ଭୟଙ୍କର ସଡ଼କ ଦୁର୍ଘଟଣା; ଶବଦାହ କରିବାକୁ ଯାଇ ଶବ ପାଲଟି ଗଲେ ୧୮, ଅନେକ ଗୁରୁତର
Advertisement
Article Detail0/zeeodisha/odisha1036518

ଭୟଙ୍କର ସଡ଼କ ଦୁର୍ଘଟଣା; ଶବଦାହ କରିବାକୁ ଯାଇ ଶବ ପାଲଟି ଗଲେ ୧୮, ଅନେକ ଗୁରୁତର

ଉତ୍ତର ୨୪ ପରଗନାର ବାଗଦାରୁ ମୃତଦେହ ସହିତ ୨୦ରୁ ଅଧିକ ଲୋକ ଶବଦାହ ପାଇଁ ନବଦ୍ୱୀପ ଶ୍ମଶାନକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଛି।

ଡିଜାଇନ୍ ଫଟୋ

କୋଲକାତା: ଶନିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ନଦିଆରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ​​୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 5 ଜଣ ଆହତ ହୋଇଛନ୍ତି। ନଦିଆର ହାନ୍ସଖାଲିର ଫୁଲବାରିରେ ଏକ ଘରୋଇ ଗାଡି ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଛି। ଘଟଣାସ୍ଥଳରେ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା।

ଖବର ଅନୁଯାୟୀ, ଉତ୍ତର ୨୪ ପରଗନାର ବାଗଦାରୁ ମୃତଦେହ ସହିତ ୨୦ରୁ ଅଧିକ ଲୋକ ଶବଦାହ ପାଇଁ ନବଦ୍ୱୀପ ଶ୍ମଶାନକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଛି। ସମସ୍ତେ ଏକ ଘରୋଇ ଗାଡିରେ ଥିଲେ। ହାନ୍ସଖାଲି ପୋଲିସ୍ ଷ୍ଟେସନ ଅଞ୍ଚଳର ଫୁଲବାରିରେ ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଏକ ଟ୍ରକ୍ ସହିତ ଗାଡିଟି ମୁହାଁମୁହିଁ ଧକ୍କା ହୋଇଥିଲା। ଘନ କୁହୁଡ଼ି ଏବଂ ଗାଡିର ଦୃତଗତି ପାଇଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

Also Read: ହାଟ ବଦଳାଇଦେଲା ଜୀବନ, ବଣ୍ଡାଘାଟିକୁ ମିଳିଲା ନୂଆ ପରିଚୟ

ପୋଲିସର ସୂଚନାନୁସାରେ, ଘନ କୁହୁଡ଼ି ଏବଂ ଗାଡିର ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, କେତେକଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଗାଡିରେ ଉପସ୍ଥିତ ଥିବା ସମସ୍ତ ଲୋକ ଶବଦାହ ପାଇଁ ଯାଉଥିଲେ। ଗାଡିଟି ରାସ୍ତା ପାର୍ଶ୍ୱରେ ଏକ ପଥର ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା। ଗାଡିରେ ପ୍ରାୟ ତିରିଶ ଜଣ ଲୋକ ଥିଲେ, ଯେଉଁମାନଙ୍କ ମଧ୍ୟରୁ କୋଡ଼ିଏ ଜଣଙ୍କର ମୃତ୍ୟୁ ହୋଇଛି।