ନିଷ୍ପ୍ରଭାବ 5T! ଦିନ ସାଢେ ଏଗାରଟା ଯାଏଁ ବାବୁଙ୍କ ଦେଖାନାହିଁ
Advertisement
Article Detail0/zeeodisha/odisha825914

ନିଷ୍ପ୍ରଭାବ 5T! ଦିନ ସାଢେ ଏଗାରଟା ଯାଏଁ ବାବୁଙ୍କ ଦେଖାନାହିଁ

ସୋମବାର ଅର୍ଥାତ ସପ୍ତାହର ପ୍ରଥମ କାର୍ଯ୍ୟଦିବସରେ ତଦସିଲଦାର (Tahasildar) ଓ ଅତିରିକ୍ତ ତହସିଲଦାର ସରୋଜା ବେହେରାଙ୍କ ଅଫିସ ଫାଙ୍କା ପଡିଥିଲା। ଦିନ ପ୍ରାୟ ୧୧ଟା ୪୦ ପର୍ଯ୍ୟନ୍ତ ସେମାନେ ଅଫିସକୁ ଆସିନଥିବା ଅଭିଯୋଗ ହୋଇଛି।

ନିଷ୍ପ୍ରଭାବ 5T! ଦିନ ସାଢେ ଏଗାରଟା ଯାଏଁ ବାବୁଙ୍କ ଦେଖାନାହିଁ

ଅଜୟ ନାଥ, ସମ୍ବଲପୁର: ଜିଲ୍ଲା ସଦର ମହକୁମାସ୍ଥିତ ତହସିଲ ଅଫିସରେ ଅବ୍ୟବସ୍ଥା। ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ମିଳୁନି ବାବୁଙ୍କ ଦେଖା। ଖୋଦ ତହସିଲଦାର ଓ ଅତିରିକ୍ତ ତହସିଲଦାର ଭୁଲି ଗଲେଣି ସମୟ ଜ୍ଞାନ। ତେବେ ଏହା ସେମାନଙ୍କ ଅଭ୍ୟାସଗତ ସମୟାନୁବର୍ତ୍ତିତା ବୋଲି ଲୋକେ ଅଭିଯୋଗ କରିଛନ୍ତି।

ଆମେ ଅନେକ ସମୟରେ ଶୁଣୁ ଯେ, ସରକାରୀ ଚାକିରି ରାଜା ଚାକିରି। ଏହା କେତେ ଦୂର ଠିକ୍ ତାହା ଜଣାନାହିଁ। କିନ୍ତୁ ସମ୍ବଲପୁର ତହସିଲ (Sambalpur Tahasil) କାର୍ଯ୍ୟାଳୟରେ ସେହି ଲୋକଉକ୍ତି ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୋମବାର ଅର୍ଥାତ ସପ୍ତାହର ପ୍ରଥମ କାର୍ଯ୍ୟଦିବସରେ ତଦସିଲଦାର (Tahasildar) ଓ  ଅତିରିକ୍ତ ତହସିଲଦାର ସରୋଜା ବେହେରାଙ୍କ ଅଫିସ ଫାଙ୍କା ପଡିଥିଲା। ଦିନ ପ୍ରାୟ ୧୧ଟା ୪୦ ପର୍ଯ୍ୟନ୍ତ ସେମାନେ ଅଫିସକୁ ଆସିନଥିବା ଅଭିଯୋଗ ହୋଇଛି।

Also Read: ଏବେ ଏତେ ତ ଆଗକୁ କେତେ?

ସେପଟେ ଲୋକେ ତହସିଲ ଅଫିସର ଅବ୍ୟବସ୍ଥାକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓ ଏବେ ଭାଇରାଲ (Viral Video) ହେବାକୁ ଲାଗିଛି। ଭିଡିଓ ତିଆରି କରିଥିବା ବ୍ୟକ୍ତି ଦାବି କରିଛନ୍ତି ଯେ, ଉଭୟ ତହସିଲଦାର ଓ ଅତିରିକ୍ତ ତଗସିଲଦାର ସମେତ କାର୍ଯ୍ୟାଳୟର ଅନେକ ଅଧିକାରୀ ଦିନ ସାଢେ ୧୧ ପର୍ଯନ୍ତ ଅଫିସକୁ ଆସି ନଥିଲେ। ଫଳରେ ନିଜ ସମସ୍ୟାକୁ ନେଇ ତହସିଲ ଆସିଥିବା ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ।

ଲୋକଙ୍କ ଅଭିଯୋଗ ଅନୁସାରେ, Sambalpur ତହସିଲର କର୍ମଚାରୀମାନେ ସବୁବେଳେ ବିଳମ୍ବର ଆସନ୍ତି। ଯେଉଁଥିପାଇଁ ସେମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କିଏ ଜମିବାଡି ତ କିଏ ପ୍ରମାଣ ପତ୍ର ପାଇଁ ଆସି ବାବୁଙ୍କ ଅନୁପସ୍ଥିତି ଯୋଗୁଁ ନିରାଶ ହୋଇ ଫେରୁଛନ୍ତି। ଏଭଳି ପରିସ୍ଥିତି ଦିନେ କି ଦୁଇ ଦିନ ନୁହେଁ, ପ୍ରାୟ ସବୁ ସମୟରେ ଦେଖିବାକୁ ମିଳୁଛି ବୋଲି ଲୋକେ କହିଛନ୍ତି।

Also Read: ଆଗକୁ ପୌର ନିର୍ବାଚନ, ଫ୍ଲାଇଓଭର ଲୋକାର୍ପଣକୁ ଉଠିଲା ପ୍ରଶ୍ନ

ଭାଇରାଲ ଭଡିଓକୁ ନେଇ ୟୁଜର୍ସ ମିଶ୍ରିତ ମତାମତ ଦେଉଛନ୍ତି। କିଛି ଲୋକ ନବୀନ ସରକାରଙ୍କ ୫ଟି ଯୋଜନା ଉପରେ ପ୍ରଶ୍ନ ଉଠାଇଥିବା ବେଳେ କିଛି ସମ୍ପୃକ୍ତ କର୍ମଚାରୀଙ୍କ ନିଲମ୍ବନ ଦାବି କରିଛନ୍ତି। ଅନେକ ଲୋକ ଅଭିଯୁକ୍ତଙ୍କ ସପକ୍ଷରେ ମଧ୍ୟ ମତ ବାଢିଛନ୍ତି। ଫିଲ୍ଡ ଡ୍ୟୁଟି କିମ୍ବା ଛୁଟିରେ ଥାଇ ପାରନ୍ତି ବୋଲି ସେମାନେ କହିଛନ୍ତି। ସେପଟେ ଭିଡିଓ ଭାଇରାଲ ପରେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ଆସିନାହିଁ।