ପିଲାଙ୍କ ବହି ବିକ୍ରି ଅଭିଯୋଗରେ ପାଟପୁର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ
Advertisement
Article Detail0/zeeodisha/odisha614602

ପିଲାଙ୍କ ବହି ବିକ୍ରି ଅଭିଯୋଗରେ ପାଟପୁର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ସର୍ବଶିକ୍ଷା ଅଭିଯାନରେ ପିଲାଙ୍କ ପାଇଁ ଆସିଛି ବହି, ବିକ୍ରି କରୁଥିଲେ ଶିକ୍ଷୟିତ୍ରୀ !

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ସରକାରଙ୍କ ପକ୍ଷରୁ ସ୍କୁଲ ପିଲାଙ୍କୁ ମାଗଣାରେ ବହି ଯୋଗାଇ ଦିଆଯାଉଛି । ମାତ୍ର ଏହି ବହୁକୁ ବିକ୍ରି କରୁଥିଲେ ପ୍ରଧାନ ଶିକ୍ଷୟିତ୍ରୀ । ଘଟଣା ଜଣାପଡିବା ପରେ ଏହାକୁ ବେଶ୍ ଗମ୍ଭୀରତାର ସହ ନେଇଛନ୍ତି ଶିକ୍ଷା ଅଧିକାରୀ । ଅଭିଯୋଗ ପରେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ ସାଵତ୍ରୀ ଦେବୀଙ୍କୁ ନିଲମ୍ବନ କରାଯାଇଛି । 

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଘଟଣା । ସର୍ବ ଶିକ୍ଷା ଅଭିଯାନରେ ପିଲାଙ୍କ ପାଇଁ ଆସିଥିବା ବହିକୁ ପ୍ରଧାନ ଶିକ୍ଷୟିତ୍ରୀ ସାଵତ୍ରୀ ଦେବୀ ବିକ୍ରି କରିଥିବା ଅଭିଯୋଗ ହୋଇଛି । ପାଟପୁର ବଟେଶ୍ୱରୀ ଛକ ନିକଟରେ ସେ ସରକାରୀ ବହି ବିକ୍ରି କରୁଥିଲେ । ତେବେ ଏହି ସମୟରେ ଶିକ୍ଷୟିତ୍ରୀଙ୍କୁ  ଗ୍ରାମବାସୀ ଘେରିବା ସହ ବିରୋଧ କରିଥିଲେ । ବେଶ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । 

ଅନ୍ୟପଟେ ଏହି ଘଟଣା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟିଗୋଚର ହୋଇଥିଲା । ଶେଷରେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । 

ଆହୁରି ପଢନ୍ତୁ; ଦେବଦୂତ ସାଜିଲେ ଗଞ୍ଜାମ ଜିଲ୍ଲାପାଳ