ଦଣ୍ଡନାଚରେ ବାହାର ଜିଲ୍ଲାର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବାରଣ କରାଯିବ। ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଫଳରେ ଦିର୍ଘ ଏକ ବର୍ଷ ଧରି ଜୀବିକା ହରାଇଥିବା କଳାକାର ଓ ଚିତ୍ରାଳୟ ମାଲିକ ମଧ୍ୟରେ ତୀବ୍ର ଅସୋନ୍ତଷ ଦେଖିବାକୁ ମଳିଛି।
Trending Photos
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: କୋଭିଡ କଟକଣା ଭିତରେ ଚଳିତ ବର୍ଷ ଅନୁଷ୍ଠିତ ହେବ ଆଦି ଶକ୍ତି ମାଁ ତାରା ତାରିଣୀଙ୍କ ପିଠରେ ଚୈତ୍ର ଯାତ୍ରା ସାଙ୍ଗକୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପାରମ୍ପରିକ ଦଣ୍ଡନାଚ। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଛି ସର୍ତ୍ତମୂଳକ ଅନୁମତି। ହେଲେ ଯାତ୍ରା ହେଉ ଅବା ଦଣ୍ଡନାଚରେ ବାହାର ଜିଲ୍ଲାର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବାରଣ କରାଯିବ। ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଫଳରେ ଦିର୍ଘ ଏକ ବର୍ଷ ଧରି ଜୀବିକା ହରାଇଥିବା କଳାକାର ଓ ଚିତ୍ରାଳୟ ମାଲିକ ମଧ୍ୟରେ ତୀବ୍ର ଅସୋନ୍ତଷ ଦେଖିବାକୁ ମଳିଛି।
ଚଳିତବର୍ଷ ଦଣ୍ଡ ଯାତ୍ରା (Danda Jatra) ରେ ଦେଖିବାକୁ ମିଳିବନି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ। ରେକର୍ଡ ଡ୍ୟାନ୍ସ ଓ ସାଂସ୍କୃତିକ କାର୍ଯ୍ୟକ୍ରମ (Cultural Programme) ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି। ଏପରିକି ବାହାର ଜିଲ୍ଲାର କଳାକାର ଓ ଶ୍ରଦ୍ଧାଳୁଙ୍କୁ ମଧ୍ୟ ଯାତ୍ରାରେ ସାମିଲ ଉପରେ ମଧ୍ୟ ରୋକ ଲଗାଯାଇଛି। ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ (Ganjam Dist Administration) ର କଡା ଚେତାବନି।
Also Read: ଦଣ୍ଡନାଚକୁ ମିଳିଲା ସର୍ତ୍ତମୂଳକ ଅନୁମତି
ରିତି ନୀତି ଓ ପରମ୍ପରାକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନ ମଧ୍ୟରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚ ଓ ମାଁ ତାରା ତାରିଣୀ (Tara Tarini) ଙ୍କ ଚୈତ୍ର ଯାତ୍ରା (Chaitra Jatra) କୁ ଆୟଜନ କରିବା ଲାଗି ଆୟଜକମାନକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି। ଦଣ୍ଡ ଯାତ୍ରାରେ ୨ ଶହ ଲୋକ ସାମିଲ ହୋଇପାରିବେ। ସର୍ବସାଧାରଣରେ ପ୍ରସାଦ ବଣ୍ଟନକୁ ଏଥର ବାରଣ କରାଯାଇଛି। ଏପରିକି ଦଣ୍ଡୁଆମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦଣ୍ଡନୃତ୍ୟ ପରିବେଷଣ କରିବେ। ଦଣ୍ଡ ଯାତ୍ରା ଆୟଜନ କରୁଥିବା ମାନସିକ ଧାରିୃମାନେ ସ୍ଥାନୀୟ ପୋଲିସ ଓ ତହସିଲରେ ନିୟମର ସତ୍ୟପାଠ ଦାଖଲ କରି ଅନୁମତି ନେବାକୁ ପଡିବ ବୋଲି ଜିଲ୍ଲାପାଳ କହିଛନ୍ତି।
ପ୍ରଶାସନର କଟକଣାକୁ ନେଇ କ୍ଷଭ ପ୍ରକାଳ କରିଛି ଗଞ୍ଜାମ ଜିଲ୍ଲା କଳାକାର ଓ ଚିତ୍ରାଳୟ ସଂଘ (Ganjam Artists Union) । ଦୀର୍ଘ ଏକ ବର୍ଷ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ହେତୁ ହଜାର ହଜାର କଳାକାର ଜୀବିକା ହରାଇଛନ୍ତି। ଏଭଳି ପରିସ୍ଥିତିରେ ଯଦି ଯାତ୍ରାକୁ ଅନୁମତି ନମିଲେ, ତାହାହେଲେ କଳାକାରମାନେ ଭୋକ ଉପବାସରେ ମରିବା ଥୟ ବୋଲି ସଂଘ କହିଛି। ଜିଲ୍ଲାର ଶତାଧିକ କଳାକାର ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିବା ପାଇଁ ଗୁହାରି କରିଛନ୍ତି।
Also Read: ପ୍ରଧାନମନ୍ତ୍ରୀଙ୍କ ନାଁରେ ରୁଜୁ ହେବ କି ଏତଲା?
କଟକଣା ଭିତରେ ହେଉ ପଛେ ଦଣ୍ଡ ଯାତ୍ରକୁ ଅନୁମତି ମିଳିବା ପରେ ଜିଲ୍ଲାବାସିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ କଳାକାରମାନେ ନିଜ ଜୀବିକାକୁ ନେଇ ଆଶଙ୍କାରେ ଅଛନ୍ତି। ଏହି ସମୟରେ କଳାକାରଙ୍କ ଦାବି ଉପରେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।