ଜିଲ୍ଲା ପ୍ରଶାସନର ନାକ ତଳେ ଜଙ୍ଗଲ ନଷ୍ଟ
Advertisement
Article Detail0/zeeodisha/odisha1036590

ଜିଲ୍ଲା ପ୍ରଶାସନର ନାକ ତଳେ ଜଙ୍ଗଲ ନଷ୍ଟ

କ୍ରସର ପାଇଁ ଜଙ୍ଗଲ ମଧ୍ୟରେ ରାସ୍ତା ଓସାର ହେଉଛି, ଯାହା ମଧ୍ୟରେ ଅନେକ ଗଛ ରହିଛି। କ୍ରସର ପାଇଁ ନିର୍ମାଣ ହୋଇଥିବା ପାଚେରୀ ମଧ୍ୟରେ ବି ଶହ ଶହ ଗଛ ଅଛି। ଏଥି ସହ ଅନେକ ଗଛ କଟା ହୋଇ ସରିଛି।

ଡିଜାଇନ୍ ଫଟୋ

କେନ୍ଦୁଝର: ଶିଳ୍ପ ପାଇଁ ସମସ୍ତ ନିୟମକୁ ଫୁ। ଘଟଗାଁ ବ୍ଲକ ତରା ଓ ବେଢାପାଳ ଗ୍ରାମ ନିକଟରେ କ୍ରସର ନିର୍ମାଣ ପାଇଁ କଟୁଛି ଜଙ୍ଗଲ। ମୂଲ୍ୟବାନ ଗଛକୁ ନଷ୍ଟକୁ ବିରୋଧ କଲେ ଆକ୍ରୋସର ଶିକାର ହେଉଛନ୍ତି ଅଞ୍ଚଳବାସୀ। ସବୁ ଜାଣି ଅଜଣା ପାଲଟିଛି ପ୍ରଶାସନ। ଯାହାକୁ ନେଇ ରାଜସ୍ୱ ଓ ବନ ବିଭାଗର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି ହେଉଛି। 

ଘଟଗାଁ ବ୍ଲକ ତରା ଓ ବେଢାପାଳ ଗ୍ରାମ ମଧ୍ୟରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଥିବା ଷ୍ଟୋନ କ୍ରସରକୁ ବଡ କରି ଆଇରନ କ୍ରସର ନିର୍ମାଣ ଚାଲିଛି। ଏହି କ୍ରସର ନିର୍ମାଣ ପାଇଁ ଗ୍ରମ୍ୟ ଜଙ୍ଗଲ ସହ ପାଖରେ ଥିବା ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ଯାଉଛି। ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଅନ୍ୟପଟେ ରାଜସ୍ୱ ବିଭାଗ ଓ ବନ ବିଭାଗ ଠାରୁ କୌଣସି ଅନୁମତି ମିଳି ନଥିବା ବିଭାଗୀୟ ଅଧିକାରୀ କହୁଥିବା ବେଳେ କାର୍ଯ୍ୟନୁଷ୍ଠାନ ଦିଗରେ ନିରବତା ଚିନ୍ତାର କାରଣ ପାଲଟିଛି।

Also Read: ବ୍ୟାଙ୍କରୁ ଋଣ ନେଉଥିଲେ ସାବଧାନ!

କ୍ରସର ପାଇଁ ଜଙ୍ଗଲ ମଧ୍ୟରେ ରାସ୍ତା ଓସାର ହେଉଛି, ଯାହା ମଧ୍ୟରେ ଅନେକ ଗଛ ରହିଛି। କ୍ରସର ପାଇଁ ନିର୍ମାଣ ହୋଇଥିବା ପାଚେରୀ ମଧ୍ୟରେ ବି ଶହ ଶହ ଗଛ ଅଛି। ଏଥି ସହ ଅନେକ ଗଛ କଟା ହୋଇ ସରିଛି। କିନ୍ତୁ ଏଥିପାଇଁ ନା ମିଳିଛି ବନ ବିଭାଗର ନା ରାଜସ୍ୱ ବିଭାଗର ଅନୁତମତି ମିଳିଛି। ଏଠାରେ ପୂର୍ବରୁ ଏକ ଛୋଟ ପଥର କ୍ରସର ରହିଥିଲା। ବର୍ତ୍ତମାନ ଏହି କ୍ରସରକୁ ବଡ କରାଯାଇ ଆଇରନ କ୍ରସର କରାଯାଉଛି। ଆଇରନ କ୍ରସର ପାଇଁ ଏଠାକୁ ବଡ ବଡ ଟ୍ରକ ଯିବା ଆସିବା ପାଇଁ ଓସାରିଆ ରାସ୍ତା ଓ ଆଇରନ ଡମ୍ପ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଆବଶ୍ୟକ। 

fallback

କିନ୍ତୁ ରାସ୍ତା ଓସାର କରିବା ପାଇଁ କ୍ରସର ମାଲିକ ମନମୂଖୀ ଭାବେ ଅନେକ ଗଛ ମଧ୍ୟରେ ମାଟି ପକାଇଛି ଓ କ୍ରସର ଆୟତନ ବୃଦ୍ଧି ପାଇଁ ଅନେକ ଗଛକୁ ଘେରି ପାଚେରୀ ବୁଲାଇବା ସହ ଆଇରନ ଡମ୍ପ ପାଇଁ ସମତଳ କରାଯାଇଥିବା ସ୍ଥାନରୁ ଗଛସବୁ ସଫା କରି ଦିଆଯାଇଛି। ସବୁଠାରୁ ବଡ କଥା ଏହି କ୍ରସର ନିର୍ମାଣ ପାଇଁ ଗ୍ରାମ ଗୁଡିକରେ ନା କୌଣସି ପଲ୍ଲି ସଭା କି ଗ୍ରାମ ସଭା ହୋଇଛି।

Also Read: ଭୟଙ୍କର ସଡ଼କ ଦୁର୍ଘଟଣା; ଶବଦାହ କରିବାକୁ ଯାଇ ଶବ ପାଲଟି ଗଲେ ୧୮, ଅନେକ ଗୁରୁତର

କ୍ରସର ପାଇଁ କୃଷି ଓ ଜଙ୍ଗଲ ନଷ୍ଟ ହେବାକୁ ଯାଉଥିବା କାରଣରୁ ଗ୍ରାମବାସୀ ଏହାକୁ ବିରାଧ କରିବା ବେଳେ ଓଲଟା କ୍ରସର ମାଲିକ ନାଲି ଆଖି ଦେଖାଉଥିବା ଅଭିଯୋଗ ହେଇଛି। ଏପରିକି ଗ୍ରାମବାସୀ ନାମରେ ମିଥ୍ୟା କେସ ଦେଇ ଭୟଭିତ କରିବା ପାଇଁ ଚେଷ୍ଟା କରାଯାଉଥିବା ପ୍ରକାଶ ପାଇଛି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ଦେଖାଯିବା ସହ ସେମାନେ ସମୁହିକ ଭାବେ ଘଟଗାଁ ତହସିଲଦାର ଓ ରେଞରଙ୍କ ନିକଟରେ ଫେରାଦ ହୋଇଛନ୍ତି। 

ଅନ୍ୟପଟେ କ୍ରସର ପରିସୀମା ବୃଦ୍ଧି ଓ ରାସ୍ତା ଓସାର ପାଇଁ କ୍ରସର ମାଲିକ କୌଣସି ଅନୁମତି ଦିଆଯାଇ ନାହିଁ ବୋଲି ତହସିଲଦାର, ଜନକ ନାୟକ ଓ ରେଞର, ପ୍ରଭାତ କୁଅଁର କହିଛନ୍ତି। ବିନା ଅନୁମତିରେ ରାସ୍ତା ଓସାର କରିବା ପାଇଁ ଗଛ ପୋତିବା ଅପରାଧ ବୋଲି ତହସିଲଦାର କହୁଥିବା ବେଳେ ଉଭୟ ବିଭାଗ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି। ତେବେ ରାସ୍ତା ପାଇଁ ବହୁ ମାତ୍ରାରେ ମାଟି କେଉଁଠାରୁ ଆସିଛି ନା କ୍ରସର ମାଲିକ ଜଙ୍ଗଲରୁ ଖୋଳି ରାସ୍ତା କରିଛନ୍ତି? ତଦନ୍ତ ନା'ରେ ଅଧିକାରୀମାନେ କାହିଁକି ନିରବ ବସିଛନ୍ତି ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।