ବ୍ରହ୍ମପୁରର କିଛି ଏଜେଣ୍ଟ ଦଲାଲଙ୍କ ସାହାରାରେ ତତ୍କାଳ ଟିକେଟ କଳା ବଜାରୀ କରୁଥିବା ଅଭିଯୋଗ ହୋଇଛି । କୋରୋନା ମହାମାରୀ ବେଳେ ରୋଜଗାର ଆଶାରେ ସୁରତ ବାହାରିଛନ୍ତି ଶ୍ରମିକ । ଏଭଳି ସ୍ଥିତିରେ ଦଲାଲମାନେ ଶୋଷଣ କରି ଚାଲିଛନ୍ତି ।
Trending Photos
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଦେଢ଼ ବର୍ଷ ଧରି ଶ୍ରମିକଙ୍କୁ ଯେମିତି ଦାଉ ସାଧୁଛି ଅଦୃଶ୍ୟ ମହାମାରୀ କୋରୋନା। ଦୀର୍ଘଦିନ ଧରି ଜୀବିକା ହରାଇ ଟେନସନରେ ଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକ ପୁଣି ଥରେ ସୁରତ ଅଭିମୁଖେ ବାହାରିଛନ୍ତି । ଟିକେଟ୍ ପାଇଁ ପ୍ଲାଟଫର୍ମରେ ଭିଡ଼ ମଧ୍ୟ ଜମୁଛି । ତେବେ, ତତ୍କାଳ ଟିକେଟ୍ ବ୍ଲାକ୍ କରୁଛନ୍ତି ଦଲାଲ । ଏପରିକି ୧୫ ଦିନ ଯାଏ ଟିକେଟ୍ ଉପଲବ୍ଧ ନଥିବା ଅଭିଯୋଗ ହୋଇଛି । ଗରିବ ଶ୍ରମିକଙ୍କୁ ଶୋଷଣ କରି ଚାଲିଛନ୍ତି ଦଲାଲ ଗୋଷ୍ଠୀ । ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।
ବ୍ରହ୍ମପୁର ରେଳଷ୍ଟେସନ (Berhampur Rail Station) ରେ ଭିଡ଼ । ସୁରତ (Surat) ଯିବା ପାଇଁ ଦୁଇ ସପ୍ତାହ ଯାଏ ଟିକେଟ ବୁକ୍ । ଦାଦନଙ୍କୁ ଶୋଷଣ କରିବା ଲାଗି ଦଲାଲମାନେ ବି ସକ୍ରିୟ । ଗଞ୍ଜାମ ଜିଲ୍ଲାରେ ବେଧଡ଼କ ଭାବେ ବ୍ଲାକ୍ ହେଉଛି ତତ୍କାଳ ଟିକେଟ । କୋରୋନା ଯୋଗୁଁ ଜୀବିକା ହରାଇଥିବା ଦାଦନ ଏବେ କାମଧନ୍ଦା ଆଶାରେ ସୁରତ ଅଭିମୁଖେ ବାହାରିଛନ୍ତି। ପ୍ଲାଟଫର୍ମରେ ସେମାନଙ୍କ ବେଶ୍ ଭିଡ଼ ମଧ୍ୟ ଜମୁଛି। ଏଭଳି ସ୍ଥିତିରେ ଟିକେଟେ ବ୍ଲାକ କରି ମାଲାମାଲ ହେଉଛନ୍ତି ଦଲାଲ ।
Also Read: କେମିତି ବଞ୍ଚିବେ ଜନତା: ଘରେ ନିଆଁ ବାହାରେ ବି ନିଆଁ
କୋରୋନାର ସଂକ୍ରମଣ (Corona Pandemic) କୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ନିୟମାବଳୀ ଅନୁସାରେ ସପ୍ତାହକ ୫ ଦିନ ସୁରତକୁ ୨ଟି ଟ୍ରେନ୍ ଚଳାଚଳ କରୁଛି । ପୁରୀ-ଅହମ୍ମଦାବାଦ ଓ ଗାନ୍ଧୀ ମାର୍ଗ ଟ୍ରେନ୍ ଯାତାୟାତ କରୁଛି । ଭିଡ଼କୁ ଦୃଷ୍ଟିରେ ରଖି ଦଲାଲମାନେ ସକ୍ରିୟ ହୋଇଥିବା ବେଳେ ୧୫ ଦିନ ଯାଏଁ ଟିକେଟ ଏଭେଲେବଲ ନାହିଁ । ବ୍ରହ୍ମପୁରର କିଛି ଏଜେଣ୍ଟ ଦଲାଲଙ୍କ ସାହାରାରେ ତତ୍କାଳ ଟିକେଟ କଳା ବଜାରୀ କରୁଥିବା ଅଭିଯୋଗ ହୋଇଛି । କୋରୋନା ମହାମାରୀ ବେଳେ ରୋଜଗାର ଆଶାରେ ସୁରତ ବାହାରିଛନ୍ତି ଶ୍ରମିକ । ଏଭଳି ସ୍ଥିତିରେ ଦଲାଲମାନେ ଶୋଷଣ କରି ଚାଲିଛନ୍ତି । ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।