଗଡ ଏସପି ରାହୁଲ ଜୈନଙ୍କ ପକ୍ଷରୁ ମୋବାଇଲର ସମସ୍ତ ମାଲିକଙ୍କୁ ନିଜ କାର୍ଯ୍ୟଳୟକୁ ଡାକି ପ୍ରକୃତ ହିତାଧିକାରୀକୁ ମୋବାଇଲ ହସ୍ତାନ୍ତର କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ପୋଲିସକୁ ପ୍ରଶଂସା କରିଛନ୍ତି ।
ଅନ୍ୟପଟେ କେବଳ ପୋଲିସ ମହାନତାର ପରିଚୟ ଦେଇପାରେ ତା ନୁହେଁ ସଧାରଣ ଲୋକଟେ ବି ନିଜ ଇଚ୍ଛା ଶକ୍ତି ଦ୍ବାରା ମହାନତାର ପରିଚୟ ଦେଇପାରେ । ଭଦ୍ରକ ଜିଲ୍ଲା ଚରମ୍ପା ପଥରଆଡ଼ି ଅଞ୍ଚଳର ଚନ୍ଦ୍ରଶେଖର ବିଶ୍ବାଳ, ଭଦ୍ରକ ବାଇପାସ୍ ରାସ୍ତାରୁ ଟଙ୍କା ଭର୍ତ୍ତି ଏକ ବ୍ୟାଗ ପାଇଥିଲେ । ଚନ୍ଦ୍ରଶେଖର ଏହି ସମ୍ପର୍କିତ ଖବର ସୋସିଆଲ ମେଡିଆରେ ପୋଷ୍ଟ କରିଥିଲେ । ପରେ ସୋସିଆଲ ମିଡିଆରେ ଏହି ଖବର ଦେଖି ବ୍ୟାଗ ହଜାଇଥିବା କଟକ ଜିଲ୍ଲା ଜଗତପୁର ଅଞ୍ଚଳ ପୂର୍ବକଚ୍ଛ ଗ୍ରାମର ବସନ୍ତ ବେହେରା, ଚନ୍ଦ୍ରଶେଖରଙ୍କୁ ଯୋଗଯୋଗ କରିଥିଲେ । କିଛି ଲୋକଙ୍କ ଉପସ୍ଥିତିରେ ସମସ୍ତ ପ୍ରମାଣ ଓ ତଥ୍ୟ ସଠିକ ଦେବା ପରେ ଚନ୍ଦ୍ରଶେଖର ସେହି ବ୍ୟାଗକୁ ବସନ୍ତଙ୍କୁ ଫେରାଇଥଲେ। ଚନ୍ଦ୍ରଶେଖରଙ୍କ ଏଭଳି କାର୍ଯ୍ୟ ସମାଜ ପାଇଁ ଏକ ଉଦାହରଣ ହୋଇଥିବା ବେଳେ ବେଶ ପ୍ରଶଂସା ମଧ୍ୟ କରାଯାଉଛି।