ଗଞ୍ଜାମ ଗଣଦୁଷ୍କର୍ମ ଘଟଣା: ପୋଲିସର ଭୂମିକା ନେଇ ପ୍ରଶ୍ନ ଉଠାଇଲା ବିଜେପି
Advertisement
Article Detail0/zeeodisha/odisha624228

ଗଞ୍ଜାମ ଗଣଦୁଷ୍କର୍ମ ଘଟଣା: ପୋଲିସର ଭୂମିକା ନେଇ ପ୍ରଶ୍ନ ଉଠାଇଲା ବିଜେପି

ନାବାଳିକା ଗଣଦୁଷ୍କର୍ମ ଘଟଣା । ଏହାକୁ ଘୋର ନିନ୍ଦା କରିଛି ଭାରତୀୟ ଜନତା ପାର୍ଟି ।

ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ଵ୍ରହ୍ମପୁର: ନାବାଳିକା ଗଣଦୁଷ୍କର୍ମ ଘଟଣା । ଏହାକୁ ଘୋର ନିନ୍ଦା କରିଛି ଭାରତୀୟ ଜନତା ପାର୍ଟି ।  ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦଳ ଦାବି ହୋଇଛି । 

ସୋମବାର ପୀଡିତଙ୍କ ସହ ସାକ୍ଷାତ କରିବା ଲାଗି ଭାରତୀୟ ଜନତା ପାର୍ଟିର ଏକ ଟିମ ବ୍ରହ୍ମପୁର ମେଡିକାଲରେ ପହଞ୍ଚିଥିଲେ । ତେବେ ପୀଡିତ ସେଠାରେ ନଥିବା ପରେ ଜାଣିବାକୁ ପାଇଥିଲେ । ଜଣେ ନାବାଳିକା ପ୍ରତି ଗଣଦୁଷ୍କର୍ମ ହେବା ଘଟଣାରେ ପୋଲିସ୍ ମାମଲା ରୁଜୁ କରିବାରେ ବିଳମ୍ବ କରିଥିବା କହିଛି ବିଜେପି । ଏପରିକି ଘଟଣାକୁ ଚପାଇଦେବା ଲାଗି ପୋଲିସ ଉଦ୍ୟମ କରୁଥିବା ଦଳ ସନ୍ଦେହ କରିଛି । 

ସେପଟେ ପୀଡିତାଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ଅତିଶୀଘ୍ର ନ୍ୟାୟ ନ ମିଳିଲେ ବିଜେପି  ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଅନ୍ୟପଟେ ମାନବାଧିକାର କର୍ମୀ ମଧ୍ୟ ପୀଡିତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । 

ଆହୁରି ପଢ଼ନ୍ତୁ; ଗଞ୍ଜାମ ଗଣଦୁଷ୍କର୍ମ ଘଟଣା, ୩ ଅଭିଯୁକ୍ତ ଅଟକ