ଆଗେଇ ପାରୁନାହିଁ ପ୍ରକଳ୍ପ; କେବେ ରେଳପଥ ଯୋଗେ ଯୋଡି ହେବ ଦକ୍ଷିଣ-ପଶ୍ଚିମ ଓଡି଼ଶା?
Advertisement

ଆଗେଇ ପାରୁନାହିଁ ପ୍ରକଳ୍ପ; କେବେ ରେଳପଥ ଯୋଗେ ଯୋଡି ହେବ ଦକ୍ଷିଣ-ପଶ୍ଚିମ ଓଡି଼ଶା?

ବ୍ରହ୍ମପୁର ସହର ଉପକଣ୍ଠସ୍ଥ ଜଗନ୍ନାଥପୁର ଠାରୁ ବାହାରି ହିଞ୍ଜିଳିକାଟୁ, ଆସିକା, ଭଞ୍ଜନଗର ଭାୟା ଫୁଲବାଣି ଦେଇ ବୌଦ୍ଧ ଜିଲ୍ଲା ଅତିକ୍ରମ କରି ରେଢାଖୋଲ ପର୍ଯ୍ୟନ୍ତ ରେଳପଥ ଯୋଗେ ସଂଯୋଗୀକରଣ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। 

ଆଗେଇ ପାରୁନାହିଁ ପ୍ରକଳ୍ପ; କେବେ ରେଳପଥ ଯୋଗେ ଯୋଡି ହେବ ଦକ୍ଷିଣ-ପଶ୍ଚିମ ଓଡି଼ଶା?

ବ୍ରହ୍ମପୁର: ରେଳ ମନ୍ତ୍ରଣାଳୟ ଠାରୁ ଅନୁଦାନ ପାଇବା ଦିଗରେ ସର୍ବଦା ପଛୁଆ ଭାବେ ରହି ଆସିଛି ରାଜ୍ୟ। ଯାହା ଫଳରେ ସ୍ବାଧିନତାର ୭ ଦଶନ୍ଧି ପରେ ମଧ୍ୟ ରାଜ୍ୟ ହୋଇ ପାରିନାହିଁ କୌଣସି ଆଖି ଦୃଶିଆ ରେଳ ପ୍ରକଳ୍ପ। ଦୀର୍ଘ ୪୪ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଦକ୍ଷିଣ ଓଡିଶା ସହ ପଶ୍ଚିମ ଓଡିଶା ମଧ୍ୟରେ ରେଳ ସଂଯୋଗୀକରଣ କାର୍ଯ୍ୟ ହୋଇପାରିନାହିଁ।

ବ୍ରହ୍ମପୁର ଠାରୁ ଭାୟା ଫୁଲବାଣୀ ଦେଇ ସମ୍ବଲପୁରକୁ ରେଳପଥ ସଂଯୋଗୀକରଣ ଲାଗି ଗତ ୨୦୧୦-୧୧ ମସିହାରେ ପ୍ରସ୍ତାବ ଉପରେ ମୋହର ମାରିଥିଲା ରେଳ ମନ୍ତ୍ରଣାଳୟ। ପ୍ରାଥମିକ ପର୍ଯ୍ୟାୟରେ ସର୍ଭେ ପକ୍ରିୟା ମଧ୍ୟରେ କିଭଳି ଏହି ପ୍ରକଳ୍ପକୁ ଶୀତଳଭଣ୍ଡାରକୁ ଠେଲି ଦିଆଯାଇଛି ତାହା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି। ଏଭଳି ପରିସ୍ଥିତିରେ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିବା ଓଡିଶା ସାଂସଦ ଅଶ୍ୱନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରଣାଳୟ ଦାୟିତ୍ୱ ମିଳିବା ପରେ ଦକ୍ଷିଣ ଓଡିଶାବାସୀଙ୍କ ରେଳ ଯାତ୍ରା ଆଶା ପୁଣି ଥରେ ଉଦଜୀବିତ ହୋଇଉଠିଛି।

Also Read: ଗରିବ ଶ୍ରମିକଙ୍କୁ ପ୍ରଥମେ କୋରୋନା ଆଉ ଏବେ ଦଲାଲ କରୁଛନ୍ତି ନିର୍ଯାତନା

ଶୀତଳ ଭଣ୍ଡାରରେ ଦକ୍ଷିଣ ସହ ପଶ୍ଚିମ ଓଡିଶା ରେଳ ସଂଯୋଗୀକରଣ ପ୍ରକଳ୍ପ। ସର୍ଭେ ଭିତରେ ସୀମିତ ରହିଛି ବ୍ରହ୍ମପୁର ଠାରୁ ଭାୟା ଫୁଲବାଣୀ ଦେଇ ସମ୍ବଲପୁରକୁ ଯୋଡି଼ ହେବାକୁ ଥିବା ରେଳ କରିଡର। ଦେଶ ସ୍ବାଧିନ ହେବାର ୭ ଦଶନ୍ଧି ପରେ ମଧ୍ୟ ପୂରଣ ହୋଇ ପାରିଲାନାହିଁ ପଛୁଆ ଜିଲ୍ଲା ଭାବରେ ଜଣାଶୁଣା କନ୍ଧମାଳ ଜିଲ୍ଲାବାସୀଙ୍କ ରେଳସେବା ସ୍ବପ୍ନ। ଗତ ୧୯୭୦ ମସିହା ଠାରୁ ସାମାଜିକ ତଥା ଆର୍ଥିକ ଉନ୍ନତି କ୍ଷେତ୍ରରେ ଏକ ବିପ୍ଲବ ଆଣିବା ଲକ୍ଷରେ ପଶ୍ଚିମ ସହ ଦକ୍ଷିଣ ଓଡିଶାକୁ ରେଳ ଯୋଗେ ସଂଯୋଗ କରିବା ଲାଗି ବିଭିନ୍ନ ସଙ୍ଗଠନ ପକ୍ଷରୁ ବର୍ଷ ବର୍ଷ ଧରି ଦାବି କରାଯିବା ପରେ ବିଗତ ୨୦୧୦-୧୧ ବର୍ଷରେ ଏହି ପ୍ରସ୍ତାବ ଉପରେ ମୋହର ମାରିଥିଲା ରେଳ ମନ୍ତ୍ରଣାଳୟ।  

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ରିପୋର୍ଟ ମୁତାବକ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ପର୍ଯ୍ୟନ୍ତ ମୋଟ ୨୪୦ କିଲୋମିଟର ମୁଖ୍ୟ ରେଳ ପଥ ସହ ବାମୁର-କଦଳିଗଡ ୨୫ କିମି ୱାଇ ଲାଇନ,  ଜଗନ୍ନାଥପୁର-ଗୋପାଳପୁର ବନ୍ଦର ୧୦ କିମି ଶାଖା ଲାଇନ ସହ ମୋଟ ୨୭୫ ରେଳ ଧାରଣା ବିଛାଇବା ଲାଗି ଗତ ରେଳ ବଜେଟରେ ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା। ଜଗନ୍ନାଥପୁର ଠାରୁ ରେଢାଖୋଲ ମଧ୍ୟରେ ୧୬ ରେଲୱେ ଷ୍ଟେସନ ସ୍ଥାପନ ହେବା ସହ ୩୮ ବଡ ସେତୁ ଏବଂ ୧୮୪ଟି କ୍ଷୁଦ୍ର ସେତୁ ନିର୍ମାଣ ପାଇଁ ଡିପିଆର (Railway Detailed Project Report) ପ୍ରସ୍ତୁତ ହୋଇଥିଲା। ଏହି ପ୍ରସ୍ତାବ ଗୃହୀତ ହେବା ସହ ଡ୍ରୋନ ସର୍ଭେ (Drone Survey for Railway Project) ମଧ୍ୟରେ ଏହି ପ୍ରକଳ୍ପ ଯେପରି ଅଟକିଯାଇଛି। 

Also Read: ସକ୍ରିୟ ହୋଇଉଠିଲେଣି ଦଲାଲ; ବେଧଡକ ଭାବେ ହେଉଛି ତତ୍କାଳ ଟିକଟ କଳା ବଜାରୀ

ବ୍ରହ୍ମପୁର ସହର ଉପକଣ୍ଠସ୍ଥ ଜଗନ୍ନାଥପୁର ଠାରୁ ବାହାରି ହିଞ୍ଜିଳିକାଟୁ, ଆସିକା, ଭଞ୍ଜନଗର ଭାୟା ଫୁଲବାଣି ଦେଇ ବୌଦ୍ଧ ଜିଲ୍ଲା ଅତିକ୍ରମ କରି ରେଢାଖୋଲ ପର୍ଯ୍ୟନ୍ତ ରେଳପଥ ଯୋଗେ ସଂଯୋଗୀକରଣ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଏହି ପ୍ରକଳ୍ପ ଦ୍ୱାରା ୫ଟି ଜିଲ୍ଲାର ଲୋକେ ଉପକୃତ ହେବେ ବୋଲି ଆଶା କରାଯାଉଥିଲା। ବିଗତ ୨୦୧୦-୧୧ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ଅଧିନସ୍ଥ ୨୪୦ କିମି ରେଳ ପଥ ନିର୍ମାଣ ଲାଗି ୨୯୫୭ କୋଟି ଟଙ୍କା ସହ ବ୍ୟୟବରାଦ କରାଯାଇଥିଲା। 

Also Read: ଭିଟାମାଟି ମୁହାଁ ପ୍ରବାସୀ ଓଡିଆ; ଆତଙ୍କିତ ଜନତା, ବେଫିକର ପ୍ରଶାସନ

ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଡ୍ରୋନ ସର୍ଭେ କାର୍ଯ୍ୟ ମଧ୍ୟ ସରିଛି। ହେଲେ ଆନ୍ତରିକତାର ଅଭାବ କାରଣରୁ ରାଜ୍ୟବାସୀ ପ୍ରତ୍ୟେକ ରେଳ ବଜେଟରେ ଆଶାନୁରୂପକ ଫାଇଦା ନପାଇ ଉପେକ୍ଷିତ ହୋଇ ଆସୁଥିବା ବେଳେ ଏଥର ସବୁ ସ୍ବପ୍ନ ପୂରଣ ହେବ ବୋଲି ଅନୁମାନ କରିଛନ୍ତି ସହରବାସୀ। ଓଡିଶା ରାଜ୍ୟସଭା ସାଂସଦଙ୍କୁ ଏଥର ରେଳମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ବିଭାଗୀୟ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଆସନ୍ତା ୧୯ ତାରିଖରେ ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନରେ (Parliament Session) ଏହି ପ୍ରକଳ୍ପ ବାବଦରେ ଅବଗତ କରାଇବେ ବୋଲି କହିଛନ୍ତି ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ (Berhampur MP Chandra Sekhar Sahu)।