ଗତ କିଛି ବର୍ଷ ଧରି ଓଡଶାର ଅନେକ ସୀମାନ୍ତ ଗ୍ରାମ ଉପରେ ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟି ପଡିଥିବା ବେଳେ ଓଡିଶାରେ ଆନ୍ଧ୍ର ସରକାରଙ୍କ ନିର୍ବାଚନ ଷଡଯନ୍ତ୍ର ମାମଲା କାଠଗଡାରେ ପହଞ୍ଚିଛି। ଏଭଳି ପରିସ୍ଥିତରେରେ ଗୁଗଲର ପରିଚାଳନାଗତ ତ୍ରୁଟି ଯୋଗୁଁ ଦୁଇ ରାଜ୍ୟ ସରକାରଙ୍କ ମଧ୍ୟରେ ଗତ କିଛି ମାସ ଧରି ଲାଗି ରହିଥିବା ବିବାଦ ପୁଣିଥରେ ଉଦଜିବିତ ହୋଇଛି।
Trending Photos
ବ୍ରହ୍ମପୁର: ଆନ୍ଧ୍ର ଓ ଓଡିଶା ସୀମା ବିବାଦ ଭିତରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ। ବିଶ୍ବର ସର୍ବବୃହତ୍ତ ବିଶ୍ବସନୀୟ ସଂସ୍ଥା ଗୁଗଲ ମ୍ୟାପରେ ଓଡିଶା ସିମାନ୍ତବର୍ତ୍ତୀ ପାତି ସୋନପୁର ବେଳାଭୂମି ସହ କିଛି ଗ୍ରାମ ପଡୋଶୀ ରାଜ୍ୟ ଆନ୍ଧ୍ରରେ ଥିବା ଦର୍ଶାଇବା ପରେ ପୁଣି ଥରେ ଦୁଇ ରାଜ୍ୟ ମଧ୍ୟରେ ଟଣା ଓଟରା ଆରମ୍ଭ ହୋଇଛି। ଗତ କିଛି ବର୍ଷ ଧରି ଓଡଶାର ଅନେକ ସୀମାନ୍ତ ଗ୍ରାମ ଉପରେ ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟି ପଡିଥିବା ବେଳେ ଓଡିଶାରେ ଆନ୍ଧ୍ର ସରକାରଙ୍କ ନିର୍ବାଚନ ଷଡଯନ୍ତ୍ର ମାମଲା କାଠଗଡାରେ ପହଞ୍ଚିଛି। ଏଭଳି ପରିସ୍ଥିତରେରେ ଗୁଗଲର ପରିଚାଳନାଗତ ତ୍ରୁଟି ଯୋଗୁଁ ଦୁଇ ରାଜ୍ୟ ସରକାରଙ୍କ ମଧ୍ୟରେ ଗତ କିଛି ମାସ ଧରି ଲାଗି ରହିଥିବା ବିବାଦ ପୁଣିଥରେ ଉଦଜିବିତ ହୋଇଛି। ଗୁଗଲ ଭଳି ବିଶ୍ବସନୀୟ ସଂସ୍ଥାର ଏଭଳି ତ୍ରୁଟି ଭିତିକ ତଥ୍ୟ ପଦାକୁ ଆସିବା ପରେ କମ୍ପାନୀର ସ୍ବଚ୍ଛତା ଉପରକୁ ଅଙ୍ଗୁଳି ଉଠିଛି।
ପୁଣିଥରେ ଚର୍ଚ୍ଚାରେ ସୀମା ବିବାଦ (Border Dispute)। ଓଡିଶାର ପର୍ଯ୍ୟଟନସ୍ଥଳୀକୁ ଗୁଗଲ ମ୍ୟାପରେ ଆନ୍ଧ୍ର (Andhra Pradesh) ହାଇଜ୍ୟାକ କରି ନେଇଛି। ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ପାତି ସୋନାପୁର ବେଳାଭୁମିକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଗତ କିଛି ଦିନ ଧରି ବିଶ୍ବର ସର୍ବବୃହତ୍ତ ବିଶ୍ବାସନୀୟ ସଂସ୍ଥା ଗୁଗଲ ମେପରେ ଓଡିଶାର ପାତି ସୋନାପୁର ବେଳାଭୂମି (Pati Sonpur Beach) ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଅନେକ ପ୍ରକଳ୍ପ ଏବେ ଆନ୍ଧ୍ର ଅଧିନରେ ଅଛି। ଗୁଗଲ ଦ୍ବାରା ପରିଚାଳିତ ଏହି ସ୍ୟାଟେଲାଇଟ ମ୍ୟାପରେ ଓଡିଶା ସିମାରେ ଥିବା ସୋନୁପୁର ଓ ପାତି ସୋନପୁରକୁ ଏବେ ଆନ୍ଧ୍ର ଅଧିନରେ ଦେଖିବାକୁ ମିଳୁଛି।
Also Read: ଗ୍ରାମବାସୀଙ୍କ ସଚେତନା ଆଗରେ ନିଷ୍କ୍ରିୟ କୋରୋନା; ଚିହ୍ନଟ ହୋଇନାହାଁନ୍ତି ଜଣେ ସଂକ୍ରମିତ
ବିଜୁ ସେତୁ ଯୋଜନା (Biju Setu Yojana) ରେ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ମିତ ସେତୁର ୭୦ ଭାଗ ଆନ୍ଧ୍ର ଅଧିନରେ ଆସିବା ସହ ତାହା ତେଲୁଗୁ ଭାଷାରେ ନାମିତ ରହିଛି। ତେବେ ଗୁଗଲ (Google) ର ପରିଚାଳନା ଗତ ତ୍ରୁଟି ଯୋଗୁ ଓଡିଶା ଏବେ ନିଜ ଗାରିମା ହରାଇବାକୁ ବସିଛି। ଏପରିକି ବ୍ରହ୍ମପୁର (BErhampur) ସହରର ଯୁବ ବୈଜ୍ଞାନୀକ ପ୍ରଭୁଦତ୍ତ ପଣ୍ଡା ପରି କିଛି ସଚେତନ ନାଗରିକ ଗୁଗଲକୁ ଟ୍ବିଟ କରି ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିବା ବେଳେ ରାଜ୍ୟ ସରକାର ଅତିଶୀଘ୍ର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।
ବିଶ୍ବ ପର୍ଯ଼୍ୟଟନ ମାନଚିତ୍ରରେ ପାତି ସୋନପୁରକୁ ଯୋଡିବା ଲକ୍ଷ୍ୟରେ ରାଜ୍ୟ ସରକାର ବ୍ଲୁ ଫ୍ଲାକ ବିଚର ପ୍ରସ୍ତାବ ହାତକୁ ନେଇଛନ୍ତି। ଏପରିକି ଭିତ୍ତିଭୂମିର ବିକାଶ କରିବା ଲାଗି ଏକ ବିଶେଷଜ୍ଞ ଦଳ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ପକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ ଗୁଗଲ ମ୍ୟାପରେ ଏଭଳି ତ୍ରୁଟି ଭିତିକ ତଥ୍ୟ ଦେଖା ଦେବା ବିକାଶମୂଳକ କାମରେ ମଧ୍ୟ ବାଧା ସୃଷ୍ଟି ହେବାର ସମ୍ଭାବନା ରହୁଛି। ଗୋଟିଏ ପଟେ ଗତ କିଛି ବର୍ଷ ଧରି ଓଡିଶାର ଅନେକ ସିମାନ୍ତବର୍ତ୍ତୀ ଗ୍ରାମକୁ ଆନ୍ଧ୍ର ସରକାର ଅକ୍ତିଆର କରିବା ଲକ୍ଷ୍ୟରେ ଲୋକଙ୍କୁ ଲୋଭନୀୟ ଯୋଜନାରେ ସାମିଲ କରି ପଞ୍ଚାୟତ ନିର୍ବାଚନ କଲାଣି। ଏଭଳି ପରିସ୍ଥିତିରେ ଗୁଗଲ ବିଭ୍ରାନ୍ତକର ତଥ୍ୟକୁ ବୁଦ୍ଧିଜୀବୀମାନେ ସହଜରେ ହଜମ କରି ପାରୁନାହାନ୍ତି। ସେପଟେ ରାଜ୍ୟ ସରକାର ଏ ନେଇ ଅବଗତ ଥିବା ବେଳେ ତୃଟି ସୁଧାରିବା ଲାଗି ଗୁଗଲ ଅବଗତ କରାଯାଇଥିବା ଉପ ଜିଲ୍ଲାପାଳ କହିଛନ୍ତି।