ଦେବଦୂତ ସାଜିଲେ ଗଞ୍ଜାମ ଜିଲ୍ଲାପାଳ
Advertisement

ଦେବଦୂତ ସାଜିଲେ ଗଞ୍ଜାମ ଜିଲ୍ଲାପାଳ

ଜୀବନ ବଞ୍ଚାଇଲେ ଜିଲ୍ଲାପାଳ

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଦେବଦୂତ ସାଜିଲେ ଗଞ୍ଜାମ ଜିଲ୍ଲାପାଳ । ମାନବିକତାର ପରିଚୟ ଦେଲେ ପ୍ରଶାସନିକ ଅଧିକାରୀ । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡିରେ ମେଡିକାଲ ନେଲେ । ଜିଲ୍ଲାପାଳଙ୍କ ଏହି ସାହାଯ୍ୟ ଯୋଗୁଁ ବଞ୍ଚିଗଲା ଗୁରୁତର ଆହତ ବ୍ୟକ୍ତିଙ୍କ ଜୀବନ । ଆଉ ଏହା ପରେ ବିଭିନ୍ନ ମହଲରୁ ଛୁଟିଛି ପ୍ରଂଶସାର ସୁଅ । 

fallback

ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଲେ ଗଞ୍ଜାମ ଜିଲ୍ଲାପାଳ । ଗୋବିନ୍ଦପୁର ଗାଁରେ ବାଇକକୁ ଧକ୍କା ଦେଇଥିଲା ଅଟୋ । ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇଥିଲେ । ଦୁର୍ଘଟଣା ସ୍ଥଳରେ ଲୋକେ ଭିଡ଼ ଜମାଇଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରୁନଥିଲେ ।

fallback

ଆଉ ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିଲେ ଗଞ୍ଜାମ ଜିଲ୍ଲାପାଳ । ହଠାତ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା ଏ ଦୃଶ୍ୟ । ଭିଡ଼ ଦେଖି ଅଟକି ଥିଲେ ଏବଂ ଗୁରୁତର ବାଇର ଆରୋହୀଙ୍କୁ ନିଜ ଗାଡ଼ିରେ ନେଇ ମେଡିକାଲରେ ଭର୍ତ୍ତି କରାଇଥିଲେ । ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସେରଗଡ଼ ଅଞ୍ଚଳରୁ ଫେରୁଥିବା ବେଳେ ଘଟିଥିଲା ଘଟଣା । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ହିଂଜିଳିକାଟୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଆହୁରି ପଢନ୍ତୁ; ସଜେଇ ହେଲାଣି ଗୋପାଳପୁର ବେଳାଭୂମି, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଆସିବେ ଏହି ନାମିଦାମୀ କଳାକାର