କୋରୋନା ଛଡାଇ ନେଇଛି ରୋଜଗାର; ପରିବାର ଚଳାଇବା ହୋଇପଡି଼ଛି କଷ୍ଟକର
Advertisement

କୋରୋନା ଛଡାଇ ନେଇଛି ରୋଜଗାର; ପରିବାର ଚଳାଇବା ହୋଇପଡି଼ଛି କଷ୍ଟକର

ରାସ୍ତା ଘାଟରେ ବଢୁଛି ଭିଡ଼। ଏହି ଭିଡ଼ ଭିତରେ କିଛି କାମ ଆଶାରେ ଚାହିଁ ବସିଛନ୍ତି ଦିନ ମଜୁରିଆ। 

କୋରୋନା ଛଡାଇ ନେଇଛି ରୋଜଗାର; ପରିବାର ଚଳାଇବା ହୋଇପଡି଼ଛି କଷ୍ଟକର

ବ୍ରହ୍ମପୁର: କୋରୋନା ମହାମାରୀ କାରଣରୁ ଅନେକ ବର୍ଗର ଲୋକଙ୍କ ଜୀବିକାକୁ ଦେଇଛି ଶକ୍ତ ପ୍ରହାର। ଏବେ କୋରୋନା ସଂକ୍ରମଣ ଥମିବା ପରେ ପୁଣି ଦି ପଇସା ରୋଜଗାର ଆଶାରେ ଘରୁ ବାହାରକୁ ଆସୁଛନ୍ତି ଦିନ ମଜୁରିଆ। ମାତ୍ର ପୂର୍ବ ଭଳି କାମ ମିଳୁନଥିବାରୁ ଦିନ ତମାମ ଅପେକ୍ଷା କରି ଖାଲି ହାତରେ ଘରକୁ ଫେରିବାକୁ ପଡୁଛି। ରାତି ପାହିଲେ ଗୋଟେ ଚିନ୍ତା କାମ ନମିଳିଲେ କେମିତି ଚଳାଇବେ ଘର ପରିବାର।

ରାସ୍ତା ଘାଟରେ ବଢୁଛି ଭିଡ଼। ଏହି ଭିଡ଼ ଭିତରେ କିଛି କାମ ଆଶାରେ ଚାହିଁ ବସିଛନ୍ତି ଦିନ ମଜୁରିଆ। କୋରୋନା ସଂକ୍ରମଣ ଥମିବା କାରଣରୁ ଅନଲକ ହେବା ପରେ ଧିରେ ଧିରେ ସମସ୍ତଙ୍କ ସ୍ଥିତିରେ ସୁଧାର ଆସୁଛି। ମାତ୍ର ପ୍ରତିଦିନ କାମ ଆଶାରେ ରହୁଥିବା ଏହି ବ୍ୟକ୍ତିଙ୍କ ଅବସ୍ଥା ଅନଲକ ପରେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ। ଏବେ ମଧ୍ୟ ଘର ପରିବାର କୁଟୁମ୍ବ ପୋଷିବା ପାଇଁ କାମ ପାଇବା ଆଶାରେ ଘରୁ ବାହାରୁଛନ୍ତି ସତ। ମାତ୍ର ପୂର୍ବ ଦିନ ଭଳି କାମ ମିଳୁନଥିବାରୁ ଦିନ ତମାମ ଅପେକ୍ଷା କରି ଖାଲି ହାତରେ ଘରକୁ ଫେରିବାକୁ ପଡୁଛି।

Also Read: ଗରିବ ଶ୍ରମିକଙ୍କୁ ପ୍ରଥମେ କୋରୋନା ଆଉ ଏବେ ଦଲାଲ କରୁଛନ୍ତି ନିର୍ଯାତନା

ଗତବର୍ଷ କୋରୋନା ସଂକଟ (Corona Crisis) କାଳରେ ଯାହା କିଛି ବାକି କରଜ କରି ଘର ପରିବାରର ଗୁଜୁରାଣ ମେଣ୍ଟାଇ ଥିଲେ। କୋରୋନା ପ୍ରଥମ ଲହର (Corona First Wave) ପରେ ସବୁକିଛି ସ୍ଵାଭାବିକ ହେବା ପରେ ଦିନ ରାତି ପରିଶ୍ରମ କରି କିଛି ଟଙ୍କା ରୋଜଗାର କରିଥିଲେ। ମାତ୍ର କେତୋଟି ମାସ ଯାଇ ନାହିଁ ପୁଣି ଥରେ ଲକ୍ ଡାଉନ୍ (Lockdown), ସଟ ଡାଉନ୍ (Shutdown) ଭିତର ପୁଣି ଥରେ ଘରେ ଏହି ଦିନ ମଜୁରିଆଙ୍କୁ ହାତ ବାନ୍ଧି ବସିବାକୁ ପଡ଼ିଥିଲା। ପରିସ୍ଥିତି ଯେତିକି ଦାଉ ସାଧି ନାହିଁ ଏବେ କୋରୋନା କାରଣରୁ ସେମାନଙ୍କ ହାତରୁ ରୋଜଗାର ଛଡାଇ ନେଇଛି। 

Also Read: ସକ୍ରିୟ ହୋଇଉଠିଲେଣି ଦଲାଲ; ବେଧଡକ ଭାବେ ହେଉଛି ତତ୍କାଳ ଟିକଟ କଳା ବଜାରୀ

ଏବେ ଯେଉଁ ମଜୁରିଆକୁ କାମ ଖଣ୍ଡିଏ ଲାଗି ଡକରା ପଡୁଛି ସାହୁକାର କଟନି ଛଟନି କରି ପାରିଶ୍ରମିକ ଟିକକ ମଧ୍ୟ ଦେଉନାହିଁ। ଯାହା ଫଳରେ ପାଞ୍ଚ ପ୍ରାଣୀଙ୍କୁ ପୋଷିବା ଏବେ କାଠିକର ପାଠ ହୋଇଗଲାଣି। ଚଳ ଚଞ୍ଚଳ ଜୀବନ ଶୈଳୀ ଭିତରେ ମୁଲ ଲାଗିବା ଲାଗି ଏହି ଶ୍ରମିକ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଥିବା ବେଳେ କେବେ ସେମାନଙ୍କ ଜୀବନ ଶୈଳୀରେ ସ୍ବାଭାବିକ ପରିସ୍ଥିତି ଆସିବ ତାହାକୁ ସମସ୍ତେ ଚାତକ ଭଳି ଚାହିଁ ବସିଛନ୍ତି।