ଡିଜିଟାଲ ଯୁଗରେ ନିଜର ସ୍ଥିତି ବଜାୟ ରଖିଛି ଗ୍ରୀଟିଙ୍ଗସ
Advertisement
Article Detail0/zeeodisha/odisha617075

ଡିଜିଟାଲ ଯୁଗରେ ନିଜର ସ୍ଥିତି ବଜାୟ ରଖିଛି ଗ୍ରୀଟିଙ୍ଗସ

 

କଥାରେ ଅଛି ଓଲ୍ଡ ଇଜ ଗୋଲ୍ଡ । ଏଥିଲାଗି ତ ଆଜି ର ଡିଜିଟାଲ  ଯୁଗରେ ନିଜର ସ୍ଥିତି ବଜାୟ ରଖିଛି  ଗ୍ରୀଟିଙ୍ଗସ ଆଉ ନିଜର ଅଭୂଲା ସ୍ମୃତି କୁ ସାଉଁଟୁଛନ୍ତି ଅନେକ ।
 

  ଡିଜିଟାଲ  ଯୁଗରେ ନିଜର ସ୍ଥିତି ବଜାୟ ରଖିଛି  ଗ୍ରୀଟିଙ୍ଗସ

ରାଧାଶ୍ଯାମ ଆଚାର୍ଯ୍ୟ, ବ୍ରହ୍ମପୁର: ବିଦାୟ ନେବ ୨୦୧୯ । ନବ ବର୍ଷ କୁ ଭରପୁର ସ୍ୱାଗତ  କରିବା ଲାଗି ସବୁଠି ଆରମ୍ଭ ହୋଇଗଲାଣି ଜୋରଦାର  ପ୍ରସ୍ତୁତି । ସାଙ୍ଗ ସାଥି ବନ୍ଧୁ ବାନ୍ଧବଙ୍କୁ ନବ ବର୍ଷ ର ଶୁଭେଚ୍ଛା  ଜଣାଇବା ନିମନ୍ତେ  ସମସ୍ତେ ପ୍ରସ୍ତୁତ । କାରଣ ପାଖ ବନ୍ଧୁ ହୁଅନ୍ତୁ ବା ଦୁରର ଡିଜିଟାଲ ଯୁଗରେ ହାତ ପାହାନ୍ତାରେ  ପହଞ୍ଚିଜିବ ଶୁଭେଚ୍ଛାର ବାର୍ତ୍ତା । ସେପଟେ ଆଧୁନିକ  ଯୁଗରେ ମଧ୍ୟ ନିଜର ସ୍ଥିତି କୁ ବଞ୍ଚାଇ ରଖିଛି ଗ୍ରୀଟିଙ୍ଗସ ।  କିଛି ଲୋକ ପୁରୁଣା ପଦ୍ଧତିରେ ଶୁଭେଚ୍ଛା  ଜଣାଇବା ଲାଗି ଭଲ ପାଉଥିବା ବେଳେ ଗ୍ରାହକଙ୍କ ଚାହିଦା କୁ ନଜର ରେ ରହି ବିଭିନ୍ନ ପ୍ରକାର ର ଗ୍ରୀଟିଙ୍ଗସର ପସରା ମେଲିଛି ବଜାର ରେ।

ଗ୍ରାହକଙ୍କ ଚାହିଦାକୁ ନଜର ରେ ରଖି ବିଭିନ୍ନ ସ୍ଥାନରେ ଖୋଲିଛି ଗ୍ରୀଟିଙ୍ଗ ଦୋକାନ । ଭିନ୍ନ ଭିନ୍ନ ରଙ୍ଗ ଓ ଛବି କୁ ନେଇ ଭଳି କି ଭଳି ଗ୍ରୀଟିଂ ଦୋକାନ ରେ ମହଜୁଦ ରହିଛି । ସେପଟେ ପିଲାଦିନ କଥା କୁ ମନେ ପକାଇ ନିଜ ନିଜ ବନ୍ଧୁଙ୍କ ଲାଗି ମନଲାଖି ଗ୍ରୀଟିଙ୍ଗସ ଖଣ୍ଡିଏ କିଣି ନେଉଛନ୍ତି ଗ୍ରାହକ । କେହି କେହି  ହତଲେଖା ସ୍ମୃତି କୁ ମନରେ ଜାବୁଡି ଧରିବା ସହ ମନ କୁ ଛୁଇଁ ବା ଭଳି କୋଟେସନ ଲେଖିବା ଆରମ୍ଭ କରିଦେଲେଣି ।

fallbackଅନେକ ଯୁବପିଢି ସୋସିଆଲ୍ ସାଇଟ ରୁ ବିଭିନ୍ନ କୋଟେସନ ସଂଗ୍ରହ କରିବା ସହ ଗ୍ରାଫିକ୍ସ ରେ ପ୍ରସ୍ତୁତ ଗ୍ରୀଟିଙ୍ଗସ ସଂଗ୍ରହ କରିବା ଆରମ୍ଭ କରିଦେଲେଣି । ସେପଟେ  ନୁଆଁ ବର୍ଷ କୁ ଅଧିକ ଆକର୍ଷଣୀୟ କରିବା ଲାଗି ଫୁଲ ତୋଡା ଓ କେକ୍ ର ମଧ୍ୟ ଖୋଜା ପଡିଥାଏ ଏହି ସମୟରେ । ଜାହାକୁ ନଜରରେ ରଖି କେକ୍ ମାଷ୍ଟର  ନିଜର ହାତର ଜାଦୁ ଦେଖାଇବା ସହ ବିଭିନ୍ନ ସେଫ୍ ର କେକ୍ ପ୍ରସ୍ତୁତ କରି ଦୋକାନ ରେ ମହଜୁଦ କରିଥିବା ଦେଖିବାକୁ ମିଳିଛି ।