ମିନି ଓଡିଶା ଭାବେ ଦେଶରେ ବେସ ପରିଚିତ ସୁରଥରେ କରୋନା ନିଜର ତାଣ୍ଡବଲୀଳା ରଚୁଛି। ଯେଉଁଥିରେ କୋରୋନାରେ ୨୫ରୁ ଊର୍ଦ୍ଧ୍ୱ ଓଡିଆ ଶ୍ରମିକଙ୍କ ଜୀବନ ଗଲାଣି। ସୁରଥର ଭୟାନକ ପରିସ୍ଥିତି ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାମ ଉପରେ ପ୍ରଭାବ ପକାଇବା ସମ୍ଭାବନା ରହିଛି।
Trending Photos
ବ୍ରହ୍ମପୁର: କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ସମସ୍ତଙ୍କ ଚିନ୍ତା ବଢାଇ ଥିବା ବେଳେ ରାଜ୍ୟକୁ ପୁଣିଥରେ ଫେରିଛି ନାଇଟ କର୍ଫ୍ଯୁ। ସଂକ୍ରମଣର ଚେନକୁ ଭାଙ୍ଗିବା ଲାଗି ରାଜ୍ୟର ହଟସ୍ପଟ ତାଲିକାର ଶୀର୍ଷରେ ଥିବା ଜିଲ୍ଲା ଗୁଡିକରେ କଡା କଟକଣା ହାତକୁ ନିଆଯାଇଥିବା ବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ରାତ୍ରି କାଳିନ କର୍ଫ୍ଯୁ ଲାଗୁ କରାଯାଇଛି। ଯାହାର ପ୍ରଭାବ ପୁଣି ଥରେ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ଉପରେ ପଡିବା ସମ୍ଭାବନା ରହିଛି। ଅନ୍ୟପଟେ ମିନି ଓଡିଶା ଭାବେ ଦେଶରେ ବେସ ପରିଚିତ ସୁରଥରେ କରୋନା ନିଜର ତାଣ୍ଡବଲୀଳା ରଚୁଛି। ଯେଉଁଥିରେ କୋରୋନାରେ ୨୫ରୁ ଊର୍ଦ୍ଧ୍ୱ ଓଡିଆ ଶ୍ରମିକଙ୍କ ଜୀବନ ଗଲାଣି। ସୁରଥର ଭୟାନକ ପରିସ୍ଥିତି ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାମ ଉପରେ ପ୍ରଭାବ ପକାଇବା ସମ୍ଭାବନା ରହିଛି।
ଧୀରେ ଧୀରେ ବେକାବୁ ହେଲାଣି ମହାମାରୀ କୋରୋନା (Coronavirus) । ମିନି ଓଡିଶା (Mini Odisha) କୁହାଯାଉଥିବା ସୁରଥରେ ପରିସ୍ଥିତି ସଙ୍ଗିନ। କୋରୋନାର ମାୟାଜାଲରେ ଛନ୍ଦି ହୋଇ ପାଖାପାଖି ୧୭୦୦ ପ୍ରବାସୀ ଓଡିଆ ଜୁଝି ହେଉଥିବା ବେଳେ ୨୫ ଜଣଙ୍କ ମୁଣ୍ଡ ଗଡିଲାଣି। ମେଡିକାଲ ଆଗରେ ରୋଗୀଙ୍କ ଲମ୍ବା ଧାଡି ଲାଗିଥିବା ବେଳେ ଶବଦାହ ସ୍ଥାନରେ ଏଣେ ତେଣେ ପଡି ରହିଛି ମୃତଦେହ। ଏଭଳି ବିକଟାଳ ଦୃଶ୍ୟ ସମସ୍ତଙ୍କୁ ଚକ୍କିତ କରୁଥିବା ବେଳେ ପୁଣି ଥରେ ପ୍ରବାସୀଙ୍କ ଜୀବନ, ଜୀବିକା ଉପରେ ଶକ୍ତ ପ୍ରହାର ପଡିବାକୁ ଯାଉଛି।
Also Read: ଭିଟାମାଟି ମୁହାଁ ପ୍ରବାସୀ ଓଡିଆ; ଆତଙ୍କିତ ଜନତା, ବେଫିକର ପ୍ରଶାସନ
ସେପଟେ ବିପଦର ସମ୍ମୁଖୀନ ହେବା ପୂର୍ବରୁ ଧୀରେ ଧୀରେ ଘର ବାହୁଡା ଆରମ୍ଭ କଲେଣି ଦାଦନ। ଦେଶର ହଟସ୍ପଟ ତାଲିକାର ଶୀର୍ଷରେ ଥିବା ୮ ରାଜ୍ୟରୁ ୬ ହଜାର ପ୍ରବାସୀ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାକୁ ଫେରିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଥିବା ବେଳେ ବାସ୍ତବ ଅଙ୍କ କିନ୍ତୁ ଢେର ଗୁଣା ଅଧିକା। ଏପରିକି ସୁରଥର (Surat) ସଂଗିନ୍ ପରିସ୍ଥିତିର ସିଧାସଳଖ ପ୍ରଭାବ ଓଡିଶା ଉପରେ ପଡିବାର ସମ୍ଭାବନା ରହିଛି। ତେଣୁ ରାଜ୍ୟ ସରକାର, ଗୁଜୁରାଟ ସରକାର (Gujarat Govt) ଙ୍କ ସହ ଆଲୋଚନା କରି ପ୍ରବାସୀ ଓଡିଆଙ୍କୁ ସହାୟତାର ହାତ ବଢାଇବା ଦିଗରେ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
ଗଞ୍ଜାମ (Ganjam) ଜିଲ୍ଲା ପାଇଁ ଏବେ ଆଲାରାମିଂର ସମୟ ରହିଥିବା ହେତୁ ରୋଗି ଚିକିତ୍ସା ଓ ଟିକାକରଣ (Vaccination) ବ୍ଯବସ୍ଥାକୁ ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେଉଛି। ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାତ୍ର କଟକଣାକୁ (Night Curfew) କଡା କଡି ପାଳନ କରିବା କୁ ପ୍ରଶାସନ ମନସ୍ଥ କରିଛି। ବର୍ତ୍ତମାନ ସୁଦ୍ଧା MKCG, ଅଶ୍ୱୀନି ମେଡିକାଲ ଓ ଟାଟା କୋଭିଡ୍ ମେଡିକାଲରେ ୪୫୦ଟି ଆଇସୋଲେସନ୍ ବେଡ ସହ ୯୫ଟି ଭେଣ୍ଟିଲେଟର ମହଜୁଦ ରଖାଯାଇଛି। ଏଥିସହ ସମସ୍ତ ବ୍ଲକରେ କୋଭିଡ୍ କେୟାର ସେଣ୍ଟର ମଧ୍ୟ ପ୍ରସ୍ତୁତ ରହିଛି। ଗୁରୁତର ରୋଗିଙ୍କ ଲାଗି ତୁରନ୍ତ ଆମ୍ବୁଲାନ୍ସ କିଭଳି ମିଳିବ ସେ ନେଇ ଅଧିକରୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୁଚନା ଦେଇଛନ୍ତି।
Also Read: ନାତିକୁ ଉଦ୍ଧାର କରିବାକୁ ଯାଇ ଜେଜେମା'ର ଜୀବନ ଗଲା
ଗୋଟିଏ ପଟେ ଜନସାଧାରଣଙ୍କ ଜୀବନ ଓ ଜୀବିକା ଦୋ ଛକିରେ ରହିଥିବା ବେଳେ କୋରୋନା ମହାମରୀର କିଭଳି ସଫଳତାର ସହ ମୁକାବିଲା କରାଜିବା ତାକୁ ନେଇ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।